ବାପା ଓ ମା ହେବାକୁ ଯାଉଛନ୍ତି ଓଡିଶାର ଲୋକପ୍ରିୟ ଯୋଡି ସୁବାଶିଷ ଓ ଅନିଶା

ଆପଣମାନେ ଓଲିଉଡର ପ୍ରସିଦ୍ଧ କଳାକାର ଶୁଭାଶିଷ ଏବଂ ଅନିଶାଙ୍କ ବିଷୟରେ ନିଶ୍ଚିତ ରୂପରେ ଶୁଣିଥିବେ । ଶୁଭାଶିଷ ଅଲିଉଡର ଜଣେ ଜଣାଶୁଣା କଳାକାର । ସେ ଅନେକ ଓଡିଆ ଚଳଚିତ୍ରରେ କାର୍ଯ୍ୟ କରିବା ସହ ଅନେକ ସୁ ଚର୍ଚିତ ଓଡିଆ ଧାରାବାହିକରେ ନିଜର ସୁନ୍ଦର ଏବଂ ଚମତ୍କାର ଅଭିନୟର ପ୍ରଦର୍ଶନ କରିସାରିଛନ୍ତି । ଶୁଭାଶିଷ ଏବେ ହେ ପ୍ରଭୁ ଧାରାବାହିକରେ କାର୍ଯ୍ୟ କରୁଛନ୍ତି । ଏହିପରି ଅନିଶା ଶର୍ମା ମଧ୍ୟ ଅନେକ ଧାରାବାହିକ ଏବଂ ଚଳଚିତ୍ରରେ କାର୍ଯ୍ୟ କରିସାରିଛନ୍ତି । ଉଭୟ ନିଜର ଅଭିନୟରେ ଦର୍ଶକଙ୍କୁ ବିମୋହିତ କରିବା ସହ ସର୍ବଦା ନିଜର ଚମତ୍କାର ଅଭିନୟ କାରଣରୁ ଚର୍ଚାରେ ରହି ଆସିଛନ୍ତି ।

ଏମିତି ଏକ ଶୁଟିଙ୍ଗ ସେଟରେ ଅନିଶା ଏବଂ ଶୁଭାଶିଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନେ କିଛି ବର୍ଷ ଏହି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିସ୍ପତି ନେଇଥିଲେ ଏବଂ ଗତ ୩ ବର୍ଷ ତଳେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ବିବାହରେ ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହେବା ସହ ସୁଖମୟ ବୈବାହିକ ଜୀବନର କାମନା କରିଥିଲେ । ସେମାନଙ୍କ ବିବାହ ସମୟରେ ସେମାନେ ଖୁବ ଚର୍ଚାର ପାତ୍ର ହୋଇଥିଲେ ମଧ୍ୟ ଏବେ ପୁଣିଥରେ ସେମାନେ ଚର୍ଚାର ସମ୍ମୁଖୀନ ହୋଇଛନ୍ତି ।

ଏବେ କିଛି ଦିନ ତଳେ ଜଣା ପଡିଛି ଯେ ସେମାନେ ସନ୍ତାନ ପ୍ରାପ୍ତି କରିବାକୁ ଯାଉଛନ୍ତି ଅର୍ଥାତ ଅନିଶା ମା ହେବାକୁ ଯାଉଛନ୍ତି । ଏହି ଖୁସି ଖବର ଶୁଭାଶିଷ ନିଜେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ଗର୍ଭବତୀ ହେବା ଜଣେ ନାରୀ ଜୀବନର ସବୁଠାରୁ ଖୁଶିର ସମୟ ହୋଇଥାଏ । ତେଣୁ ଏହିସମୟ ଅନିଶା ବହୁତ ଖୁସିଥିବା ଜଣା ପଡ଼ୁଛନ୍ତି । ଗଣମାଧ୍ୟମରେ ଉଭୟଙ୍କ ଫଟୋ ବହୁତ ସୁନ୍ଦର ହୋଇଥିବା ସହ ଏହି ଖବରକୁ ନେଇ ଉଭୟ ବହୁତ ଖୁସି ଅଛନ୍ତି ବୋଲି ଶୁଭାଶିଷ ମନ୍ତବ୍ୟ ଦେଇଛନ୍ତି ।

ଏହି ଖବର ସେମାନଙ୍କର ପ୍ରଶଂସକଙ୍କ ମୂହରେ ଖୁସି ;ଭରିଦେବା ସହ ସେମାଙ୍କ ପାଇଁ ଅନେକ ଶୁଭେଶ୍ଚା ଆଣିଦେଇଛି । ଏହାଛଡା ଅଲିଉଡର ଅନେକ ତାରକା ସେମାନଙ୍କୁ ଶୁଭେଶ୍ଚା ଜଣାଇବା ସହ ସେମାନଙ୍କ ଭବିଷ୍ୟତର ଶୁଭ କାମନା କରିଛନ୍ତି । ଓଲିଉଡର ଆଗଧାଡିର ତାରକାମାନେ ସେମାନଙ୍କ ବୈବାହିକ ଜୀବନ ଆହୁରି ଅଧିକ ସୁନ୍ଦର ଏବଂ ସୁଖମୟ ହେଉବୋଲି ଆସା ବ୍ୟକ୍ତ କରିଛନ୍ତି ସାମାଜିକ ଗଣମାଧ୍ୟମରେ । ଶୁଭାଶିଷ ଏବଂ ଅନିଶା ଏକ ସୁନ୍ଦର ଓ ସୁସ୍ଥ ସନ୍ତାନ ପ୍ରାପ୍ତ କରନ୍ତୁ ବୋଲି ସମସ୍ତଙ୍କ ଆସା ରହିଛି ।

Leave a Reply

Your email address will not be published. Required fields are marked *