ପ୍ରତେକ ବ୍ୟକ୍ତି ଜୀବନରେ ଧନର ଆବଶ୍ୟକତା ରହିଛି । ଧନ ବିନା ବ୍ୟକ୍ତି ଜୀବନରେ ଖୁସିରେ ରହିପାରେ ନାହି । ଯଦି ଜୀବନରେ ଧନର ମହତ୍ଵ ନ ଥାନ୍ତା ତେବେ କଣ ପାଇଁ ବ୍ୟକ୍ତି କଠିନ ପରିଶ୍ରମ କରିଥାନ୍ତା । ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ ଧନର ଆବଶ୍ୟକତା ରହିଛି । କିନ୍ତୁ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହି । ଏଥିପାଇଁ ପ୍ରତେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି ।

ମା ଲକ୍ଷ୍ମୀଙ୍କ କୃପା ଲାଭ ହେଲେ ଧନର ଆଗମନ ହେବା ସହ ଘରେ ଶୁଭ ସଙ୍କେତ ମିଳିଥାଏ । ମା ଲକ୍ଷ୍ମୀଙ୍କ ଆଗମନ ହେବା ପୂର୍ବରୁ କିଛି ସଂକେତ ମିଳିଥାଏ ତାହା କଣ ଆସନ୍ତୁ ଜାଣିବା । ଅମାବାସ୍ୟା ଦିନ ଯଦି ଘର ପାଖରେ ପେଚା ଦେଖନ୍ତି, ବିଲେଇ ଘରେ ପଶି କ୍ଷୀର ପିଏ ବା ରାତିରେ ମୂଷା ଦେଖନ୍ତି ତେବେ ଏହା ଗୃହକୁ ମା ଲକ୍ଷ୍ମୀଙ୍କ ଆଗମନ ହେବାର ଶୁଭ ସଂକେତ ମିଳିଥାଏ । ଗୁରୁବାର ଦିନ ଘରର କୌଣସି ଜିନିଷ ବା ବସ୍ତୁ ବିକ୍ରି କରନ୍ତୁ ନାହି ।
ଏହା ଦ୍ଵାରା ମା ଲକ୍ଷ୍ମୀ ଘରୁ ପଳାୟନ କରିଥାନ୍ତି । ଘରେ ଯଦି ଅଭାବ ଲାଗି ରାହୁଥାଏ ତେବେ ଛୋଟ ପିତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ଦିଗରେ ରଖି ପ୍ରଣାମ କରନ୍ତୁ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବ । ମଙ୍ଗଳବାର ଦିନ କୌଣସି ଲୁହା ଜିନିଷ ବା ଯାନବାହାନ ବିକ୍ରି କରନ୍ତୁ ନାହି ।

୧- କଳା ରଙ୍ଗର ପିମ୍ପୁଡି : ଘରେ ନାଲି ପିମ୍ପୁଡି ରହିବା ଶୁଭ ହୋଇଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କଳା ପିମ୍ପୁଡିକୁ ଶୁଭ ମାନାଯାଏ । ଘରେ ଗୋଲ ଆକାରରେ କଳା ପିମ୍ପୁଡି ଘରେ ଦେଖାଗଲେ ତାଙ୍କ ଉପରେ ହଳଦୀ ପକାଇ ଅଟା ଓ ଚିନୀ ଖାଇବାକୁ ଦେଲେ ଧନର ବୃଦ୍ଧି ହେବା ସହ ମ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୨- ଝିଟିପିଟି : ଝିଟିପିଟିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ । ଘରେ ଯଦି ୩ଟି ଝିଟିପିଟି ଏକତ୍ର ଦେଖାଯାଏ ତାହା ମା ଲକ୍ଷ୍ମୀଙ୍କ ଆଗମନ ହେବାର ସୂଚନା ମିଳିଥାଏ । ଗୋଟେ ଝିଟିପିଟି ଆଉ ଗୋଟେ ଝିଟିପିଟିର ପିଛା କରୁଥିଲେ ଘରର ଉନ୍ନତି ହୋଇଥାଏ ।
୩- ପକ୍ଷୀ : ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବସା ବାନ୍ଧି ଥାଏ ତେବେ ଏହା ଶୁଭ ସଂକେତ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନର କାରଣ ହୋଇଥାଏ । ଏହା ସହ ଧନ ବୃଦ୍ଧି ହୋଇଥାଏ ।

୪- ଶଙ୍ଖର ଧ୍ୱନି : ଯଦି ଆପଣଙ୍କୁ ସକାଳେ ଓ ସନ୍ଧ୍ୟାରେ ଶଙ୍ଖର ଶବ୍ଦ ଶୁଣାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ମିଳିବା ସହ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।
୫- ହାତ ପାପୁଲି : ଆପଣଙ୍କ ଡାହାଣ ହାତର ପାପୁଲି କୁଣ୍ଡାଇ ହେଲେ ଏହା ମା ଲକ୍ଷ୍ମୀଙ୍କ କୃପା ଲାଭ ହେବାର ସୂଚନା ଦେଇଥାଏ । ଏହା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
