ନମସ୍କାର ବନ୍ଧୁଗଣ, ଚୁଟି ଝଡିବା ଏକ ବଡ ସମସ୍ୟା ହୋଇସାରିଲାଣି ଉଭୟ ପୁଅ ଏବଂ ଝିଅମାନଙ୍କ ପାଇଁ । ମୁଣ୍ଡରେ ଗହଳ ଚୁଟି ହିଁ ମୁହଁର ସୌନ୍ଦର୍ଜ୍ୟକୁ ବଢାଇଥାଏ । ତେବେ ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ନିଜର ଏହି ଚିନ୍ତାକୁ ଏବେ ହିଁ ଦୂର କରନ୍ତୁ । କାରଣ ଆଜି ଆମେ ଆପଣମାନଙ୍କ ପାଇଁ ଏକ ଏଭଳି ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଚୁଟିର ସମସ୍ତ ସମସ୍ୟା ଦୂର କରିଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ତିନୋଟି ଛୋଟ ପିଆଜ ନିଅନ୍ତୁ ଏବଂ ଏକ ଚାମଚ ଚାହା ପତି ନିଅନ୍ତୁ । ଚାହା ପତି ଚୁଟିକୁ ଧଳା ହେବାରୁ ଅଟକାଇ ଥାଏ । ଏବେ ଆପଣ ଗ୍ୟାସ ଉପରେ ଏକ ପାତ୍ର ରଖି ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ସେହି ପାଣିରେ ଚାହା ପତି ମଧ୍ୟ ଢାଳନ୍ତୁ ଏବଂ ଏହାକୁ ଫୁଟିବାକୁ ଛାଡିଦିଆନ୍ତୁ । ଏହାପରେ ଆପଣ ନେଇ ଥିବା ପିଆଜକୁ ଭଲ ଭାବରେ ଚୋପା ଛଡାଇ ଆପଣ ତାହାକୁ ଗ୍ରାଇଣ୍ଡିଙ୍ଗ କରିପାରନ୍ତି କିମ୍ବା ପୁରା ଛୋଟ ଛୋଟ ଖଣ୍ଡ କରି କାଟି ମଧ୍ୟ ପାରିବେ ।
ପିଆଜ ମୁଣ୍ଡ ଚୁଟିର ତଳେ ଥିବା ମାଂସରେ ବ୍ଲଡ ସରକୁଲେସକୁ ବଢାଇ ଦେଇଥାଏ । ଯାହା ଫଳରେ ଚୁଟି ଝଡିବା କମିବାରେ ଲାଗିଥାଏ । ଏବଂ ଚୁଟି ଲାମ୍ବା ଏବଂ ଘନ ହେବାର ଶକ୍ତି ବଢିବାକୁ ଲାଗିଥାଏ । ଏବେ ଆପଣ କଟାଯାଇଥିବା ପିଆଜକୁ ଚାହାପତି ଫୁଟୁଥିବା ପାତ୍ରରେ ପକାଇ ଦିଅନ୍ତୁ । ଏବେ ଏହାକୁ 15 ମିନିଟ ପର୍ଯ୍ଯନ୍ତ ଧୀର ଅଞ୍ଚରେ ଫୁଟିବା ପାଇଁ ଛାଡି ଦିଅନ୍ତୁ ।
ଏହାପରେ ଏହାକୁ ଗ୍ୟାସରୁ କାଢି ଥଣ୍ଡା ହେବାକୁ ଦିଅନ୍ତୁ । ଏବେ ଆପଣ ଏହାକୁ ଛାଣି ଏକ ସ୍ପ୍ରେ ବୋତଲରେ ରଖନ୍ତୁ । ଏବେ ଆପଣଙ୍କ ଶକ୍ତିଶାଳୀ ସେରମ ପ୍ରସ୍ତୁତ । ସେରମ ପ୍ରସ୍ତୁତ ହେବା ପରେ ଆପଣ ରାତିରେ ନିଜ ଚୁଟିରେ ତେଲ ଲାଗାଇ ସୋଇପଡନ୍ତୁ । ସକାଳୁ ଉଠି ଆପଣ ଏହି ସେରମକୁ ନିଜ ଚୁଟିରେ ଲଗାନ୍ତୁ ।
ଆପଣ ଏହି ସେରମକୁ ନିଜ ଚୁଟି ମୂଳରୁ ଆରମ୍ଭ କରି ଚୁଟିର ଲମ୍ବା ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ । ଯଦି ଆପଣ ତେଲ ଲଗାନ୍ତି ନାହିଁ ତେବେ ଆପଣ ମୁଣ୍ଡ ସଫା କରିବାର ଘଣ୍ଟାଏ ପୂର୍ବରୁ ନିଜ ମୁଣ୍ଡରେ ଲଗାନ୍ତୁ ଏବଂ ସଫା କରନ୍ତୁ । ଆପଣଙ୍କୁ ଏହି ସେରମକୁ ସପ୍ତାହକୁ ତିନି 4 ଥର ବ୍ୟବହାର କରିବାକୁ ପଡିବ ।
ଏହାପରେ ପର ସପ୍ତାହରେ ପୁଣି ଥରେ ପ୍ରସ୍ତୁତ କରିବା ପାଇଁ ପଡିବ । ଆପଣ ଏହାକୁ କିଛିଦିନ ବ୍ୟବହାର କରିବା ପରେ ହିଁ ନିଜେ ଏହାର ଚମତ୍କାରିତ ସମ୍ପର୍କରେ ଜାଣିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।