Happy Mothers Day: କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି, ଭୂତାଣୁ ଭିତରେ ଭୟ ନକରି ତଥାପି ଏ ମାଆମାନେ ମହାମାରୀ ସହ ଲଢୁଛନ୍ତି…

ମା ଏକ ଏମିତି ଶବ୍ଦ ଅଟେ ଯାହା ବିଷୟରେ ଯେତେ କହିଲେ ବି ସେତେ କମ ପଡିଯିବ । ଯେତେବେଳେ ଗୋଟିଏ ଝିଅ ମା ହୋଇଥାଏ ତେବେ ସେ ତାହାର ସନ୍ତାନ ପାଇଁ ନିଜର ଜୀବନକୁ ସେ ଉତ୍ସର୍ଗ କରିଦିଏ । ଆଜି ହେଉଛି ମାତୃ ଦିବସ । ଏହି ଉପଲକ୍ଷେ ସମସ୍ତ ମାତାଙ୍କୁ ଆମର ଶୁଭେଚ୍ଛା । କହିବାକୁ ଗଲେ ମାର ତ୍ୟା-ଗ ଓ ବଳିଦାନ ପରେ ହିଁ ସମସ୍ତେ ଆଗକୁ ବଢିଥାନ୍ତି ଓ ବଡ ହୋଇଥାନ୍ତି । ସେଥିପାଇଁ ତ ଶାସ୍ତ୍ରରେ ଉଲ୍ଲେଖ ଅଛି ପୁତ୍ର ପଛେ କୁ ପୁତ୍ର ହୋଇପାରେ, କିନ୍ତୁ ମାତା କୁ ମାତା ହେବା ଅସମ୍ଭବ ।

ମା କୁ ନେଇ ଆମ ଇତିହାସ ଓ ଶାସ୍ତ୍ରରେ ବହୁତ କାହାଣୀ ଲେଖା ଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ମ-ହା-ମା-ରୀ ମଧ୍ୟରେ ଓ ମାତୃ ଦିବସ ଉପଲକ୍ଷେ ଏମିତି କିଛି କାହାଣୀ କହିବୁ । ଯେଉଁମାନେ ଏହି ମ-ହା-ମା-ରୀ ମଧ୍ୟରେ ନିଜର ଦାୟିତ୍ଵ ସହ ନିଜର ସନ୍ତାନର ଦାୟିତ୍ଵ ଓ ସମାଜ ସୁରକ୍ଷା ଦିଗରେ କାମ ବି କରୁଛନ୍ତି ।

ମ-ହା-ମା-ରୀ ମଧ୍ୟରେ ଏମାନେ ଜଣେ ଜଣେ ହେଉଛନ୍ତି ସମାଜ ସେବି । ଭୂ-ତା-ଣୁ ଭାଇରସ ଭୟରେ ଯେତେବେଳେ ସମସ୍ତେ ଘରେ ରହିଛନ୍ତି ସେହି ସମୟରେ ଏମାନେ ନିଜର ଜୀବନକୁ ବାଜି ଲଗାଇ ଲୋକମାନଙ୍କ ପାଇଁ ମୃ-ତ୍ୟୁ ସହ ଲଢେଇ କରୁଛନ୍ତି । କିଏ ହସ୍ପିଟାଲରେ ଭୂ-ତା-ଣୁ ସହ ଯୁଧ୍ୟ କରୁଛି ତ କିଏ ରାସ୍ତାରେ ଲୋକମାନଙ୍କୁ ସଜାଗ କରୁଛି ।

ପ୍ରଥମ ମହିଳା ଜଣକ ହେଉଛନ୍ତି ଗୌରି ବେହେରା । ଯିଏ ପିପିଲ ସହପୁରର ହୋମଗାର୍ଡ ରୂପରେ କାର୍ଯ୍ୟରତ ଅଛନ୍ତି । ଗତ ବର୍ଷ ଭୂ-ତା-ଣୁରେ ନିଜର ଡିୟୁଟି ଦେବା ସମୟରେ ତାଙ୍କ ଝିଅର ମୃ-ତ୍ୟୁ ହୋଇଥିଲା । ଗୌରି ବେହେରାଙ୍କ ଝିଅ ୧୩ ବର୍ଷ ବୟସରେ କର୍କଟ ରୋଗରେ ନିଜର ପ୍ରାଣ ହରାଇ ଥିଲା । କିନ୍ତୁ ସେ ଏହା ସତ୍ବେ ବି ସେ ଭାଙ୍ଗି ଯାଇ ନାହାନ୍ତି ଯେତେବେଳେ ଏହି ବର୍ଷ ଭୂ-ତା-ଣୁର ଦ୍ଵିତୀୟ ଲହରୀ ଆରମ୍ଭ ହେଲା ତେବେ ସେ ନିଜର ଅଳ୍ପ ଦରମା ଟଙ୍କାରେ ଲୋକମାନଙ୍କୁ ମାଗଣାରେ ସ୍ୟାନିଟାଇଜର ଓ ମାସ୍କ ବଣ୍ଟନ କରୁଛନ୍ତି । ଯାହାକି ଏକ ପ୍ରେରଣା ଦାୟକ କାହାଣୀ ଅଟେ ।

ଅନ୍ୟ ଏକ ମହିଳାଙ୍କ ନାଁ ହେଉଛି ନର୍ସ ନାମଜି । ନର୍ସ ନାମଜି ୪ ମାସର ଗ-ର୍ଭ-ବ-ତ୍ତୀ ଅଛନ୍ତି । ତଥାପି ସେ ନିଜର ନିଜର ସନ୍ତାନର ଖାତିର ନ କରି କୋବିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ନିଜର ଓ ନିଜର ସନ୍ତାନ ପ୍ରତି ବି-ପ-ଦ କଥା ଜାଣି ବି ସେ ଲୋକମାନଙ୍କର ସାହାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି । ନିଜେ ଗ-ର୍ଭ-ବ-ତ୍ତୀ ଥାଇ ମଧ୍ୟ ସେ ସୁରତର ଏକ କୋବିଡ ସେଣ୍ଟରରେ ସବୁ ୱାର୍ଡ ବୁଲି ବୁଲି ରୋଗୀଙ୍କର ସେବା ଓ ଯତ୍ନ ନେଉଛନ୍ତି ।

ଅନ୍ୟ ପଟେ ନାମଜିଙ୍କ ଭଳି ଶିଲ୍ପା ବି ଭୂ-ତା-ଣୁ ସମୟରେ ପୋଲିସ ବିଭାଗରେ ନିଜର ଡିୟୁଟି ଦେଉଛନ୍ତି । କିଛି ଦିନ ତଳେ ଛତିଶଗଢରେ ଏକ ଅଞ୍ଚଲରେ ଲ-କ-ଡା-ଉ-ନ ସମୟରେ ରାସ୍ତାରେ ନିଜର ଡିୟୁଟି ଦେଇ ଚର୍ଚାରେ ଆସିଯାଇଥିଲେ । ସେହି ସମୟରେ ଡ଼ିଏସପି ଶିଲ୍ପା ସାହୁ ଗ-ର୍ଭ-ବ-ତ୍ତୀ ଥିଲେ । ୫ ମାସର ଗ-ର୍ଭ-ବ-ତ୍ତୀ ଥାଇ ମଧ୍ୟ ସେ ଲୋକମାନଙ୍କ ଜୀବନ ର-କ୍ଷା ପାଇଁ ରାସ୍ତାକୁ ଓଲାହି ଥିଲେ । ଏମିତିରେ ମାତୃ ଦିବସ ଉପଲକ୍ଷେ ଏହି ସମସ୍ତ ମହିଳାମାନଙ୍କୁ ଓ ଅନ୍ୟ ସମସ୍ତ ମହିଳା ଭୂ-ତା-ଣୁ ଯୋଧ୍ୟାଙ୍କୁ ଆମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *