Weather Update: ଲଘୁଚାପ କାରଣରୁ ଏହି ୩ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ… ରୁହନ୍ତୁ ସତର୍କ

କହିବାକୁ ଗଲେ ଓଡିଶାରେ ଲଘୁଚାପର ପ୍ରଭାବ କମ ହେବାର ନାଁ ନେଉ ନାହିଁ । ଗୋଟିଏ ପରେ ଗୋଟିଏ ଲଘୁଚାପ ଓଡିଶା ଉପରେ ନିଜର ପ୍ରଭାବ ପକାଇ ଚାଲିଛନ୍ତି । ଏହା ସହିତ ବୋଝ ଉପରେ ନଳିତା ବିଡା ଭଳି ବାତ୍ୟା ମଧ୍ୟ ଓଡିଶା ଉପରେ ଅଳ୍ପ ବହୁତ ପ୍ରଭାବ ପକାଇବାରେ ଲାଗିଛି । କିଛି ଦିନ ତଳେ ହିଁ ବାତ୍ୟା ଗୁଲାବ ଓଡିଶା ଦେଇ ଗତି କରିଥିଲା । କିନ୍ତୁ ଏହା ଓଡିଶା ଉପରେ ଅଧିକ ପ୍ରଭାବ ପକାଇ ନ ଥିଲା । କେବଳ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ଏହାର ଅଳ୍ପ ବହୁତ ପ୍ରଭାବ ଦେଖିବାକୁ ମିଳିଥିଲା । କହିଦେଉଛୁ କି ବାତ୍ୟା ଗୁଲାବ ଓଡିଶା ଓ ଅନ୍ୟ କିଛି ରାଜ୍ୟ ଦେଇ ଅତିକ୍ରମ କରିବା ପରେ ଆରବ ସାଗରରେ ମିଶି ଅନ୍ୟ ଏକ ବାତ୍ୟାର ରୂପ ନେବାକୁ ଯାଉଛି ।

ଏହାର ପ୍ରଭାବ ଭାରତରେ ବିଶେଷସ ରୂପରେ ପଡିବ ନାହିଁ । କେବଳ କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଅଛି । ଅନ୍ୟ ପଟେ ଓଡିଶାରେ ପୁଣି ଥରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳୁଛି । କିଛି ଦିନ ହେବ ଓଡିଶାରେ ଲଗାତର ଲଘୁଚାପ ପ୍ରଭାବରୁ ବର୍ଷା ହୋଇ ଚାଲିଛି । କିନ୍ତୁ ବର୍ତ୍ତମାନ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାର ପ୍ରଭାବରେ ଆଜି ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ । ଲଘୁଚାପ କାରଣରୁ ପାଣି ପାଗ ବିଭାଗ ଏହି ୩ ଟି ଜିଲ୍ଲାକୁ ଅରେଞ୍ଜ ୱାରିଙ୍ଗ ଜାରି କରିଛି ।

ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଓଡିଶାରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯାଇଛି । ଅନ୍ୟ ପଟେ ବର୍ଷା ଯୋଗୁ ଏହି ସବୁ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡିକରେ ପାଣି ପଶି ପାରେ । ଏହା ଦ୍ଵାରା ସୁବର୍ଣରେଖା ଓ ବୁଢାବଳଙ୍ଗ ନଦୀର ଜଳ ସ୍ତର ଆହୁରି ଅଧିକ ବଢିପାରେ ବୋଲି କୁହାଯାଉଛି । ଏହାକୁ ନେଇ ପାଣି ପାଗ ବିଭାଗ ଏକ ସତର୍କ ସୂଚନା ମଧ୍ୟ ଜାରି କରିଛନ୍ତି ।

ଏହା ଛଡା ରାଜ୍ୟର ଅନ୍ୟ ୯ ଟି ଜିଲ୍ଲାକୁ ପାଣି ପାଗ ବିଭାଗ ୟେଲୋ ୱାରିଙ୍ଗ ଜାରି କରିଛି । ଦେବଗଡ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ଗୁଡିକରେ ବର୍ଷା ହୋଇ ପାରେ ବୋଲି କୁହାଯାଇଛି । ପାଣି ପାଗ ବିଭାଗ ତରଫରୁ ଏହା ମଧ୍ୟ କୁହାଯାଇଛି କି ଆସନ୍ତା କାଲି ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *