ଵର୍ତମାନ ସମୟରେ ସବୁ ଜିନିଷ ଦର ବୃଦ୍ଧି ପାଉଛି ତେବେ ଏହି ସମୟରେ ଯଦି ଆପଣଙ୍କୁ କମ ଖର୍ଚ୍ଚରେ ଭଲ ଜିନିଷ ମିଳିବ ତେବେ ଆପଣ ଏହା କିଣିବାକୁ ନିଶ୍ଚିତ ଇଚ୍ଛାକୃତ ହେବେ । ତେବେ କିଛି ବର୍ଷ ତଳେ ଇ ସ୍କୁଟି ବଜାର କୁ ଆସିଥିଲା । ତେବେ ଏହାକୁ ନେଇ ଅନେକ ସନ୍ତୁଷ୍ଟ ମଧ୍ୟ ହୋଇଥିଲେ । କିନ୍ତୁ ତେଲ ଦର ଯେଉଁ ଭାବେ ବୃଦ୍ଧି ପାଉଛି ଯେତେ ଭଲ ଗାଡି ମଧ୍ୟ କିଣିବାକୁ ଇଛା ହୁଏ ନାହିଁ । ତେବେ ଅନେକ ଲୋକ ବାଇକ ପ୍ରିୟ ଅଟନ୍ତି ।

କିନ୍ତୁ ଏବେ ତେଲ ଦର ଯେଉଁଭଳି ବୃଦ୍ଧି ପାଉଛି କେହି ବି ବାଇକ କିଣିବାକୁ ଇଛା କରିବେ ନାହିଁ । କାରଣ ଯେତେ ସୁନ୍ଦର ଗାଡି ସେତେ ଭଲ ତେଲ ମଧ୍ୟ ଭରିବା ଆଵଶ୍ୟକ । ତେବେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ବଜାରରେ ନୂଆ e-bike ଆସୁଛି । ତେବେ electrical ବାଇକ ଓ ସ୍କୁଟି ଲୋକଙ୍କୁ ବହୁତ ସନ୍ତୁଷ୍ଟ କରିଥାଏ ।
ତେଣୁ ଏଥର ଯେଉଁମାନେ ବାଇକ ପ୍ରିୟ ସେମାନଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି e-bike ଆସିବାକୁ ଯାଉଛି । ଏହାର ରୂପ ଓ କାମ ମଧ୍ୟ ବହୁତ ଭଲ । ଏହା ଆଗରେ sports bike ମଧ୍ୟ ଫିକା ପଡିଯିବ । ତେବେ କମ ମୂଲ୍ୟରେ ଏତେ ସୁନ୍ଦର ଗାଡି କିଏ ବା କିଣିବାକୁ ଇଛା କରିବେନି । ତାହା ଫୁଣି ବିନା ପେଟ୍ରୋଲ ରେ ।

ତେଣୁ ଆସନ୍ତୁ ଜାଣିବା ବାଇକ ମଡେଲ ନାମ ଓ ଏହା କେତେ କି.ମି ଯାଇପାରିବା ଓ କେତେ ଦାମ ଆଦି ସମ୍ଭନ୍ଧରେ । ଟର୍କ ଗ୍ରାଟେଷ୍ଟ କମ୍ପାନୀ, ରିଭଲଟ , ଓଡିସି ଇଲୋକଟ୍ରିକ ଏଭୋସିକ ଭଳି ଦାମୀ ଗାଡି ମଧ୍ୟ ରହିଛି । ତେବେ ରିଭଲଟ ଆରଭି -୪୦୦ ର ପୂର୍ବ ଶୋ ରୁମ ଦାମ ହେଉଛି ୯୦,୭୯୯ ଟଙ୍କା । ଏହା ଥରେ ଚାର୍ଜ କରିବା ଦ୍ୱାରା ୧୫୦ କି.ମି ଯାଇଥାଏ ।
ସେହିଭଳି ରିଭଲଟ rv-୩୦୦ ର ପୂର୍ବ ଶୋ ରୁମ ଦାମ ହେଉଛି ୯୪,୯୯୯ ଟଙ୍କା । ଏହା ଥରେ ଚାର୍ଜ କରିବା ଦ୍ୱାରା ୧୮୦ କି.ମି ବାଟ ଯାଇଥାଏ । ସେହି ପରି ଇଭୋସିକ ଇଲେକ୍ଟ୍ରିକ ବାଇକ ର ପୂର୍ବ ଶୋ ରୁମ ଦାମ ହେଉଛି ୧,୬୪୦୦୦ । ଏହା ଥରେ ଚାର୍ଜ କରିବା ଦ୍ୱାରା ୧୪୦ କି.ମି ଯାଇଥାଏ ।

ତେବେ କାନାଡ଼ାରେ ପ୍ରଥମ e-bike ହେଉଛି ଲାସ ଭେଗାସ । ଏହାକୁ କାନାଡିଆନ ଷ୍ଟେଟସ ଡ଼ମୋଡ଼ିଆ ମୋଟର୍ସ ବନାଇଛି । ଏହାର ୧ ଘଂଟା ପ୍ରତି ବେଗ ହେଉଛି ୨୭୩ କି.ମି । ଏଥିରେ ୨୦ କିଲୋୱାଟ ର ବ୍ୟାଟେରୀ ଲାଗିଛି ।
ଏହାକୁ ଥରେ ଚାର୍ଜ କରିବା ଦ୍ୱାରା ୨୩୫ କି.ମି ରାସ୍ତା ଯାଇଥାଏ । ୨୦୦ HP ରେ ଏହା ୧୦୦ କି.ମି ଯିବାକୁ ମାତ୍ର ୩ ସେକେଣ୍ଡ ସମୟ ନେଇଥାଏ । ଏହାର ପୂର୍ବ ଶୋ ରୁମ ଦାମ ହେଉଛି ୩୫ ହଜାର ଡ଼ଲାର । ଅର୍ଥାତ ୨୬ ଲକ୍ଷ ଟଙ୍କା ।
