କଣ ଆପଣ ଜାଣିଛନ୍ତି ମା’ ଲକ୍ଷ୍ମୀ ନିଜର ସ୍ତନ କାହିଁକି କାଟିଥିଲେ ? Laxmi Katha

ବନ୍ଧୁଗଣ ଆପଣ ସମସ୍ତେ ଲକ୍ଷ୍ମୀ ପୂରଣ ତ ନିଶ୍ଚୟ ପଢିଥିବେ । ତେବେ ସେଥିରେ ବର୍ଣ୍ଣିତ ଅଛି କି ମା ଲକ୍ଷ୍ମୀ ନିଜର ସ୍ତନ କାଟିଥିଲେ । ତେବେ କଣ ଆପଣ ଜାଣିଛନ୍ତି କାହିଁକି ମା ଲକ୍ଷ୍ମୀ ଏମିତି କରିଥିଲେ ? ଆଜି ଆମେ ଆପଣଙ୍କୁ ସେହି ବିଷୟ ଉପରେ କିଛି କହିବୁ । ବୈକୁଣ୍ଠରେ ମା ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କ ସହ ବସବାସ କରୁଥିଲେ । ଦିନେ ମା ଲକ୍ଷ୍ମୀ ପ୍ରଭୁଙ୍କୁ ପଚାରିଲେ ପ୍ରଭୁ ଆପଣଙ୍କର ସବୁଠାରୁ ପ୍ରିୟ କିଏ ଅଟନ୍ତି । କିନ୍ତୁ ପ୍ରଭୁ କହିଥିଲେ ମୋ ଭକ୍ତ ମାନେ, ଯାହାକି ସତ କଥା ଥିଲା । ଆଉ ତାଙ୍କର ସବୁଠାରୁ ପ୍ରିୟ ଭକ୍ତ ହେଉଛନ୍ତି ଦେବ ଦେବ ମହାଦେବ ।

ମହାଦେବଙ୍କ ପୂଜା କଲେ ମଧ୍ୟ ବ୍ୟକ୍ତି ବୈକୁଣ୍ଠ ପ୍ରାପ୍ତ କରି ପାରିବେ । କାହିଁକି ନା ଶାସ୍ତ୍ର ଅନୁଯାୟୀ ଭଗବାନ ନାରାୟଣ ଓ ଶଙ୍କର ଏକ ହୋଇଥାନ୍ତି । ତେବେ ପ୍ରଭୁଙ୍କ ମୁଖରୁ ଏହା ଶୁଣିବା ପରେ ମା ଲକ୍ଷ୍ମୀ କହିଲେ ମୁଁ ତ ମହାଦେବଙ୍କୁ କେବେ ପୂଜା କରି ନାହିଁ, ତ ନାରାୟଣ କହିଲେ ଯଦି ତମେ ଚାହୁଁଚ ଶିବ ପୂଜା ଅକରିବାକୁ ତେବେ ସଙ୍କଲୋ କରି ଆଜି ଠାରୁ 100ଟି ଲେଖା ପଦ୍ମ ଫୁଲ ଦେଇ 3ଦିନ ପୂଜା କର । ସେଥିପାଇଁ ମା ଲକ୍ଷ୍ମୀ ପ୍ରଥମ ଦିନରେ ୧୦୦ଟି, ଦ୍ଵିତୀୟ ଦିନରେ ୧୦୦ଟି ଓ ତୃତୀୟ ଦିନରେ ୧୦୦ପଦ୍ମ ଫୁଲ ଦେବା ସମୟରେ ମାଙ୍କର ମନ ଖୁସି ଥିଲା କାରଣ ପ୍ରଭୁଙ୍କୁ ସନ୍ତୁଷ୍ଟ କରି ବର ପାଇବେ ।

ଏହି ସମୟରେ ମା’ ଲକ୍ଷ୍ମୀ ଧ୍ୟାନରେ ବସିଥିବା ସମୟରେ ମହାଦେବ ୨ଟି ପଦ୍ମ ଫୁଲ ଲୁଚାଇ ଦେଇଥିଲେ । ମା ଲକ୍ଷ୍ମୀ ମନ୍ତ୍ର ପାଠ କରି ମହଦେବଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ସମୟରେ ଦେଖିବାକୁ ପାଇଲେ ୨ଟି ପଦ୍ମ ଫୁଲ କମି ଯାଉଛି । ସେହି ସମୟରେ ଆମ ଲକ୍ଷ୍ମୀଙ୍କ ପାଖରେ କେହି ଦାସୀ ନ ଥିଲେ । ଯଦି ୧୦୦ଟି ପଦ୍ମ ଫୁଲ ନ ଦେବେ ତେବେ ତାଙ୍କର ସଂକଳ୍ପ ଭାଙ୍ଗିଯିବ ବୋଲି ଚିନ୍ତା କରିଥିଲେ ।

ସେହି ସମୟରେ ମା ଲକ୍ଷ୍ମୀଙ୍କର ମାନେ ପଡେ କି ପ୍ରଭୁ ନାରାୟଣ ତାଙ୍କୁ ପୁଷ୍କରଣୀ ସହ ତୁଳନା କରିଥାନ୍ତି । ତେଣୁ ମା ଲକ୍ଷ୍ମୀ ଯଦି ପୁଷ୍କରିଣୀ ତେବେ ତାଙ୍କ ଶରୀରରେ ଯେଉଁ ସ୍ତନ ଯୁଗଳ ରହିଛି ତାହା ପଦ୍ମ ଫୁଲର କଢ ଭଳି ଦେଖାଯାଏ । ଏ କଥା ପ୍ରଭୁ ନାରାୟଣ ମା’ ଙ୍କୁ କହିଥିଲେ । ମା’ ଙ୍କର ଏହି କଥା ମନେ ପଡିବା ପରେ ମା ଚିନ୍ତା କରିଲେ ମୋ ପୂଜାରେ ୨ଟି ପଦ୍ମ ଫୁଲ କମ ପଡୁଛି ତେଣୁ ମୁଁ ମୋର ଦୁଇଟି ସ୍ତନକୁ ମହାଦେବଙ୍କୁ ଅପ୍ରଣ କରି ନିଜର ସଂକଳ୍ପ ପୁରା କରିବି ।

ଏମିତି କରିବା ସମୟରେ ମା ଲକ୍ଷ୍ମୀଙ୍କୁ ତାଙ୍କର ସ୍ତନ ଯୁଗଳ କହୁଛନ୍ତି ମା ଆମର ଏତେ ଭାଗ୍ୟ ଆମେ ମହାଦେବଙ୍କ ଶିରୋରେ ରହିବୁ ଗଙ୍ଗା ଯେଉଁଠି ଅଛନ୍ତି ଆମେ ସେଠାରେ ରହିବୁ । ଦୁଇଟି ସ୍ତନ ଯୁଗଳ ମହାଦେବଙ୍କର ପୂଜା କରିଲେ ମହାଦେବ ପ୍ରସନ୍ନ ହେବେ । ସ୍ତନ କାଟିବା ପରେ ମା ବିକାର ଦେଖାଯିବ ଯାହାକୁ ଦେଖିବା ପରେ ନାରାୟଣ ରାଗିବେ ବୋଲି ସ୍ତନ ଯୁଗଳ କହିଛନ୍ତି ।

ଏହା ପରେ ନିଜର ବାମ ସ୍ତନକୁ କାଟି ଶିବଲିଙ୍ଗଙ୍କୁ ଅର୍ପଣ କରିବା ପରେ ଦକ୍ଷିଣ ସ୍ତନକୁ କାଟିବା ସମୟରେ ମହାଦେବ ଉଭା ହୋଇ ମାଙ୍କ ହାତରୁ କ୍ଷୁର ଛଢାଇ ନେଇଛନ୍ତି । ମହାଦେବ ମା ଲକ୍ଷ୍ମୀଙ୍କ ଉପରେ ସନ୍ତୁଷ୍ଟ ହୋଇ ବର ଦେଲେ କି ୫୬କୋଟି ଜୀବଙ୍କୁ ଜୀବ ଦେବା ସହ ସମସ୍ତଙ୍କର ମାତା ହେବା ସହ ସମସ୍ତେ ତୁମର ପୂଜା କରିବେ ଆଉ ଯିଏ ମା’ଙ୍କର ପୂଜା କରିବେ ନାହି ତାଙ୍କୁ ଅର୍ଣ୍ଣ ବସ୍ତ୍ର ମିଳିବ ନାହି । ଯେଉଁ ସ୍ତନ ମା ଅର୍ପଣ କରିଲେ ସେଥିରୁ ବେଲଗଛ ରୋପଣ ହେଉ ବୋଲି ମହାଦେବ ବର ଦେଲେ । ତେବେ ଏହା ଶିବ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *