ମାସିକ ଧର୍ମ ସମୟରେ ମହିଳାଙ୍କୁ କରିବା କଥା ନୁହେଁ ଏହି 8ଟି କାମ

ଆପଣ ମାନେ ଜାଣିଥିବେ ମାସିକ ଧର୍ମ ମହିଳା ମାନଙ୍କ ପାଇଁ ଏକ ସାମାନ୍ୟ କଥା ଅଟେ । ମାସିକ ଧର୍ମ ପ୍ରତେକ ମାସରେ ହୋଇଥାଏ ଯାହା ୪ରୁ ୫ ଦିନ ଯାଏଁ ରହିଥାଏ । ଏହି ସମୟରେ କିଛି ମହିଳାଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଉ କିଛି ମହିଳାଙ୍କୁ କିଛି କଷ୍ଟ ଅନୁଭବ ହୁଏ ନାହି । ଯେଉଁ ମହିଳା ମାନେ କଷ୍ଟ ଅନୁଭବ କରନ୍ତି ସେମାନେ ମାସିକ ଧର୍ମ ସମୟରେ ଭଲରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ମାସିକ ଧର୍ମ ସମୟରେ ମହିଳାଙ୍କୁ କେଉଁ କାମ କରିବା ଉଚିତ ନୁହେ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମାସିକ ଧର୍ମ ସମୟରେ ମହିଳା ଅନେକ ସମୟ ଧରି ବାଥୃମ ରେ ରହିଲେ ଏହା ସମସ୍ଯା ହୋଇପାରେ । କାରଣ ବାଥୃମ ରେ ଥିବା ଜୀବାଣୁ ଓ ବ୍ୟାକ୍ଟେରିୟା ମହିଳାଙ୍କ ଶରୀରରେ ଅତି ସହଜରେ ପ୍ରବେଶ କରିଥାନ୍ତି ଯାହା ଫଳରେ ସେମାନଙ୍କୁ ଭବିଷ୍ୟତରେ ସମସ୍ଯା ହୋଇପାରେ ।

୨- କିଛି ମହିଳା ମାନେ ଅଧିକ ଚାହା ବା କଫି ପିଇବାକୁ ପସନ୍ଦ କରନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ଅଧିକ ଚାହା ବା କଫିର ସେବନ କରିଲେ ଏହା ଅଣ୍ଟା ସମସ୍ୟାର କାରଣ ହୋଇପାରେ ।

୩- ମାସିକ ଧର୍ମ ସମୟରେ ଆଲକହଲର ସେବନ କରିବା ଦ୍ଵାରା ମୁଣ୍ଡ ବ୍ୟଥା ହେବା, ରାଗ ଲାଗିବା ଓ ମୁଡ ସୁଇଙ୍ଗ ହୋଇପାରେ । ଏହା ଛଡା ମ୍ୟାଗ୍ନେସିୟମ ମଧ୍ୟ କମ ହୋଇପାରେ । ତେଣୁ ଏପରି କରିବା ଉଚିତ ନୁହେଁ ।

୪- ଏକ ରିସର୍ଚ ଅନୁସାରେ ଯଦି ମହିଳା ମାନେ ମାସିକ ଧର୍ମ ସମୟରେ ସିଗାରେଟର ସେବନ କରନ୍ତି ତେବେ ସେମାନଙ୍କୁ ଅଧିକ କଷ୍ଟ ହୋଇଥାଏ । ତେଣୁ ଏପରି କରିବା ଉଚିତ ନୁହେଁ ।

୫- କିଛି ମହିଳା ମାନେ ଅଧିକ ଚିନି ଖାଇବା ପସନ୍ଦ କରିଥାନ୍ତି ଯାହା ସେମାନଙ୍କ ପାଇଁ ସମସ୍ଯା ହୋଇପାରେ । ମାସିକ ଧର୍ମ ସମୟରେ ଚିନି ବା ଅଧିକ ମିଠା ଜାତୀୟ ଖାଦ୍ଯର ସେବନ କରିଲେ ଶରୀରରେ ହରମୋନ କମ ହୋଇଥାଏ ଯାହା ଦ୍ଵାରା ମହିଳା ମାନେ କଷ୍ଟ ଅନୁଭବ କରିବା ସହ ଚିଡିଚିଡା ହୋଇଥାନ୍ତି ।

୬- ଅଧିକ ଲୁଣ ଖାଇବା ଦ୍ଵାରା ମହିଳାଙ୍କର ପେଟ ଫୁଲିବା ସମସ୍ଯା ଦେଖାଯାଏ । ମାସିକ ଧର୍ମ ସମୟରେ ଅଧିକ ଲୁଣ ଖାଇଲେ ଅନେକ ପ୍ରକାର ସମସ୍ଯା ହୋଇଥାଏ ।

୭- କିଛି ମହିଳା ମାନେ ମାସିକ ଧର୍ମ ସମୟରେ କଷ୍ଟ ହେବା ଯୋଗୁ ଖାଦ୍ଯ ଖାଇ ନ ଥାନ୍ତି । ଏହା ଦ୍ଵାରା ସେମାନଙ୍କ ଶରୀର କମଜୋର ହେବା ଫଳରେ ସେମାନେ ଆହୁରି ଅଧିକ କଷ୍ଟ ଅନୁଭବ ଅକରିଥାନ୍ତି । ତେଣୁ ଯେତେ ସମ୍ଭବ ଭରପୁର ଖାଦ୍ଯ ଖାଇବା ଉଚିତ ।

୮- କିଛି ମହିଳା ମାସିକ ଧର୍ମ ସମୟରେ କଷ୍ଟ ହେବା ଯୋଗୁ ଠିକ ଭାବେ ରାତିରେ ଶୋଇ ପାରନ୍ତି ନାହି । ଯାହା ଫଳରେ ସେମାନଙ୍କୁ ଅନେକ ସମସ୍ଯା ହୋଇଥାଏ । ତେଣୁ ରାତିରେ ଠିକ ଭାବେ ଶୋଇବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *