ବାୟାଣୀ ପରି ଫୁଟପାତ୍‌ରେ ବୁଲୁଥିଲେ ଏହି ମହିଳା ଜଣକ, ଏକ ଅନୁଷ୍ଠାନ ସମ୍ମାନିତ କରିବା ପରେ ମହିଳାଙ୍କ ପରିଚୟ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ…

ନମସ୍କାର ବନ୍ଧୁଗଣ । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଡୂନଲୋପ ବାରା ବଜାରରେ ଜଣେ ମହିଳା ପତଳା ଚେହେରା ସାଙ୍ଗକୁ ମୁଣ୍ଡରେ ଅଧା ପାଚିଲା ଛୁଟି ନେଇ ଫୁଟଫାତ ରେ ବୁଲୁଛନ୍ତି । ସେଠାରେ ଥିବା ଉଠା ଦୋକାନୀ ମାନେ ତାଙ୍କୁ ଯାହା ଖାଇବାକୁ ଦେଉଛନ୍ତି ସେ ଖାଉଛନ୍ତି । ମଝିରେ ମଝିରେ ସେହି ମହିଳା ଜଣକ ଇଂରାଜୀ ବି କହୁଛନ୍ତି । ଆଗରୁ ଲୋକ ମାନେ ତାଙ୍କୁ ବାୟାଣୀ ବୋଲି କହୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରକୃତ ପରିଚୟ ଜଣା ପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି ।

ସେହି ମହିଳାଙ୍କର ପ୍ରକୃତ ପରିଚୟ ହେଉଛି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଧଦେବ ଭଟ୍ଟାଚାର୍ଜ୍ୟଙ୍କ ଦେଢ ଶାଶୁ ମାନେ ତାଙ୍କର ସ୍ତ୍ରୀଙ୍କର ବଡ ଭଉଣୀ ଇରା ବାସୁ । ଯେଉଁ ମୁଖ୍ୟମନ୍ତ୍ରୀ ଗତ ୧୦ ବର୍ଷ ହେବ ରାଜ୍ୟରେ ଶାସନ କରୁଛନ୍ତି ତାଙ୍କ ଦେଢ ସାସୁଙ୍କର ଏମିତି ଅବସ୍ଥା ଜାଣିବା ପରେ ସମସ୍ତେ ଅବାକ ହୋଇ ଯାଇଛନ୍ତି । ଇରା ବାସୁ କେବଳ ମୁଖ୍ୟମନ୍ତ୍ରୀଙ୍କ ଦେଢ ସାସୁ ନୁହେଁ ବରଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ଇରା ବାସୁ ଭାଇରୋଲୋଜି ରେ PHD କରିଛନ୍ତି । ସେ ଇଂରାଜୀ କହିବା ବଙ୍ଗାଳୀ ଭାଷା କହୁଛନ୍ତି ।

ସେ ୧୯୭୬ ରେ ଉତ୍ତର ୨୪ ପ୍ରଗଣାର ପ୍ରିୟନାଥ ଗାର୍ଲ୍ସ ହାଇସ୍କୁଲରେ ଜୀବ ବିଜ୍ଞାନର ଅଧ୍ୟାପିକା ଭାବେ ଚାକିରି କରିଥିଲେ । ସେ ଜଣେ ରାଜ୍ୟ ସ୍ତରୀୟ ଆଥଲେଟ ବାହାବେ ମଧ୍ୟ ପରିଚିତ ଅଟନ୍ତି । ପୂର୍ବରୁ ସେ ତେବଳ ଟେନିସ ଖେଳିବା ସହ କ୍ରିକେଟ ରେ ପ୍ରାଙ୍ଗମ ଥିଲେ । କିନ୍ତୁ ଦୁଖର ବିଷୟ ହେଉଛି ଗତ ଦୁଇ ବର୍ଷ ହେବ ସେ ଫୁଟଫାତ ରେ ରହୁଛନ୍ତି । ସେ ୨୦୦୯ ରେ ଦୀର୍ଘ ୩୪ ବର୍ଷ ପରେ ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ବାରାନଗର ଓ ପରେ ଖର୍ଦ୍ଦର ଲିଚୁ ବାଗନ ଅଞ୍ଚଳକୁ ଆସିଥିଲେ । ଏହାର କିଛି ଦିନ ପରେ ସେ ଅଚାନକ କେଉନାଦେ ଚାଲି ଯାଇଥିଲେ ଓ ତାଙ୍କର କିଛି ପତ୍ତା ନ ଥିଲା ।

ଏହା ପରେ ତାଙ୍କୁ କୋଲକାତା ନିକଟସ୍ଥ ଦୂନଲୋପ ରାସ୍ତାରେ ବାୟାଣୀଙ୍କ ଭଳି ଏଣେତେଣେ ବୁଲୁ ଥିବାର ଦେଖା ଯାଉଛନ୍ତି । ଅବସର ପରେ ତାଙ୍କୁ ସ୍କୁଲ ତରଫରୁ ସବୁ କାଗଜପତ୍ର ଦାଖଲ କରିବା ପାଇଁ ଦିଅ ଯାଇଥିଲେ ମଧ୍ୟ ସେ କିଛି ଦାଖଲ କରିନଥିଲେ । ଯାହା ପାଇଁ ତାଙ୍କୁ କୌଣସି ପେନସନ ମିଳିନାହି । ମୁଖ୍ୟମନ୍ତ୍ରୀଙ୍କ ସହ ପାରିବାରିକ ସମ୍ପର୍କକୁ ନେଇ ତାଙ୍କୁ ଯେବେ ପ୍ରଶ୍ନ କରା ଯାଇଥିଲା ସେ କହିଥିଲେ ସେ ତାଙ୍କ ଠାରୁ କୌଣସି ସାହାଜ୍ଯ ଚାହୁଁ ନାହାନ୍ତି ସେ ନିଜ ଦକ୍ଷତାରେ ଶିକ୍ଷକ ହୋଇଥିଲେ ।

ସେ କୌଣସି ଭିଆଇପି ପରିଚୟ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ଇରାଙ୍କର ଏଭଳି ଶୋଚନୀୟ ସ୍ଥିତିର ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସାହାଜୟ ଯୋଗାଇ ଦିଆଯିବା ସହ ତାଙ୍କୁ ହସ୍ପିଟାଲ ନିଆ ଯାଇଛି । ବର୍ତ୍ତମାନ ମଧ୍ୟ ଇରାଙ୍କର ଶିକ୍ଷାଦାନ କରିବାର ଦକ୍ଷତା ରହିଛି । ଆଜିର ସମୟରେ ଯେଉଁ ଅନଲାଇନ କ୍ଳାସ ଚାଲିଛି ସେ ବିଷୟରେ ଇରା କହିଛନ୍ତି ଯେ ସେ ଅନଲାଇନ କ୍ଳାସକୁ ପସନ୍ଦ କରନ୍ତି ନାହି । ଏହା ଦ୍ଵାରା ପିଲାମାନେ ସମସ୍ଯାର ସମୁଖିନ୍ନ ହେବା ସହ ପ୍ରାଟିକାଲ ପାଠପଢି ପାରୁ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *