Navaratri Special: ଆଜି ରାତିରେ ମା କଲରାତ୍ରିଙ୍କର ଏମିତି କରନ୍ତୁ ପୂଜା, ତା ପରେ ଦେଖିବେ ଚମତ୍କାର

ନବରାତ୍ରୀର ସପ୍ତମ ଦିନରେ ମାତା କାଳରାତ୍ରି ଙ୍କୁ ପୂଜା କରାଯାଏ । ମାତା କାଳରାତ୍ରି ସର୍ବଦା ଭକ୍ତମାନଙ୍କର କଲ୍ୟାଣ କରନ୍ତି, ତେଣୁ ତାଙ୍କୁ ଶୁଭଙ୍କାରୀ ମଧ୍ୟ କୁହାଯାଏ । ଶତ୍ରୁ ତଥା ବିରୋଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ମା କାଳରାତ୍ରି ଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ ।

ଭୟ, ଦୁର୍ଘଟଣା ଏବଂ ରୋଗ ମା’ ଙ୍କର ପୂଜା ଦ୍ୱାରା ନଷ୍ଟ ହୋଇଯାଏ । ମାଆ ଙ୍କ ର ଆଜି ଏହି ପୂଜା ରେ ବହୁତ୍ ଭକ୍ତ ବ୍ରତ ରଖି ଥାଆନ୍ତି । ମାଆ ଙ୍କ ଏହି ରୂପ କୁ କାଳି ଙ୍କ ରୂପ ବୋଲି ମାନନ୍ତି । ମାଆ ଙ୍କ ଏହି ରୂପ କୁ ମାଆ ପାର୍ବତି ଙ୍କ ଅନ୍ୟ ଏକ ରୂପ ବୋଲି କୁହାଯାଇଥାଏ ।

ମାଆ କାଳରାତ୍ରି ହେଉଛନ୍ତି ନବଦୁର୍ଗାଙ୍କ ର ସପ୍ତମ ରୂପ । ମାତାଙ୍କର ଏହି ରୂପ ଅତ୍ୟନ୍ତ ଭୟଙ୍କର ବୋଲି ବିବେଚନା କରାଯାଏ । ମାଆ ଙ୍କ ରଙ୍ଗ କଳା ଓ ସେ ତ୍ରିନେତ୍ର ଧାରି ଅଟନ୍ତି । ମା ଙ୍କ ଏହି ରୂପ ରେ ତାଙ୍କ ବାହନ ଗଧ ରହିଥାଏ । ମା’ ଏହି ରୂପ ରେ ଭକ୍ତ ମାନଙ୍କ ସବୁ ବେଳେ ସାହାଯ୍ୟ କରି ଥାଆନ୍ତି । ସେଥି ପାଇଁଁ ମାଆ ଙ୍କ ର ଏହି ରୂପ କୁ ଭକ୍ତ ମାନେ ବହୁତ ଶୁଭ ବୋଲି ମାନି ଥାଆନ୍ତି ।

ମାଆ ଙ୍କ ଉପାସନା କଲେ କଣ ଲାଭ ମିଳେ?

ଶତ୍ରୁ ଆଉ ବିରୋଧୀ ମାନଙ୍କୁ ନିୟନ୍ତ୍ରଣ କରିବା କୁ ହେଲେ ମାଆ ଙ୍କ ଉପାସନା କରିବା ଦ୍ୱାରା ବହୁତ ଶୁଭ ଦାୟକ ହୋଇଥାଏ । ମାଆ ଙ୍କ ଉପାସନା ଦ୍ଵାରା ଦୁର୍ଘଟଣା,ଭୟ ଆଉ ରୋଗ ର ବିନାଶ ହୋଇଥାଏ । ତାଙ୍କ ର ପୂଜା ଦ୍ଵାରା ନକାରାତ୍ମକ ଶକ୍ତି ର କିଛି ପ୍ରଭାବ ପଡି ନ ଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଲେଖା ହେଇଛି କି ମାଆ ଙ୍କ ପୂଜା ଦ୍ଵାରା ଶନି ଗ୍ରହଙ୍କର ପ୍ରଭାବ ନିଜ ଉପରୁ କମିଯାଏ । ମାଆ ଙ୍କ ପୂଜା ଦ୍ଵାରା ଘରର ସୁଖ ସବୁ ଫେରି ଆସେ । ମାଆ ଙ୍କ ର ଆଜି ଏହି ରୂପ କୁ ଭାରତ ବର୍ଷ ରେ ବହୁତ ଖୁସି ଭାବ ରେ ପାଳନ କରାଯାଏ ।

କଣ ରହିଥାଏ ମା କାଳରାତ୍ରି ଙ୍କ ପୂଜା ବିଧି?

ମାଆ ଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ । ମାଆଙ୍କୁ ଲାଲ୍ ଫୁଲ ରେ ସଜେଇ ଦିଅନ୍ତୁ । ତା ସହିତ ମାଆ ଙ୍କ ଆଗ ରେ ଗୁଡ଼ ଭୋଗ ଲଗେଇବେ । ମାଆ ଙ୍କ ମନ୍ତ୍ର ର ଜାପ କରନ୍ତୁ । ମାଆ ଙ୍କ ପାଖ ରେ ଲଗା ଯାଇଥିବା ଗୁଡ଼ ରୁ କିଛି ଅଧା ଭାଗ ବ୍ରାହ୍ମଣ ଙ୍କୁ ଦାନ କରିଦିଅନ୍ତୁ । କାହାକୁ କ୍ଷତି ପହଞ୍ଚାଇବାର ଉଦସ୍ଯରେ ଏହି ପୂଜା କରନ୍ତୁ ନାହିଁ ।

ମାଆ କାଳରାତ୍ରି ଙ୍କୁ ବିଶେଷ ଭାବ ରେ କେଉଁ ପ୍ରସାଦ ଦେବେ?

ମାଆ କାଳରାତ୍ରି ଙ୍କୁ ଗୁଡ଼ ଭୋଗ ଦିଅନ୍ତୁ । ଏହା ପରେ ଭୋଗ କୁ ଭକ୍ତ ମାନଙ୍କ ମଧ୍ୟ ରେ ବାଣ୍ଟି ଦିଅନ୍ତୁ । ଆପଣ ମାନଙ୍କ ସ୍ବାସ୍ଥ୍ୟ ସବୁବେଳେ ଭଲ ରେ ରହିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *