ମା’ କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡ଼ିଗଲା ଝିଅ! କାନ୍ଦି କାନ୍ଦି ମା’ ଯାହା କହୁଛି ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆଜିର ସମୟରେ ବାପା ମା ଙ୍କୁ ପର କରି ଦେଇ ପୁଅ ଝିଅ ପ୍ରେମରେ ଏତେ ବାୟା ହୋଇ ଯାଉଛନ୍ତି କି କିଛି ବି ଆଉ ଭାବୁ ନାହାନ୍ତି । ପୁଅ ହେଉ କି ଝିଅ ସମସ୍ତେ ବାପା ଙ୍କୁ ଛାଡି ପ୍ରେମ ରେ ପାଗଳ । ଆଜିକାଲି ସୋସିଆଲ ମିଡିଆରେ ପ୍ରେମ କୁ ଅନେକ ଘଟଣା ପ୍ରତି ଦିନ ସାମନାକୁ ଆସୁଛି । ତେବେ ଗତ କିଛି ସମୟ ହେବ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବି କହିବେ ଝିଅ ହୋଇ ମା ସହ ଏମିତି କେମିତି କରି ପାରିଲା ।

ଆଜ୍ଞା ହଁ ବୈଦ୍ୟନାଥପୁର ଥାନାରେ ହାଇ ଡ୍ରାମା ଦେଖିବାକୁ ମିଳିଛି । ମା କୁ ଠେଲି ଦେଇଛି ଝିଅ ଆଉ ଦଉଡି ପଳାଇ ଯାଇଛି ପ୍ରେମିକ ପାଖକୁ । ହଁ ଆଜ୍ଞା ପ୍ରେମ ପାଇଁ ଝିଅ ମା କୁ ପେଲିଦେଲା ଆଉ ଚାଲିଗଲା ପ୍ରେମିକ ପାଖକୁ । ଝିଅ ଆଜି ବଡ ହୋଇ ଯାଇଛି ଆଉ ମା ର ବୟସ ବି ଗାଡି ଯାଇଛି । ଝିଅ ତା ବଳ ଦେଖାଇ ମା କୁ ଠେଲି ଦେଇଛି ଆଉ ମା ତଳେ ପଡି ଯାଇଛି । କିନ୍ତୁ ମା କାନ୍ଦି କାନ୍ଦି କହୁଛି ଓ ଝିଅ ଅବାଟକୁ ଚାଲି ଯାଇଛି । ବୟସ ହେଲା ବୋଲି ସେ ଚାଲି ଯାଇଛି । ସେ ଅନ୍ୟ କଥାରେ ପଡି ମା କୁ ଚିହ୍ନି ପାରୁନି ଝିଅ ।

ସୂଚନା ଅନୁଯାୟୀ ଗାନ୍ଦପୁର ଥାନା ଅନ୍ତର୍ଗତ ବଡ ବରସିଙ୍ଗ ଗାଁ ର ଗୌରିବାଳା ସାହୁ ଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା ପ୍ରିୟାଦର୍ଶିନୀ । ବ୍ରହ୍ମପୁର ରେ ଇଞ୍ଜିନିୟରିଙ୍ଗ ପାଠ ପଢୁଥିଲେ ପ୍ରିୟଙ୍କା । ଆଉ ସେହି ସମୟରୁ ପ୍ରେମ କରିଥିଲେ । ୨୦୨୧ ରେ ଘରେ ଏହି ନ ଥିବା ବେଳେ ପ୍ରେମିକ ସହ ଚାଲି ଯାଇଥିଲେ ପ୍ରିୟଙ୍କା । ତେବେ ଗାନ୍ଦପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ଉଧାର ପରେ ବ୍ରହ୍ମପୁର ସୁଧାର ଘରେ ରଖା ଯାଇଥିଲା ୭ ମାସ ଧରି ପ୍ରିୟଙ୍କା ଙ୍କୁ ।

ସେପଟେ ପୁଅ ର ଘର ଲୋକେ ସୁଧାର ଘରୁ ନେଇ ଯାଇଥିଲେ ଝିଅକୁ । ଏହା ପରେ ପ୍ରାୟ ଦେଢ ବର୍ଷ ବୀତି ଯାଇଥିଲା । ହେଲେ ଝିଅର ମା ଯେତେ ନେହୁରା ହୋଇଥିଲେ ବି ପୁଅର ପରିବାର ଝିଅକୁ ଦେଖାଉ ନ ଥିଲେ । ହିଆକୁ ଝୁରି ଝୁରି ଦିନ କାଟୁଥିଲେ ବାପା ମା । ଆଉ ମା ଅଭିଯୋଗ କରିଛନ୍ତି ଝିଅକୁ ଟିକେ ଦେଖିବାକୁ କହିଲେ ପୁଅ ଘରେ ୫ ଲକ୍ଷ ଟଙ୍କା ଦାବି କରୁଛନ୍ତି ।

ଆଉ ଆଜି ଯେବେ ଝିଅ ବୈଦ୍ୟନାଥପୁର ରେ ପହଞ୍ଚି ଥିଲା ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରେମିକ କହୁଛନ୍ତି ପ୍ରେମିକାର ଘର ଲୋକଙ୍କ ଅଭିଯୋଗ ମିଛ ଆମେ ଦୁହେଁ ପ୍ରେମ କରୁଛୁ ଆଉ ବାହା ମଧ୍ୟ ହେବୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *