ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମ ୱେବ ପୋର୍ଟାଲକୁ ସ୍ଵାଗତ । ସବୁଦିନ ଭଳି ଆଜି ଆମେ ନେଇ ଆସିଛୁ ଆପଣଙ୍କ ପାଇଁ କିଛି କହସ ଖବର । ଯେମିତି କି ଆପଣ ଜାଣିଛନ୍ତି ବର୍ତ୍ତମାନ ସମୟରେ ପ୍ରତ୍ୟକ ଦିନ କିଛି ନା କିଛି ଖରାପ ଖବର ନିଶ୍ଚୟ ମିଳୁଛି, ସେ କିରନ ଖେର ଙ୍କ କର୍କଟ ରୋଗ ବିଷୟରେ
ହେଉ କି ଓଲିଉଡ ଜଗତର କୌଣସି କଳାକାରଙ୍କ ଦେହାନ୍ତ ବିଷୟରେ ହେଉ । ଏହି କିଛି ବର୍ଷ ହେବ ଓଲିଉଡ ଓ ବଲୀଉଡ ଜଗତକୁ ଯେମିତି କାଳ ଗ୍ରାସିଛି । ଗୋଟେ ପରେ ଗୋଟେ ଭଲ ଭଲ ଦିଗଜ କଳାକର ଏ ଦୁନିଆ ଛାଡି ଦେଉଛନ୍ତି । କେବଳ ଓଲିଉଡ ନୁହେଁ ବଲୀଉଡରେ ମଧ୍ୟ ଗୋଟେ ପରେ ଗୋଟେ ବଡ କଳାକାର ଆଖି ବୁଜୁଛନ୍ତି । ତେବେ ବର୍ତ୍ତମାନ ଯାହା ଖବର ଆସୁଛି ଓଡିଶା ପୁଣି ହରାଇଛି ଜଣେ ଦିଗଜ ଲୋକଙ୍କୁ ।
ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହିତ ଫୁସଫୁସ ପ୍ରଭାବିତ ହୋଇଥିଲା ।
ଆଉ ଆଜି ସେ ସମସ୍ତଙ୍କ ପର କରି ଆରପାରିକୁ ଚାଲିଯାଇଛନ୍ତି । ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ । ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ ଆଜି ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
https://twitter.com/kanak_news/status/1396881864699236357?
ଆମେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ । ତାଙ୍କ ସ୍ଥାନ କେହି ପୂରଣ କରିପାରିବେନି । ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ ।