ବନ୍ଧୁଗଣ ଝାଡୁ କୁ ମାତା ଲକ୍ଷ୍ମୀଙ୍କର ରୂପସ୍ୱୋରୂପା ମାନାଯାଇଥାଏ । ବନ୍ଧୁଗଣ ଝାଡୁ କରିବାର ଏକ ସମୟ ରହିଛି ଯଦି ଆପଣ ସେହି ନିର୍ଦ୍ଧାରିତ ସମୟରେ ଝାଡୁ ଲଗାନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ବାସ ଗୃହରେ ପ୍ରବେଶ କରିଥାନ୍ତି । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ଯେ, କେଉଁ ସମୟରେ ଝାଡୁ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ କେଉଁ ସମୟରେ ଆପଣଙ୍କୁ ଝାଡୁ କରିବା ଉଚିତ ନୁହେଁ ସେହି ବିଷୟରେ ମଧ୍ୟ ଜଣାଇବାକୁ ଯାଉଅଛୁ ।
ବନ୍ଧୁଗଣ, ଆମ ହିନ୍ଦୁ ଶାସ୍ତ୍ରର ଧାର୍ମିକ ଗ୍ରନ୍ଥ ମାନଙ୍କରେ ଅନେକ ଶୁଭ ଅଶୁଭ କଥା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି । ବନ୍ଧୁଗଣ ହିନ୍ଦୁଧର୍ମର ପରମ୍ପରା ରେ କିଛି ବିଶେଷ କଥା ଝାଡୁ ସହିତ ଜଡିତ ହୋଇ ରହିଅଛି ।
୧- ବନ୍ଧୁଗଣ ଝାଡୁକୁ ନିଜ ଗୃହରେ ଓଲଟା ରଖିବା ଅଶୁଭ ମାନାଯାଇଥାଏ । ଅନେକ ବ୍ୟକ୍ତି ଏହା ସ୍ଵୀକାର ମଧ୍ୟ କରିଛନ୍ତି ଯେ, ଝାଡୁକୁ ଓଲଟ ରଖିଲେ, ବହୁତ କ୍ଷତି ହୋଇଥାଏ ।
୨- ପରିବାରର କୌଣସି ସଦସ୍ୟ ଯଦି ଯାତ୍ରା କରିବାକୁ ବାହାରକୁ ଯାଉଛନ୍ତି ଅଥବା କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଯାଉଥାନ୍ତି ତେବେ ତାଙ୍କର ଘରୁ ବାହାରିବା ପରେ ତତକ୍ଷଣାତ ଝାଡୁ କରିବା ମଧ୍ୟ ଅଶୁଭ ହୋଇଥାଏ । ସେହି ସଦସ୍ୟ ଜଣକ ଯିବାର କିଛି ସମୟ ପରେ ଆପଣଙ୍କୁ ଝାଡୁ ଲଗାଇବା ଆବଶ୍ୟକ ।
୩- ବନ୍ଧୁଗଣ ଶାସ୍ତ୍ର ଅନୁସାରେ ପ୍ରାତଃ ସମୟକୁ ବ୍ରହ୍ମମୂହୁର୍ତ୍ତ ବୋଲି ମାନାଯାଇଥାଏ । ବ୍ରହ୍ମକାଳ ଯୋଗୁଁ ଏହା ଦେବତାଙ୍କର ସମୟ ହୋଇଥାଏ ଅର୍ଥାତ ଦେବତା ମାନେ ଏହି ସମୟରେ ରମଣ ନିମନ୍ତେ ବାହାରିଥାନ୍ତି । ଏଣୁ ପ୍ରାତଃ ୫ ରୁ ୭ ମଧ୍ୟରେ ଘର ଝାଡୁ କରିନେବା ଉଚିତ । ବନ୍ଧୁଗଣ ଏହା ସୂର୍ଯ୍ୟ ଉଦୟ ସମୟ ହୋଇଥିବାରୁ ଏହି ସମୟରେ ଘର ଝାଡୁ କରିନେଲେ ବହୁତ ଲାଭ ପ୍ରାପ୍ତି ହୋଇଥାଏ ।
ବନ୍ଧୁଗଣ ଝାଡୁକୁ ନେଇ କେତେକ ସାବଧାନତା ରହିଅଛି ଯାହା ଆଦୌ କରିବା ଉଚିତ ନୁହେଁ;-
୧- ବନ୍ଧୁଗଣ ଅନ୍ଧାର ହେବା ପରେ ଗୃହରେ ଝାଡୁ ଲଗାଇବା ଆଦୌ ଉଚିତ ନୁହେଁ । ଏହି ଭୁଲଟି ଆପଣଙ୍କ ଘର ପାଇଁ ଦୁଷ୍ଟ ଶକ୍ତି କୁ ନେଇ ଆସିଥାଏ । ବନ୍ଧୁଗଣ ଏହା ସବୁଠାରୁ ବଡ ଭୁଲ ଅଟେ, ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ ଝାଡୁ ଲଗାଇବା କଥା ନୁହେଁ । ଶାସ୍ତ୍ର ରେ ଏପରି କରିବା ସାକ୍ଷାତ ମାତା ଲକ୍ଷ୍ମୀଙ୍କର ଅପମାନ ବୋଲି ମାନା ଯାଇଅଛି ।
୨- ବନ୍ଧୁଗଣ କେତେକ ବ୍ୟକ୍ତି ସ୍ଵୋପ୍ନ ରେ ଝାଡୁ ଧରି ନିଜକୁ ଛିଡା ହୋଇଥିବାର ଦ୍ରୁଶ୍ଯ ଦେଖିଥାନ୍ତି । ଏହାର ଅର୍ଥ ହେଉଛି ଯେ, ଆପଣଙ୍କୁ ସୌଭାଗ୍ୟର ପ୍ରାପ୍ତି ହେବାକୁ ଯାଉଅଛି । ଆପଣଙ୍କ ଜୀବନରେ କିଛି ଶୁଭ ହେବାକୁ ଯାଉଅଛି ବୋଲି ଏହା ସଙ୍କେତ ଦେଇଥାଏ ।
୩- ବନ୍ଧୁଗଣ ଝାଡୁ ଉପରେ ନିଜ ପାଦ ରଖିବା ବହୁତ ଅଶୁଭ ବୋଲି ମାନା ଯାଇଅଛି । ଏପରି କରିଲେ ଆପଣ ନିଜ ଘର ର ଲକ୍ଷ୍ମୀଙ୍କୁ ପାଦରେ ମା-ରୁ ଅଛନ୍ତି ବୋଲି ଦର୍ଶାଏ । ଏଣୁ ଭୁଲରେ ମଧ୍ୟ ଏପରି କରନ୍ତୁ ନାହିଁ ।
ବନ୍ଧୁଗଣ ଏହାଥିଲା ଝାଡୁ ସମ୍ବନ୍ଧରେ କେତେକ ମହତ୍ବପୂର୍ଣ୍ଣ କଥା । ଦର୍ଶକ ବନ୍ଧୁ ଏହାକୁ ନେଇ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।