ଏହାକୁ ଦେଖିବା ପରେ ଜୀବନରେ କେବେ ଆପଣ ଲେମ୍ବୁ ଚୋପା ଫିଙ୍ଗିବାର ଭୁଲ କରିବେ ନାହିଁ 

ଏମିତି ଏକ ଉପାୟ ବିଷୟରେ କହିବି ଯାହାର ଫାଇଦା ଜାଣି କେବେବି ଲେମ୍ବୁ ଚୋପା ବାହାରେ ଫୋପାଡିବେ ନାହିଁ । ଆମେ ଲେମ୍ବୁ ରସର ବ୍ୟବହାର କରିବା ପରେ ଆମେ ଲେମ୍ବୁ ଚୋପାକୁ ଫୋପାଡି ଦେଇଥାଉ । କିନ୍ତୁ ଆପଣଙ୍କୁ ବିଶ୍ବାସ ହେବନି ଲେମ୍ବୁର ଏହି ଚୋପା ସାହାର୍ଯ୍ୟରେ କେତେ ବଢିଆ ଜିନିଷ ବନେଇ ପାରିବେ । ତାହାବି ଏମିତି ଜିନିଷ ଯାହାକୁ ବଜାରରେ ଅଧିକ ଦାମ ଦେଇ କିଣିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହାକୁ ବନେଇବା କିପରି ।

ପ୍ରଥମେ ଆପଣ କିଛି ଲେମ୍ବୁ ଚୋପା ନିଅନ୍ତୁ, କେମିତି ବି ଚୋପାା ହେଉ ଚଳିବ, ନୂଆ ଚୋପାା ହେଉକି ପୁରୁଣା । ତାପରେ ଗୋଟେ ପାତ୍ରରେ ଦେଢ ଗ୍ଲାସ ପାଣି ନିଅନ୍ତୁ, ଏବେ ସେଥିରେ ସବୁ ଲେମ୍ବୁ ଚୋପାାକୁ ପକାଇ ଦିଅନ୍ତୁ । ଏବେ ଏହାକୁ ଗ୍ୟାସରେ ବସାଇ ଭଲ ଭାବରେ ଫୁଟାନ୍ତୁ । ଯାହା ଦ୍ଵାରା ଏହି ଲେମ୍ବୁରେ ଯେଉଁ ବଳକା ରସ ଅଛି ସେହି ପାଣିରେ ମିଶିଯିବ । ଆପଣ ପାଖା ପାଖି ଚାରିରୁ ପାଞ୍ଚ ମିନିଟ ଭଲ ଭାବରେ ଏହାକୁ ଫୁଟାନ୍ତୁ ।

ତାପରେ ଆପଣ ଦେଖିବେ ପାଣିର ରଙ୍ଗ ବଦଳି ଯିବ । ଗ୍ୟାସକୁ ବନ୍ଦ କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଯେତେବେଳେ ଏହା ଥଣ୍ଡା ହୋଇଯିବ ତାପରେ ଏହି ଲେମ୍ବୁକୁ ଚିପୁଡି ପାଣିରୁ ଅଲଗା କରିନେବ । କାରଣ ଏହି ଲେମ୍ବୁରେ ପାଣି ରହିଜାଇଥାଏ । ଏବେ ଆମେ ଏହାକୁ ଗୋଟେ ପାତ୍ରକୁ ଛାଣି ନେବା । କାରଣ ଏଥିରେ ଯେଉଁ ମଞ୍ଜି ଥିବା ଯେମିତି ପାଣିରୁ ବାହାରିଯିବା । ତାପରେ ଦେଢ ଗ୍ଲାସ ପାଣି ଗୋଟେ ବୋତାଲରେ ନେବା ଓ ପୂର୍ବରୁ ରଖିଥିବା ଲେମ୍ବୁ ପାଣିକୁ  ମିଶାଇବା ।

ଲେମ୍ବୁରେ ଅଧିକ ଶକ୍ତି ଥାଏ ଦାଗ ଛଡାଇବାରେ ଓ ଜୀବାଣୁକୁ ଶେଷ କରିବାରେ ଏହା ବହୁତ କ୍ଲିଞ୍ଜର ଭାବେ କାମ ଦେଇଥାଏ । ଆପଣ ଦେଖୁଥିବେ ବଜାରରେ ଯାହା ବି ବାସନ ମଜା ଲିକୁଇଡ ମିଳୁଛି ସେଥିରେ ସବୁଥିରେ ଲେମ୍ବୁର ବ୍ୟବହାର କରାଯାଏ । ଆଜି ଆମେ ବହୁତ ବଢିଆ କ୍ଲିଞ୍ଜର ବନେଇବା ଯାହା ଆପଣ ବଜାରରୁ ବହୁତ ଦାମ ଦେଇ କିଣିଥାନ୍ତି ।

ଏବେ ଆମେ ଲେମ୍ବୁ ପାଣିକୁ ପାଣିରେ ଭଲଭାବେ ମିକ୍ସ କରିସାରିଚେ ଏବେ ଆମେ ଏଥିରେ ଖାଇବା ସୋଢା ମିଶାଇବା । ଏହା ଯେବେ ଲେମ୍ବୁ ପାଣିରେ ମିସିଥାଏ ବହୁତ ଫଳପ୍ରଦ ହୋଇ ହାନିକରକ ଜୀବାଣୁକୁ ଶେଷ କରିଥାଏ । ଖାଇବା ସୋଢା ମିଶାଇବା ପରେ ଏଥିରେ କିଛି ରିୟ୍ଯାକଶନ ହୋଇ ଫେଣ ଭଳି ହୋଇଥାଏ, ଏଥିରେ କୌଣସି ଲିକୁଇଡ ଡିଶ ୱାଶ ପକାଇଥାନ୍ତୁ । ଏହା ମିସାଇବାଦ୍ବାରା ଭଲ ସୁଗନ୍ଧ ଆସିଥାଏ । ଏବେ ଆମର ଲିକୁଇଡ ପ୍ରସ୍ତୁତ ହୋଇଯାଇଛି । ଏହି ଲିକୁଇଡ ସମସ୍ତ ସଫେଇରେ କାମରେ ଆସିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *