୨୦୦୦ କୋଟି ଟଙ୍କାର ଏକମାତ୍ର ମାଲିକ ସଲମାନ ଖାନ ଜଣେ ଏମିତି ବଲୀଉଡ ଷ୍ଟାର ଅଟନ୍ତି ଯିଏ ଯେତିକି ଧନୀ ଅଟନ୍ତି ସେତିକି ହିଁ ନିଜ ଜୀବନରେ ଏକୁଟିଆ ଅଟନ୍ତି । ସେଥିପାଇଁ ସେ ନିଜର କୋଟି କୋଟି ଟଙ୍କା ଏମିତି ଖର୍ଚ କରନ୍ତି ଯେମିତି ତାଙ୍କର ଲାଇଫ ଷ୍ଟାଇଲ ଦେଖି ଆପଣଙ୍କ ବି ହୋସ ଉଡିଯିବ । ମାତ୍ର ୭୫ ଟଙ୍କାରେ ନିଜର ପ୍ରଥମ କ୍ୟାରିୟର ଆରମ୍ଭ କରିଥିବା ସଲମାନ ଖାନ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି । ଆଜି ସଲମାନ ଖାନ ୨୨୬୦ କୋଟି ଟଙ୍କାର ମାଲିକ ଅଟନ୍ତି ।
ଗତ ୩୦ ବର୍ଷ ମଧ୍ୟରେ ସଲମାନ ଖାନଙ୍କ କ୍ୟାରିୟର ଆଗକୁ ବଢି ଚାଲିଲା ଠିକ ସେହିଭଳି ତାଙ୍କର ସମ୍ପତ୍ତି ବି ଆଗ ଅପେକ୍ଷା ବହୁତ ବଢି ଚାଲିଛି । ମହାରାଷ୍ଟ୍ରର ମୁମ୍ବାଇ ଠାରୁ ମାତ୍ର ଅଧ ଘଣ୍ଟା ଦୂରରେ ଥିବା ପନୱେଲରେ ସଲମାନ ଖାନଙ୍କ ଗୋଟିଏ ଫାର୍ମହାଉସ ଅଛି ।

ସୁନ୍ଦର ସୁନ୍ଦର ପାହାଡ ମଧ୍ୟରେ ଅବସ୍ଥିତ ଏହି ଫାର୍ମହାଉସ ପୁରା ୧୫୦ ଏକରରେ ବ୍ୟାପିଛି । କହିଦେଉଛୁ କି ଏହି ଫାର୍ମହାଉସର ମୂଲ୍ୟ ୯୦ କୋଟି ଟଙ୍କା ଅଟେ । ସଲମାନ ଖାନଙ୍କ ଗୋଟିଏ ହଳିଡେ ହୋମ ମଧ୍ୟ ଅଛି । ଯାହାର ମୂଲ୍ୟ ୩୨ କୋଟି ଟଙ୍କା ଅଟେ । ବର୍ତ୍ତମାନ ସଲମାନ ଖାନ ଯେଉଁ ଫାଲ୍ଟରେ ରହୁଛନ୍ତି ତାହାର ମୂଲ୍ୟ ୧୭ କୋଟି ଟଙ୍କା ଅଟେ ।
ସଲମାନ ଖାନଙ୍କ ପାଖରେ ବର୍ତ୍ତମାନ ମର୍ସଡିଜ ବେଞ୍ଚ ଏସ କ୍ଳାସ ଅଛି ଯାହାର ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା । ଅଟୋମ୍ୟାଟିକ ରେଞ୍ଜ ରୋବର କାର ବି ଅଛି । ଯାହାର ମୂଲ୍ୟ ୨ କୋଟି ୩୦ ଲକ୍ଷ ଟଙ୍କା ଅଟେ । ତାଙ୍କ ପାଖରେ ଅଡୀ ଆର ସ ୭ ଅଛି ଯାହାର ମୂଲ୍ୟ ୧ କୋଟି ୭୦ ଲକ୍ଷ ଟଙ୍କା ଅଟେ ।

ଏଥିରି ଜଣା ପଡୁଛି କି ସଲମାନ ଖାନଙ୍କୁ ମହଙ୍ଗା ମହଙ୍ଗା କାରରେ ବୁଲିବାକୁ ଭଲ ଲାଗେ । କେବଳ କାର ନୁହେଁ ସଲମାନ ଖାନ ମହଙ୍ଗା ମହଙ୍ଗା ବାଇକର ବି ଶୌକ ରଖନ୍ତି । ତାଙ୍କ ପାଖରେ ୟାମାହା ଆର ୧ ଯାହାର ମୂଲ୍ୟ ୨୦ ଲକ୍ଷ, ୨୨ ଲକ୍ଷ ଟଙ୍କାର ସୁଜୁକି ଜିଏସଏକ୍ସ ଆର ୧୦୦୦, ୧୮ ଲକ୍ଷ ଟଙ୍କାର ସୁଜୁକି ବାଇକ ଅଛି ।

ସଲମାନ ଖାନଙ୍କ ପାଖରେ ଏକ ୟର୍ଟ ବି ଅଛି । ଯାହାର ମୂଲ୍ୟ ୩ କୋଟି ଟଙ୍କା । ଏହି ସବୁ ଜିନିଷ ବିଷୟରେ ଜାଣିବା ପରେ ଆପଣ ବୁଝି ପାରୁ ଥିବେ କି ସଲମାନ ଖାନଙ୍କ ଲାଇଫ ଷ୍ଟାଇଲ କୌଣସି ମହାରାଜା ଠାରୁ କମ ନୁହେଁ ।
ଏହା ଛଡା ଯେତେବେଳେ ବି ଯାହାର ଦରକାର ହୋଇଥାଏ ସେତେବେଳେ ସଲମାନ ଖାନ ଆଗକୁ ଆସି ତାର ସାହାର୍ଯ୍ୟ କରିଥାନ୍ତି । ସେ ଗରିବ ଲୋକମାନଙ୍କ ସହ ବଲୀଉଡରେ କେତେକ ଷ୍ଟାରଙ୍କୁ କାମ ଦିଅନ୍ତି ।
