ବନ୍ଧୁଗଣ ହିମାଳୟ ରୁ ବାହାରିଥିବା 3 ଟି ପ୍ରମୁଖ ନଦୀ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀର ଜଳ ସ୍ତର ଦୃତ ଗତିରେ ଏବେ ହ୍ରାସ ପାଉଛି । ଏଭଳି ସ୍ଥିତି ଲାଗି ରହିଲେ 2050 ଯାଏଁ 170ରୁ 240 କୋଟି ଯାଏଁ ସହରର ଲୋକଙ୍କୁ ପାଣି ମିଳିବା ବନ୍ଦ ହୋଇଯିବ । ମିଳିତ ଜାତିସଂଘ ର ମହା ସଚିବ ଆଣ୍ଟୋନିଓ ଗୁଟେଗାସ କିଛି ଏଭଳି ଚେତାବନୀ ଦେଇଛନ୍ତି । ବହଡୁଥିବା ତାପମାତ୍ରା କାରଣରୁ ହିମାଳୟର ଗ୍ଲାସିୟର ତରଳିବାରେ ଲାଗିଛି ।
ଏହାକୁ ନେଇ ସେ ଏହି ଚେତାବନୀ ଦେଇଛନ୍ତି । ଆଣ୍ଟୋନିଓ କହିଛନ୍ତି ପୃଥିବୀରେ ଗ୍ଲାସିୟର ମଣିଷ ଜୀବନ ପାଇଁ ବେସ ଜରୁରୀ । ଏହି ସମୟରେ ପୃଥିବୀରେ ମାତ୍ର 10% ଗ୍ଲାସିୟର ରହିଛି । ଗ୍ଲୋବାଲ ୱାର୍ମିଂ କାରଣରୁ ଏହା ଦ୍ରୁତ ଗତିରେ ହ୍ରାସ ହେବାରେ ଲାଗିଛି । ପ୍ରତେକ ବର୍ଷ ଆଣ୍ଟାର୍ଟିକା ରେ 1500 କୋଟି ଟନ ବରଫ ତରଳିବାରେ ଲାଗିଛି । ଗ୍ରୀନଲ୍ୟାଣଦ ରେ 2700 କୋଟି ଟନ ବରଫ ତରଳିବାରେ ଲାଗିଛି ।
ଏହି 2ଟି ସ୍ଥାନ ପରେ ସବୁଠାରୁ ଅଧିକ ବରଫ ହିମାଳୟରେ ରହିଛି । ଏସିୟା ମହାଦେଶକୁ ହିମାଳୟରୁ ବାହାରୁଥିବା 10ଟି ପ୍ରମୁଖ ନଦୀ ଜଳ ଯୋଗାଉଚନ୍ତି । ପାଖାପାଖି 130 କୋଟି ଲୋକ ପାଣି ପିଇବା ପାଇଁ ନଦୀର ଜଳ ବ୍ୟବହାର କରୁଛନ୍ତି । ବିଶେଷ କରି ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ନଦୀର ଜଳସ୍ତର ଉପରେ ତାପମାତ୍ରାର ବୃଦ୍ଧିର ପ୍ରଭାବ ପଡୁଛି ।
ଯଦି ଅଧିକ ଗ୍ଲାସିୟର ତରଳେ ତେବେ ପାକିସ୍ତାନ ଓ ଚୀନରେ ବନ୍ୟା ସ୍ଥିତି ସୃଷ୍ଟି ହେବ । 2050 ମଧ୍ୟ ରେ ଶୁଖିଯିବ ଦେଶର ପ୍ରମୁଖ ନଦୀ ଏଭଳି ଚେତାବନୀ ଆସିବା ଅପରେ ନିହାତି ପ୍ରଶ୍ନ ଉଠୁଛି କାହିଁକି ? ଗଙ୍ଗା ଦେଶର ପ୍ରମୁଖ ନଦୀ ସହ 2500 କିମି ଯାଏଁ ବ୍ୟାପିଚି । 40 କୋଟି ଲୋକ ଏହାର ଜଳ ପାଇଁ ଉପକୃତ ହେଉଛନ୍ତି । ଏଥିରେ ଗଙ୍ଗିଟ୍ରୋ ଗ୍ଲାସିୟର ରହିଛି । ତେବେ ଏହି ଗ୍ଲାସିୟର ଏବେ ବିପଦରେ ଅଛି ।
ଗତ 87 ବର୍ଷ ମଧ୍ୟରେ 30 କିମି ଲମ୍ବା ଗ୍ଲାସିୟର ମଧ୍ୟରୁ ଅନେକ ଗ୍ଲାସିୟର ତରଲି ସରାଇଛି । ଭାରତର ହିମାଳୟ କ୍ଷେତ୍ରରେ 9575 ଗ୍ଲାସିୟର ରହିଛି । ଏଥିରେ 968 ଗ୍ଲାସିୟର ଉତ୍ତରଖଣ୍ଡ ରେ ରହିଛି । ଗଙ୍ଗା, ଘାଗରା, ମନ୍ଦାକିନୀ, ସରସ୍ଵତୀ ଭଳି ନଦୀ ଭାରତର କ୍ଷେତ୍ରୀୟ ଅଞ୍ଚଳକୁ ଜଳ ଯୋଗାଉଛନ୍ତି । ଏହା ଦ୍ଵାରା ଚାଷ କାମ ବି ହେଉଛି ।
ତେବେ ଯେଉଁ ଭଳି ଭାବେ ତାପମାତ୍ରା ବୃଦ୍ଧି ହେଉଛି ତାର ପ୍ରଭାବ ନଦୀର ଜଳସ୍ତର ଉପରେ ପଡୁଛି । ବିଭିନ୍ନ ନଦୀର ଜଳସ୍ତର ହ୍ରାସ ହେବାରେ ଲାଗିଛି । ନଦୀକୁ ଜଳ ଯୋଗାଉଥିବା ଗ୍ଲାସିୟର ବି ନଷ୍ଟ ହେବାରେ ଲାଗିଛି । ଯାହା ଫଳରେ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।