ନମସ୍କାର ବନ୍ଧୁଗଣ, ଜୀବନରେ ବଞ୍ଚିଥିବା ଯାଏ କେବେ ମଧ୍ୟ ଜ୍ଞାନ ଆହରଣ କରିବା କ୍ଷମତା ବା ବୟସ ସରି ନଥାଏ । ଜ୍ଞାନ ଗ୍ରହଣ କରିବା ପାଇଁ ସର୍ବଦା ବଞ୍ଚିଥିବା ଯାଏ ନିଜ ଜ୍ଞାନ ଆହରଣର ଦ୍ଵାରକୁ ଖୋଲା ରଖିବା ଉଚିତ । ତେବେ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ନିଜର ଜ୍ଞାନ ପରକ୍ଷା ସହ ଜ୍ଞାନ ବୃଦ୍ଧି ମଧ୍ୟ କରାଇ ପାରିବେ ।
ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବ । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନୀ କରାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।
୧- ଘର ଗୋଟିକରେ ବାର ବଖରା ଦୁଇ ବୋହୂ ଙ୍କର କଡା ପହରା । ଥିରି ଥିରି ଚାଲେ ସାନ ବୋହୂ ଟି ବଡ ବୋହୂ କିନ୍ତୁ ଚାଲେ ଝିଅ ଟି । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ଘଣ୍ଟା ।
୨- ଏତିକି ଟିକିଏ ଗେଡି ଲୁଗା ପିନ୍ଧେ ଚଉଦ କୋଡି । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ପିଆଜ ।
୩- ଢିଙ୍କି ବସିଛି ପଣେ ସୁଖେଇ ଦେବାକୁ ଜଣେ । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ଜିଭ ।
୪- ଏତିକି ଟିକିଏ ଗୀତ ତାହିଁକି ନ ପାଏ ହାତ । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- କହୁଣି ।
୫- ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପରେ ପତର । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ସପୁରି ।
୬- ମୁଁ ଏବେ ଅଛି ପୁଣି ଏବେ ନାହିଁ କହିଲ ଦେଖି ମୁଁ କିଏ ? ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ସମୟ ।
୭- ଲହ ଲହକା ପତର ବଙ୍କା ତା ଫଳ ବିକାଏ ମୁଠାଏ ଟଙ୍କା । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ଧାନ ।
୮- ଯାଜପୁର ରୁ ଆଇଲା ହାତୀ ତା ଅଇଁଠା ସମସ୍ତେ ଖାଆନ୍ତି । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ଢିଙ୍କି ।
୯- ଚିଲ ଶାଗୁଣା ଏକତ୍ର ବାସ ଡିମ୍ବ ଫୁଟାଇଲେ ଶହେ ପଚାଶ । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ଗୁଆ ।
୧୦- ମା ଷୋଳ ବୟସୀ ଝିଅ ତ ହେଲାଣି ବୁଢୀ ନାତୁଣୀ ର ବାଳ ପାଚିଲାଣି ଚାଲ ଦେଖିବା ଖୁଡୀ । ଏହି ଢଗର ଉତ୍ତର କଣ କୁହନ୍ତୁ ?
ଉତ୍ତର- ମକା ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।