ଏହି ବର୍ଷ ଓଡିଶାର ମହାପର୍ବ ଅକ୍ଷୟ ତୃତୀୟା ୧୪ ମେରେ ପାଳନ କରାଯିବ । ଏହି ଦିନକୁ ବହୁତ ହିଁ ଶୁଭ ବୋଲି କୁହାଯାଏ ।
ଏହା ସହିତ ଏହି ଦିନରେ ମାତା ଲକ୍ଷ୍ମୀଙ୍କର ବି ପୂଜା ଅର୍ଚନା ବି କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଉପରେ ସୁନା କିଣିବା ବହୁତ ଶୁଭ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଏହି ଦିନ ସୁନା କ୍ରୟ କରିଥାଏ, ସେହି ଘରେ ମାତା ଲକ୍ଷ୍ମୀ ଆଗମନ କରିଥାନ୍ତି ବୋଲି ମାନ୍ୟତା ଅଛି । ଏହି ବର୍ଷ ଅକ୍ଷୟ ତୃତୀୟାରେ ଏକ ଖାସ ଲକ୍ଷ୍ମୀ ଯୋଗ ପ୍ରସ୍ତୁତ ହେଉଛି ଯାହାକି ବହୁତ ହିଁ ଶୁଭ ଅଟେ ।
ଏହି ବର୍ଷ ଅକ୍ଷୟ ତୃତୀୟାରେ ରୋହିନୀ ନକ୍ଷତ୍ର ସୁକର୍ମା ଓ ଧୃତି ଯୋଗ ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୁଇ ଯୋଗ ହିଁ ବହୁତ ଶୁଭ ଅଟେ । ୧୪ ମେ ରାତିରେ ୧୨:୧୫ ମିନିଟରୁ ୧:୪୬ ମିନିଟ ପର୍ଯ୍ୟନ୍ତ ସୁକର୍ମା ଯୋଗ ରହିବ ଓ ଏହା ପରେ ଧୃତି ଯୋଗ ଆରମ୍ଭ ହୋଇଯିବ ।
ପୌରାଣିକ ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀ ଜନ୍ମ ହୋଇଥିଲେ । ଏହା ସହିତ କୁହାଯାଏ କି ଅକ୍ଷୟ ତୃତୀୟା ଦିନ ଦାନ କରିବା ଦ୍ଵାରା ଆପଣଙ୍କୁ ବହୁତ ଶୁଭ ଫଳ ମିଳିଥାଏ । ଏମିତିରେ ଆଜି ଆମେ ଅକ୍ଷୟ ତୃତୀୟା ଦିନ ନିଜର ରାଶି ଅନୁସାରେ କଣ ଦାନ କରିବା ଦ୍ଵାରା ଶୁଭ ଫଳ ମିଳିବ ସେହି ବିଷୟରେ କହିବୁ ।
ରାଶି ଅନୁସାରେ କରନ୍ତୁ ଏହି ଦାନ
ମେଷ
ଏହି ରାଶିର ଜାତକମାନେ ଅକ୍ଷୟ ତୃତୀୟା ଦିନ ମସୁର ଡାଲି ଦାନ କରନ୍ତୁ ।
ବୃଷ
ଏହି ରାଶିର ଜାତକଧାରି ଲୋକମାନେ ଚାଉଲ ଓ ବାଜରା ଦାନ କରନ୍ତୁ ।
ମିଥୁନ
ମିଥୁନ ରାଶିର ଲୋକମାନେ ମୁଗ, ଧନିଆ ଓ କପଡା ଦାନ କରନ୍ତୁ ।
କର୍କଟ
କର୍କଟ ରାଶିର ବ୍ୟକ୍ତିମାନଙ୍କୁ କ୍ଷୀର ଓ ଚାଉଳ ଦାନ କରିବା ଉଚିତ ।
ସିଂହ
ସିଂହ ରାଶିର ଲୋକମାନେ ଏହି ଦିନରେ ନାଲି ରଙ୍ଗର ଫଳ ଗରିବ ଲୋକମାନଙ୍କୁ ଦାନ କରନ୍ତୁ ।
କନ୍ୟା
ଅକ୍ଷୟ ତୃତୀୟା ଦିନ କନ୍ୟା ରାଶିର ଲୋକମାନଙ୍କୁ ମୁଗ ଦାନ କରିବା ଉଚିତ ।
ତୁଳା
ଏହି ରାଶିର ଜାତକ ଚିନୀ ଓ ଚାଉଳ ଦାନ କରନ୍ତୁ ।
ବିଚ୍ଛା
ବିଚ୍ଛା ରାଶିର ଜାତକ ପାଣି ଓ ଉଦ କୌଣୟସ ବି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।
ଧନୁ
ଧନୁ ରାଶିର ଲୋକମାନେ କଦଳୀ ଓ ହଳଦିଆ ଚାଉଳ ଦାନ ଅବଶ୍ୟ କରନ୍ତୁ । ଏହିଭଳି କରିବା ଦ୍ଵାରା ପୂଣ୍ୟ ହାସଲ ହେବେ ।
ମକର
ଅକ୍ଷୟ ତୃତୀୟା ଦିନ ମକର ରାଶିର ଲୋକମାନଙ୍କୁ କଳା ମୁଗ ଓ ଦହି ଦାନ କରନ୍ତୁ ।
କୁମ୍ଭ
ଏହି ରାଶିର ଲୋକମାନେ କଳା ରାଶି ଓ ବସ୍ତ୍ର ଗରିବ ଲୋକମାନଙ୍କୁ ଦାନ କରନ୍ତୁ ।
ମୀନ
ମୀନ ରାଶିର ଲୋକମାନେ ହଳଦୀ ଓ ବୁଟଡାଲି ଦାନ କରି ପାରିବେ ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ ।