ଲଘୁଚାପ କାରଣରୁ ଓଡିଶାକୁ ପୁଣି ବାତ୍ୟା ଭୟ! ସତର୍କ କରାଇଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ । ପୁଣି ଓଡ଼ିଶାକୁ ଘାରିଛି ବାତ୍ୟା ଓ ବର୍ଷା ଭୟ । ସମ୍ଭାବ୍ୟ ଅବପାତ ପ୍ରଭାବରେ ପବନ ହେବ କି ? ମାଟିରେ ମିଶିଯିବ କି ପାଚିଲା ଧାନ ? ଉଜୁଡିଯିବା କି ସୁନାର ଫସଲ ? ଧାନର ଅମଳକୁ ନେଇ ରାଜ୍ୟର ଚାଷୀ ଏହି ସବୁ ପ୍ରଶ୍ନରେ ଘାନ୍ଟି ହେଉଛନ୍ତି । ଆସନ୍ତା ୨ ରୁ ଓଡିଶାରେ ଲଘୁଚାପ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିବାଘ ପକ୍ଷରୁ ସୂଚନା ରହିଛି । ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ଗୁଡିକରେ ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବାର ଆଶଙ୍କା କରା ଯାଇଛି ।

ଏହି ଲଘୁଚାପ କ୍ରାମଗତ ଭାବେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ବୋଲି କୁହା ଯାଉଛି । ଏହାର ପ୍ରଭାବରେ ପବନର ବେଗ ଆଣ୍ଡାମନ ସାଗର ଓ ବଙ୍ଗୋପସାଗରରେ ୪୦ରୁ ୫୦ କିମି ବେଗରେ ରହିପାରେ ।

ଲଘୁଚାପ ଯେବେ ବାତ୍ୟାର ରୂପ ନେଇ କେନ୍ଦିର ବଙ୍ଗୋପସାଗରରେ ପହଞ୍ଚିବ ସେହି ସମୟରେ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବା ସହ ପବନର ବେଗ ୪୦ରୁ ୫୦ କିମି ଉପରକୁ ରହିବ । ଏହାର ପ୍ରଭାବରେ ଆସନ୍ତା ୨ରୁ ବଙ୍ଗୋପସାଗର ଆସନ୍ତା ରହିବ । ତେଣୁ ମାଛ ଧରାଳି ମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ସୂଚନା ଦିଆ ଯାଇଛି ।

ଲଘୁଚାପର ଗତିବିଧି କଣ ହେବ ତାହା ଏବ ସୁଦ୍ଧା ଅନୁମାନ କରାଯାଇ ନାହି । ଲଘୁଚାପ ସୃଷ୍ଟି ହେବାର ପରେ ଏହା କେଉଁ ଦିଗକୁ ଗତି କରିବ ଓ କଣ ପ୍ରଭାବ ପଡିପାରେ ତାହାର ସ୍ପଷ୍ଟ ସୂଚନା ରହିଛି । ଏହାର ପ୍ରଭାବରେ ଓଡିଶାରେ ପଡିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ଆସନ୍ତା ୩ରୁ ଓଡିଶାର ଆଭ୍ୟନ୍ତରଣୀୟ ଅଞ୍ଚଳରେ ଓ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । କେଉଁ ଜିଲ୍ଲାରେ କେତେ ପରିମାଣରେ ବର୍ଷା ହେବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହି । ଆସନ୍ତା ୪ରେ ଲଘୁଚାପ ଘନୀଭୂତ ହୋଇ ଉପକୂଳ ମୁହାଁ ହୋଇପାରେ ।

ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ଚାଷୀ ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇ ପଡିଛି । ଯେଉଁ ମାନେ ସମୁଦ୍ରରେ ଅଛନ୍ତି ସେମାନେ ୨ ତରାଇଖ ପୂର୍ବରୁ ଫେରି ଆସିବା ପାଇଁ ସତର୍କ କରା ଯାଇଛି ।

ଲଘୁଚାପ ବାତ୍ୟାର ରୂପ ନେଲେ ତାହା କେଉଁ ଦିଗକୁ ଗତି କରିବ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଆସନ୍ତା ସମୟରେ ମଧ୍ୟରେ ବାତ୍ୟାର ରୂପ ନେବ କି ନାହି ତାହା ଜଣା ପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *