ଲୁଣରେ ମିଶେଇ ଦିଅନ୍ତୁ ଏହି 1 ଜିନିଷ, ହେବ ଏତେ ଧନର ବର୍ଷା କି ସମ୍ଭାଳି ପାରିବେନି ଆପଣ- Vastu Tips

ବନ୍ଧୁଗଣ ଲୁଣ ଏକ ଏମିତି ଜିନିଷ ଅଟେ ଯାହା ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । କହିବାକୁ ଗଲେ ଲୁଣ ଏକ ସାମାନ୍ଯ ଜିନିଷ ଏହା ଶସ୍ତା ହେବା ସହିତ ସମସ୍ତଙ୍କ ଘରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେକି ଲୁଣ କିପରି ଏକ ଗରିବ ମଣିଷକୁ ଧନୀରେ ପରିଣତ କରିପାରିବ । ଲୁଣରେ କେଉଁ ଜିନିଷ ମିଶିବା ଦ୍ଵାରା ଘରେ ସୁଖ-ସମୃଦ୍ଧି ଆସିଥାଏ ଆସନ୍ତୁ ଜାଣିବା ।

ଜ୍ଯୋତିଷ ଶାସ୍ତ୍ରକୁ ମାନିନେଲେ ଏହି ଲୁଣ ଘରେ ଧନର ସଞ୍ଚୟକୁ ବୃଦ୍ଧି କରିବାରେ ସହାୟ ହେଇଥାଏ । ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ପ୍ରବେଶ ହେଇଥାଏ । ଆପଣଙ୍କୁ କେବଳ ସେହି ଉପାୟଟି ଜାଣିବାକୁ ହେବ ଯାହା ଫଳରେ ଆପଣଙ୍କ ଘରେ ସୁଖ-ସମୃଦ୍ଧି ସହିତ ଧନର ଉତ୍ତପନ୍ନ ହେବ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତୀକ କୁହାଯାଇଥାଏ । ଲୁଣକୁ ଯଦି ପ୍ଲାଷ୍ଟିକ କିମ୍ବା ସ୍ଟିଲ ପାତ୍ରରେ ରଖନ୍ତି ତେବେ, ଏହାକୁ ଚନ୍ଦ୍ର ଏବଂ ସନିଙ୍କର ମିଳନ ବୋଲି କୁହାଯାଇଥାଏ । ଯାହା ଅତ୍ୟନ୍ତ ଘାତକ ଜନକ ସାବ୍ୟସ୍ତ ହେଇଥାଏ । ଏହା କ୍ରମଶ ରୋଗର କାରଣ ହେଇଥାଏ । ଏଣୁ ସଦା-ସର୍ବଦା ଲୁଣକୁ କାଚର ପାତ୍ରରେ ରଖନ୍ତୁ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଜିକାଲି ସର୍ବମୂଳରେ ରହୁଛି ଧନ ।

କେତେକ ସମୟରେ ରୋଜଗାର ଥିଲେ ମଧ୍ୟ ଧନ ସଞ୍ଚୟ ହେଉନାହିଁ ତ ଆଉ କେତେବେଳେ ରୋଜଗାରହିଁ ହୋଇନଥାଏ । ବନ୍ଧୁଗଣ ଏହାର କାରଣ ହେଉଛି ଘରେ ଥିବା ନକାରତ୍ମକ ଊର୍ଜା । ଏବଂ ଏପରି ବାସ୍ତୁଦୋଷ କାରଣରୁ ମଧ୍ୟ ହୋଇଥାଏ । ତେଣୁ ପ୍ରତ୍ୟକ ସପ୍ତାହର ଗୁରୁବାର ଦିନକୁ ଛାଡି ଅନ୍ୟ ଦିନରେ ପାଣିରେ ଲୁଣ ମିଶେଇ ସେହି ଲୁଣକୁ ଘରର ଲିପା-ପୋଛା କରନ୍ତୁ । ଏହା କରିବା ଦ୍ଵାରା ଘରର ନକାରତ୍ମକ ଊର୍ଜା ଦୂର ହେଇଥାଏ ଏବଂ ପବିତ୍ରତା ଆସିଥାଏ ।

ଆପଣଙ୍କର ରୋଜଗାରର ମାର୍ଗ ଖୋଲିଯାଇଥାଏ । ବନ୍ଧୁଗଣ ଘରେ ସର୍ବଦା ଧନର ଉନ୍ନତି ପାଇଁ ଆପଣଙ୍କ ଘରେ ନୀତିଦିନ କୌଣସି ଏକ କାଚ-ପାତ୍ରରେ କିଛି ପାଣି ରଖି ସେଥିରେ କିଛି ଲୁଣ ମିଶାଇ ପୂଜା ଘରର କୌଣସି ଏକ କୋଣରେ ରଖିଦିଅନ୍ତୁ ।  ଏହା କରିବା ଦ୍ଵାରା ସେହି ପାଣିରେ ଏତେ ସକାରାତ୍ମକତା ଆଣି ଦେଇଥାଏ ଯେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ଏହି ପାଣିକୁ ପ୍ରତି ସନିବାର ଦିନ ବଦଳାଇ ଦିଅନ୍ତୁ । ଯଦି ଆପଣଙ୍କ ଘରେ ସର୍ବଦା କଳି ଲାଗୁଅଛି ତେବେ, ଏହି ଉପାୟଟି କରନ୍ତୁ । ଗୋଟିଏ କାଚ ପାତ୍ରରେ କିଛି ପାଣି ରଖି ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ । ଏବଂ କିଛି ସିନ୍ଦୁର ମଧ୍ୟ ମିଶାଇ ଦିଅନ୍ତୁ । ଏହି ପାଣିକୁଆ ନିଜ ମୁଣ୍ଡରେ ସାତ ଘେରା ବୁଲାଇ ସେହି ପାଣିକୁ ନିଜ ସ୍ନାନ ପାଣିରେ ମିଶାଇ ସ୍ନାନ କରିନିଅନ୍ତୁ ।

ବନ୍ଧୁଗଣ ମୁଣ୍ଡ ଉପରେ ବୁଲାଇବା ସମୟରେ “ଓମ ସଂ ସନିଶ୍ଚରାୟ ନମଃ” ଜପ କରନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କଳହ ହେଇନଥାଏ । ଏବଂ ଧନର ସଞ୍ଚୟ ବୃଦ୍ଧି ହେଇଥାଏ । ବନ୍ଧୁଗଣ ଏହାଥିଲା ଲୁଣର ଉପକାରିତା । ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *