Weather Alert: ପୁଣି ଲଘୁଚାପ ପାଇଁ 10 ଦିନ ପରଜୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, 13ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲଘୁଚାପର ଲଗାଣ ବର୍ଷା ଯୋଗୁ ଚାଷ ସବୁ ଉଜାଡି ଦେଇଛି । ଅନେକ ଅଞ୍ଚଳରେ ଚାଷ ଜମି ପାଣି ଘେରରେ ରହିଛି । ନିକଟରେ ଓଡିଶା ଯେଉଁ ଲଘୁଚାପର ସାମନା କରିଛି ଆଗକୁ ମଧ୍ୟମ ଧରଣର ଲଘୁଚାପର ସମାନ କରିପାରେ । ସୋୱା ବିଶ୍ଵ ବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ସରୋଜ ସାହୁ ପୂର୍ବାନୁମାନ କରି ସୂଚନା ଦେଇଛନ୍ତି ଯେ ଦକ୍ଷିଣ ଚୀନ ସାଗରରୁ ବଙ୍ଗୋପସାଗର କୁ ଆସୁଛି ସିରିଜ ବା ଲଗାତର ଘୂର୍ଣ୍ଣୀବଳୟ । ଆଗାମୀ ୧୦ ଦିନ ଯାଏଁ ପୁଣି ବର୍ଷା ହେବାର ଆଶଙ୍କା ରହିଛି ।

ଏହି ଘୂର୍ଣ୍ଣୀବଳୟ ଦକ୍ଷିଣ ଚୀନ ସାଗର ରୁ ସିରିଜ ଘୂର୍ଣ୍ଣୀବଳୟ ମିଆଁମାର ଓ ଥାଇଲ୍ୟାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି ଯାହା ସୂଚନା ଜାରି କରା ଯାଇଛି । ଦକ୍ଷିଣ ଚୀନ ସାଗର ରୁ ବଙ୍ଗୋପସାଗର କୁ ଆସୁଥିବା ଏକ ଘୂର୍ଣ୍ଣୀ ବଳୟ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ରହିଛି । ଏହାର ପ୍ରଭାବ ରେ ରବିବାର ଠାରୁ ସେପ୍ଟେମ୍ବର ୨୩ ତାରିଖ ଯାଏଁ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୦, ୨୧ ଓ ୨୨ ରେ ଭଦ୍ରକ, କେନ୍ଦ୍ରପଡା, ପୁରୀ, ଜଗତସିଙ୍ଘ୍ପୁର, ଖୋର୍ଦ୍ଧା, କଟକ, କେଉଁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ସମ୍ବଲପୁର ଆଦି ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଚୀନ ସାଗର ରୁ ଆସୁଥିବା ଘୂର୍ଣ୍ଣୀ ବଳୟ ପ୍ରଭାବ ରେ ସେପ୍ଟେମ୍ବର ୨୫ ରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବ । ଏହି ଲଘୁଚାପ ସେପ୍ଟେମ୍ବର ୨୬ରେ ଅବପାତର ରୂପ ହେବ । ଏହି ଲଘୁଚାପ ପ୍ରଭାବ ସେପ୍ଟେମ୍ବର ୨୬ ଓ ୨୭ରେ ଏହାର ପ୍ରଭାବ ଉପକୂଳ, ଉତ୍ତର ଓଡିଶା ଓ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖାଯାଇବ । ସେପ୍ଟେମ୍ବର ୨୬ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଯାହା ୨୮ରେ ଲଘୁଚାପର ରୂପ ନେବ ।

ଏହାର ପ୍ରଭାବ ରେ ସେପ୍ଟେମ୍ବର ୨୮ ରୁ ୩୦ ଯାଏଁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଅବପାତର ରୂପ ନେଇ ବାଲେଶ୍ଵର ଦେଇ ଗତି କରିବ । ଏହାର ପ୍ରଭାବ ରେ ବନ୍ୟା ହେବାର ଆଶଙ୍କା କରା ଯାଉଛି । ଏଥିପାଇଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମାଛ ଧରାଳିଙ୍କୁ ସତର୍କ ଜାରି କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *