୧୦୭ ବର୍ଷ ର ମା ଯେତେବେଳେ ୮୪ ବର୍ଷ ର ଝିଅ କୁ ଦେଲେ ଟଫି, ତ କଣ କଲା ଝିଅ ଦେଖନ୍ତୁ ଭିଡିଓ

ମା ଆପଣଙ୍କ ଜୀବନ ରେ ଜଣେ ଏମିତି ମଣିଷ ଥାଏ ଯିଏ କି ଆପଣଙ୍କୁ ଦୁନିଆରେ ସବୁଠୁ ଅଧିକ ଭଲ ପାଏ । ଜଣେ ମା ପାଇଁ ତା ଛୁଆ ଠୁ ଅଧିକ କେହିବି ନୁହଁ । ଜଣେ ମା ତା ଛୁଆ ର ସବୁ ବେଳେ ଖୁସି ଚାହେଁ । ସବୁଠୁ ଭଲ କଥା ହଉଛି ଆପଣ ଯେତେ ବି ବଡ ହେଇଯାଆନ୍ତୁ ନା କାହିଁକି ତାଙ୍କ ପାଇଁ ସବୁ ବେଳେ ଛୁଆ ହିଁ ରହିବେ । ବାର୍ଦ୍ଧକ୍ୟ ହେଲେ ବି ତାଙ୍କର ଭଲ ପାଇବା କମିନଥାଏ, ମା ର ଭଲ ପାଇବା ର ଏକ ଉଦାହରଣ ଏହି କିଛି ଦିନ ହେବ ଦେଖା ଯାଇଥିଲା ସୋସିଆଲ ମିଡିଆ ରେ ।

ଏହି  କିଛି ଦିନ ହେବ ଇଣ୍ଟର୍ନେଟ ରେ ଗୋଟେ ଭିଡ଼ିଓ ଭାଇରାଲ ହୋଇଛି  ।

ଏହି ଭିଡିଓ ଟି ରେ ୧୦୭ ବର୍ଷ ର ମା ତାର ୮୪ ବର୍ଷ ର ଝିଅ କୁ ଟଫି ଦେଉଥିବାର ଦେଖାଯାଉଛି । ମା ନିଜ ପକେଟ ରୁ ଟଫି କାଢିକି ଝିଅ କୁ ଦେଉଛି, ଟଫି ନେଇକି ଝିଅ ୫ ବର୍ଷ ର ଛୁଆ ପରିକା ଖୁସି ହେଉଛି । ଏହି ଦୃଶ୍ୟ ଇଣ୍ଟର୍ନେଟ ରେ ସବୁ ଲୋକ ଙ୍କ ମନ ଜିତି ନେଇଛି ।

ଏହି ଭିଡିଓ ଚୀନ୍ ର , ଭିଡିଓ ରେ ଦେଖାଯାଉଥିବା ମା ଓ ଝିଅ ମଧ୍ୟ ଚିନ୍ ର । ଏହି ଭିଡିଓ ଟି ଦିନ କୁ ଦିନ ଲୋକପ୍ରିୟ ହେଇଯାଉଛି ଲୋକମାନେ ମଧ୍ୟ କହୁଛନ୍ତି ମା ସବୁବେଳେ ମା ଥାଏ , ମା ପରିକା ଆଉ କେହିବ ନଥାନ୍ତି ।

ଯେତେ ବେଳ ଯାଏ ମା ଆମ ସାଥିରେ ଥାଏ ଆପଣଙ୍କ ପିଲା ଦିନ ମଧ୍ୟ ବଞ୍ଚିରହେ । ଏ ଭିଡିଓ ଟି ଆମକୁ ବହୁତ କିଛି ଶିଖାଉଛି, ଆମ ପିଲା ମାନଙ୍କ ର ବି କର୍ତ୍ତବ୍ୟ କି ଆମେ ଆମ ମା କୁ ସେତିକି ହିଁ ଭଲ ପାଇବା । ବିନା କିଛି ସ୍ଵାର୍ଥ ରେ ତାଙ୍କର ସେବା କରିବା ଓ ତାଙ୍କୁ ଖୁସି ଦବା ।

ଆମେ ଯେତେ ବି ବଡ ହେଇଯାଉ ଯେତେ ବେଳେ ମା ଆମ ମୁଣ୍ଡରେ ହାତ ରଖେ ଆମକୁ ବହୁତ ଆରାମ ମିଳେ । ମା ର ଭଲ ପାଇବା ର ବହୁତ ଶକ୍ତି ଅଛି ଯାହାକି ଆମ ଦୁଃଖ କଷ୍ଟ କୁ ନେଇଯାଏ ।

Leave a Reply

Your email address will not be published. Required fields are marked *