ମା’କୁ ବଞ୍ଚେଇବାକୁ, କୁଅକୁ ଡେଇଁଲା ପୁଅ, ତା ପରେ ଯାହା ହେଲା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କଥା ରେ ଅଛି ମା ଥିବା ପୁଅ କାହାକୁ ଡରେ ନାହି କି ବାପା ଥିବା ପୁଅ ସଭା ରେ ହାରେ ନାହି । କିନ୍ତୁ ଆଜିର ସମାଜରେ ଯେତେବେଳେ ବାପା ମା ବୃଦ୍ଧ ହୋଇ ଯାଉଛନ୍ତି ସେତେବେଳେ ଅନେକ ସମସ୍ଯାର ସମୁଖିନ୍ନ ହେବାକୁ ପଡୁଛି । କେଉଁଠି ପୁଅ ବାପା ମା ଙ୍କୁ ଘରୁ ବାହାର କରୁ ଦେଉଛି ତ କେଉଁଠି ଭୋକ ଉପାସରେ ଦିନ କାଟିବାକୁ ପଡିଥାଏ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଏକ ବୃଦ୍ଧା ମା ପାଇଁ ତା ପୁଅ ନିଜ ଜୀବନକୁ ବାଜି ଲଗାଇ ଦେଇଛି । କେମିତି ବା ପୁଅ ନିଜ ମା ପାଇଁ ଜୀବନ ବାଜି ଲଗାଇବା ନାହି । କାରଣ ସେହି ମା ର କ୍ଷୀର ପିଇ ଆଜି ସେ ପୁଅ ଏ ଦୁନିଆକୁ ଆସିଛି । ସେଇ ମା ପାଇଁ ପରା ପୁଅ ଦୁନିଆ ଦେଖିଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବଙ୍ଗଳାପଡା ରେ । ଏହି ଅଞ୍ଚଳରେ ୬୬ ବର୍ଷୀୟ ବୃଦ୍ଧା ମହିଳା ଶଶୀ ପାଣିଗ୍ରାହୀ ଆଜି ସକାଳେ ନିଜ ଘରର କୂଅ ପାଖରେ ବସିଥିଲେ । ଏହା ପରେ ସେ ହଟାତ ଅନ୍ୟମନସ୍କ ହେବା କାରଣରୁ କୂଅ ରେ ପଡି ଯାଇଥିଲେ ।

ଆଗ ପଛ କିଛି ନ ଭାବି ପୁଅ ନିଜ ମା କୁ ବଞ୍ଚାଇବା ପାଇଁ ସିଧା ୨୦ ଫୁଟ ଗଭୀର କୂଅକୁ ଡେଇଁ ପଡିଥିଲା । ଆଉ କୂଅ ଭିତରେ ନିଜ ମା ର ଜୀବନ ରକ୍ଷା କରିବା ପାଇଁ ପୁଅ ସଂଘର୍ଷ କରୁଥିଲା । ପରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ ।

ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ମା ଓ ପୁଅ କୁ ସୁରକ୍ଷିତ ଭାବେ ପୁଅ ରୁ ଉଦ୍ଧାର କରିଛନ୍ତି । ତେବେ ଶେଷରେ ଏତିକି କୁହା ଯାଇପାରେ ଆଜିର ଏ ଦୁନିଆରେ ଏଭଳି ପୁଅ ମିଳିବା ବହୁତ କଷ୍ଟସାଧ୍ୟ ଅଟେ । ମା ଓ ପୁଅର ସମ୍ପର୍କ କେତେ ଯେ ଗଭୀର ତାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତେବେ ନିଜ ମା ପ୍ରତି ଥିବା ଭକ୍ତି ଓ ଭଲ ପାଇବା ପାଇଁ ଆଜି ପୁଅ ମା ର ଜୀବନ ବଞ୍ଚାଇ ପାରିଛି । ବାସ୍ତବରେ ଶଶୀ ପାଣିଗ୍ରାହୀଙ୍କ ପୁଅର ଏହି ମହାନ କାମ ପାଇଁ ସେ ପ୍ରଶଂସା ଯୋଗ୍ୟ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମା ଓ ପୁଅର ସମ୍ପର୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *