ବେଶ୍ୟାଳୟ ମାଟିରେ କାହିଁକି ତିଆରି ହୁଏ ମା’ ଦୁର୍ଗାଙ୍କ ପ୍ରତିମା, ଜାଣନ୍ତୁ ଏହା ପଛର କାହାଣୀ

ଆମର ଏହି ସମାଜ ଯେତେବେଳେ ବେ-ଶ୍ୟା-ମାନଙ୍କ ବିଷୟରେ ଶୁଣିଥାଏ ତେବେ ସେମାନଙ୍କ ମନରେ ଏକ ପ୍ରକାରର ଘୃଣା ଭାବ ଚାଲିଆସେ । ଆଉ କିଛି ଦିନ ପରେ ହିଁ ମାତା ଦୂର୍ଗାଙ୍କ ପୂଜା ଅର୍ଚନା କରାଯିବ । ମାତା ଦୂର୍ଗାଙ୍କ ମୂର୍ତ୍ତି ତିଆରି ପାଇଁ ବିଭିନ୍ନ ସ୍ଥାନରୁ ମାଟି ଆସିଥାଏ । କିନ୍ତୁ ମାନ୍ୟତା ଅନୁସାରେ ବେ-ଶ୍ୟା-ଳ-ୟଙ୍କ ଘରୁ ଘରୁ ମାଟି ଆସିବା ପରେ ହିଁ ଦୂର୍ଗାଙ୍କ ପ୍ରତିମା ତିଆରି କରାଯାଏ । କିନ୍ତୁ କାହିଁକି ମାତା ଦୂର୍ଗାଙ୍କ ପ୍ରତିମା ତିଆରି ପାଇଁ ବେ-ଶ୍ୟା-ଳ-ୟଙ୍କ ଘରୁ ମାଟି ଆସିଥାଏ ଏହା ପଛର କାରଣ ଆଜି ଆମେ ଆପଣଙ୍କୁ କହିବୁ । ଦଶହରା ପୁରା ଭାରତର ପର୍ବ ଅଟେ ।

କିନ୍ତୁ ପଶ୍ଚିମବଙ୍ଗ, ଓଡିଶା ଓ ଅନ୍ୟ କେତେକ ସ୍ଥାନରେ ଏହି ପର୍ବକୁ ବିଶେଷ ରୂପରେ ବହୁତ ହର୍ଷ ଉଲ୍ଲାସ ଓ ଧୁମଧାମରେ ପାଳନ କରାଯାଏ । ଦଶହରା ସମୟରେ ମାତା ଦୂର୍ଗାଙ୍କ ମଣ୍ଡପ ଆଖପାଖରେ ପେଣ୍ଡାଲ ମଧ୍ୟ ବନ୍ଧାଯାଏ ଓ ସବୁ ସ୍ଥାନକୁ ସୁସଜ୍ଜିତ କରାଯାଏ । ବର୍ତ୍ତମାନ ସମୟରେ ମାତା ଦୂର୍ଗାଙ୍କ ପ୍ରତିମା ତିଆରି କରିବା ପାଇଁ ସମସ୍ତେ ବେ-ଶ୍ୟା-ଳ-ୟକୁ ମାଟି ଆଣିବା ପାଇଁ ଯାଉଛନ୍ତି । ଏହା ପଛରେ ଏକ କାରଣ ବି ଅଛି । ପୌରାଣିକ କଥା ଅନୁସାରେ ପ୍ରାଚୀନ ସମୟରେ ଜଣେ ବେ-ଶ୍ୟା ମାତା ଦୂର୍ଗାଙ୍କର ବହୁତ ବଡ ଭକ୍ତ ଥିଲେ ।

ସେହି ବେ-ଶ୍ୟା ମାତା ଦୂର୍ଗାଙ୍କ ପୂଜା କରିବାକୁ ଯାଇ ଲୋକମାନଙ୍କ ବହୁତ ଅପମାନ ସହି ଥିଲେ । ଯାହାକୁ ଦେଖି ମାତା ଦୂର୍ଗା ସହି ପାରି ନ ଥିଲେ । କାରଣ ସେ ଜଣେ ମା ଓ ସେ ନିଜ ସନ୍ତାନର ଦୁଃଖକୁ ସହି ପାରିଲେ ନାହିଁ । ମାତା ଦୂର୍ଗା ଆଦେଶ ଦେଲେ କି ବେ-ଶ୍ୟାମାନଙ୍କ ଘରୁ ମାଟି ଆଣି ସେହି ମାଟିରେ ନିଜ ମୂର୍ତ୍ତି ତିଆରି କରିବା ପରମ୍ପରା ଆରମ୍ଭ କରିଥିଲେ । ମାତା ଦୂର୍ଗା ନାରୀ ଶକ୍ତିର ପ୍ରତୀକ । ଯେତେବେଳେ ଗୋଟିଏ ନାରୀ ବେ-ଶ୍ୟା ହୋଇଥାଏ ତେବେ ସେଥିପାଇଁ ଏହି ସମାଜ ଓ ସମାଜର ଲୋକମାନେ ହିଁ ଦାୟୀ ହୋଇଥାନ୍ତି ।

ଏହି କାରଣରୁ ମାତା ଦୂର୍ଗାଙ୍କ ପ୍ରତିମା ତିଆରି କରିବା ପାଇଁ ବେ-ଶ୍ୟାଙ୍କ ଘରର ମାଟି ତିଆରି କରାଯାଏ । ଏହିଭଳି ଭାବରେ ମାତା ଦୂର୍ଗାଙ୍କ ପୂଜାରେ ବେ-ଶ୍ୟାମାନଙ୍କୁ ସମ୍ମାନ ଦିଆଯାଏ । ପୁରାଣ ଓ ଶାସ୍ତ୍ର ଅନୁସାରେ ଯେତେବେଳେ ମହିଳା କିମ୍ବା ପୁରୁଷ ବେ-ଶ୍ୟା ଘରକୁ ଯାଏ ତାହା ପୂର୍ବରୁ ବେ-ଶ୍ୟା-ଳ-ୟ ଘରର ବାହାରେ ସେମାନେ ନିଜର ସମସ୍ତ ଭଲ କର୍ମ, ପବିତ୍ରତା ଓ ଭଲ ଗୁଣ ଛାଡି ଦିଅନ୍ତି । ବ୍ୟକ୍ତି ଜଣକ ସମସ୍ତ ପ୍ରକାରର ପବିତ୍ରତାକୁ ବାହାରେ ତ୍ୟାଗ କରିବା ପରେ ହିଁ ଜଣେ ବେ-ଶ୍ୟା ଘରେ ପ୍ରବେଶ କରେ । ସେଥିପାଇଁ ବେ-ଶ୍ୟା ଘରର ମାଟିକୁ ପବିତ୍ର ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *