LPG ଗ୍ରାହକମାନଙ୍କୁ ବଡ ଝଟକା, ପୁଣି ମହଙ୍ଗା ହେଲା ଗ୍ୟାସ, ଜାଣନ୍ତୁ ଏବେ କେତେ ଅଛି ଦାମ

ଡିସେମ୍ବର ମାସର ପ୍ରଥମ ଦିନରୁ ହିଁ ସମସ୍ତଙ୍କୁ ବଡ ଝଟକା ଲାଗିଛି । ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବୁଦ୍ଧି ହୋଇଛି । ଯାହାକି ଆଜି ଠାରୁ ହିଁ ଲାଗୁ ହୋଇ ଯାଇଛି । ଇଣ୍ଡିଆନ ଅୟେଲ କରପୋରେସନ ୧୯ କିଲୋ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୧୦୦ ଟଙ୍କା ଅଧିକ ବୁଦ୍ଧି କରିଛି । ଏହା ପରେ ଦିଲ୍ଲୀରେ ୧୯ କିଲୋ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ଠାରୁ ୧୦୦.୫୦ ଟଙ୍କା ପ୍ରତି ସିଲିଣ୍ଡର ବଢି ଯାଇଛି । ଦିଲ୍ଲୀରେ କମର୍ଶିୟଲ ଗ୍ୟାସ ସିଲିଣ୍ଡର ଗ୍ୟାସର ମୂଲ୍ୟ ବଢି ୨୧୦୧ ଟଙ୍କା ହୋଇ ଯାଇଛି ।

ଦିଲ୍ଲୀରେ ୩୧ ଅକ୍ଟୋବରରେ ୧୯ କିଲୋ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୩୪ ଟଙ୍କା ଥିଲା । ଯାହାକି ନଭେମ୍ବରରେ ୧ରେ ବଢି ୨୦୦୦.୫୦ ଟଙ୍କା ହୋଇଯାଇ ଥିଲା । ଅର୍ଥାତ ୨୬୬.୫୦ ଟଙ୍କା ବୁଦ୍ଧି ହୋଇଥିଲା ।

ଆଜି ପୁଣି ୧ ଡିସେମ୍ବରରେ ଏଥିରେ ୧୦୦ ଟଙ୍କା ଅଧିକ ବଢିଥିଲା । ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡରକୁ ରିଫିଲ କରିବା ପାଇଁ ୨୧୦୧ ଟଙ୍କା ଖର୍ଚ କରିବାକୁ ହେବ । କମର୍ଶିୟଲ ସିଲିଣ୍ଡରର ମୂଲ୍ୟ ବଢିବା ପରେ ଖାଦ୍ୟ ସାମଗ୍ରୀ ବି ମହଙ୍ଗା ହୋଇପାରେ ।

ଏହା ପୂର୍ବରୁ ସେପ୍ଟେମ୍ବର ଓ ଅକ୍ଟୋବରରେ ବି ପେଟ୍ରୋଲିୟମ କମ୍ପାନୀ ଗୁଡିକ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୁଦ୍ଧି କରିଥିଲେ । ୧୯ କିଲୋଗ୍ରାମ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ସେପ୍ଟେମ୍ବରକୁ ୪୩ ଟଙ୍କା ଓ ୧ ଅକ୍ଟୋବରକୁ ୭୫ ଟଙ୍କା ବଢି ଥିଲା ।

କିନ୍ତୁ ସବୁଠୁ ବଡ କଥା ହେଉଛି କି ଗ୍ୟାସ କମ୍ପାନୀ ଗୁଡିକ ୧୪.୨ କିଲୋଗ୍ରାମର ବିନା ସବସିଡି ବାଲା ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୁଦ୍ଧି କରି ନାହିଁ । ଏହାର ମୂଲ୍ୟରେ କୌଣସି ବି ପ୍ରକାରର ପରିବର୍ତ୍ତନ ଆସି ନାହିଁ । ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ବାଲା ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୯୯.୫୦ ଟଙ୍କା ଦେଇଛନ୍ତି ।

କଲିକତାରେ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୨୬ ଟଙ୍କା ଓ ମୁମ୍ବାଇରେ ୮୯୯.୫୦ ଟଙ୍କା ଅଛି । ଚେନ୍ନାଇରେ ଏହାର ମୂଲ୍ୟ ୯୧୫.୫୦ ଟଙ୍କା ଅଛି । କଲିକତାରେ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୧ ଟଙ୍କା ବଢି ୨୧୭୪.୫ ଟଙ୍କା ହୋଇ ଯାଇଛି । ଯାହା ପୂର୍ବରୁ ୨୦୭୩.୫୦ ଟଙ୍କା ଥିଲା ।

ଏହିଭଳି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କମର୍ଶିୟଲ ଗ୍ୟାସ ୨୦୫୧ ଟଙ୍କା ହୋଇ ଯାଇଛି । ଏହା ପୂର୍ବରୁ ସହରରେ କମର୍ଶିୟଲ ସିଲିଣ୍ଡର ୧୯୫୦ ଟଙ୍କା ମିଳିଥିଲା । ମୁମ୍ବାଇରେ ଏହାର ମୂଲ୍ୟ ୧୦୧ ଟଙ୍କା ବଢି ଯାଇଛି । ଅନ୍ୟ ପଟେ ଚେନ୍ନାଇରେ ୧୯ କିଲୋ କମର୍ଶିୟଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୨୩୪.୫୦ ଟଙ୍କା ହୋଇ ଯାଇଛି । ପ୍ରଥମେ ଏହାର ମୂଲ୍ୟ ୨୧୩୩ ଟଙ୍କା ଥିଲା ।

Leave a Reply

Your email address will not be published. Required fields are marked *