ହାରିବ କରୋନା ଜିତିବ ମଣିଷ, ମାତ୍ର ୮ ଦିନରେ କରୋନାରୁ ହେବେ ସୁସ୍ଥ, ଆସିଲା ନୂଆ ମେଡ଼ିସିନ୍…

କରୋନାକୁ ନେଇ ଏକ ଖୁସି ଖବର ଅଛି । ଯେଉଁଥିରେ କୁହାଯାଉଛି କି କରୋନାରୁ ଆପଣ ଶୀଘ୍ର ମୁକ୍ତି ପାଇଯିବେ । କରୋନାରେ ଆକ୍ରାନ୍ତ ହେବା ପରେ ମାତ୍ର ୮ ଦିନ ମଧ୍ୟରେ ଆପଣ ସୁସ୍ଥ ହୋଇ ଘରକୁ ଫେରି ଆସିବେ । କାରଣ ମାର୍କେଟକୁ ବହୁତ ଜଲ୍ଦି କରୋନାର ମଲ୍ନୁପିରାଭିର ମେଡିସନ ଆସୁଛି ।

କହିବାକୁ ଗଲେ କରୋନାରୁ ସୁସ୍ଥ ହେବା ପାଇଁ ଜଣେ ଆକ୍ରାନ୍ତଙ୍କୁ ୧୪ ଦିନର ସମୟ ଲାଗିଥାଏ । କିନ୍ତୁ ଏହି ନୂଆ ମେଡିସନର ବ୍ୟବହାର କରିବା ପରେ କରୋନାରେ ଆକ୍ରାନ୍ତ ରୋଗୀ ମାତ୍ର ୮ ଦିନରେ ସୁସ୍ଥ ହୋଇ ଘରକୁ ଫେରି ଯିବ । ଏହାକୁ ଅତି ଜରୁରୀ କାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ଏହି ନୂଆ ମେଡିସନକୁ ସରକାରଙ୍କ ଠାରୁ ଅନୁମତି ମଧ୍ୟ ମିଳିସାରିଛି । ଓଡିଶାରେ ଏହି ମେଡିସନ ବହୁତ ଜଲ୍ଦି ବ୍ୟବାହାର କରାଯିବ ।

ସୂଚନା ଅନୁସାରେ ଅଗଷ୍ଟ ମାସର ଶେଷ ସମୟ ମଧ୍ୟରେ ଏହା ମାର୍କେଟକୁ ଚାଲି ଆସିବ । ଜଣେ ଆକ୍ରାନ୍ତଙ୍କୁ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଦୁଇ ଥର ୮୦୦ ଏମଜିର ଟାବ୍ଲେଟ ସେବନ କରିବାକୁ ପଡିବ । କହିବାକୁ ଗଲେ କରୋନାକୁ ହରାଇବା ପାଇଁ ଏହା ବଡ ଅସ୍ତ୍ର ହୋଇପାରେ । ଡାକ୍ତର ନିରଜ ମିଶ୍ରଙ୍କ ଅନୁସାରେ ଭାରତରେ ବହୁ ଦିନ ହେବ ମଲ୍ନୁପିରାଭିର ମେଡ଼ିସିନ ଉପରେ ରିସର୍ଚ ଚାଲିଥିଲା । କିଛି ଦିନ ପୂର୍ବରୁ ହିଁ ମଲ୍ନୁପିରାଭିରର ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ରିପୋର୍ଟରେ କୁହାଯାଇଛି କି ଯେଉଁ ରୋଗୀମାନଙ୍କ ଆରଟିପିସିଆର ରିପୋର୍ଟ ପଜିଟିବ ଆସିବା ମାତ୍ରେ ହିଁ ତାଙ୍କୁ ଏହି ଔଷଧ ଦିଆଯାଇଛି । ୮୦୦ ମିଲିଗ୍ରାମ ଦିନକୁ ଦୁଇଥର କରି ୫ ଦିନ ପର୍ଯ୍ୟନ୍ତ ସେମାନେ ଏହି ଔଷଧର ସେବନ କରୁଛନ୍ତି । ଏହା ପରେ ଦେଖା ଯାଇଛି କି ସେମାନଙ୍କୁ ହସ୍ପିଟାଲ ନେବାକୁ ପଡୁ ନାହିଁ । ବହୁତ ଜଲ୍ଦି ରୋଗୀ ସୁସ୍ଥ ହୋଇ ଯାଉଛନ୍ତି । କିନ୍ତୁ ଯେଉଁମାନେ ଏହି ଔଷଧ ନେଉ ନାହାନ୍ତି ସେମାନଙ୍କୁ ସୁସ୍ଥ ହେବାରେ ୧୨ ଦିନ ସମୟ ଲାଗୁଛି ।

କିନ୍ତୁ ଯେଉଁମାନେ ଏହି ଔଷଧ ନେଉଛନ୍ତି ସେମାନେ ମାତ୍ର ୮ ଦିନ ମଧ୍ୟରେ ସୁସ୍ଥ ହୋଇ ଯାଉଛନ୍ତି । ବର୍ତ୍ତମାନ ପୁରା ଦେଶରେ କରୋନାର ଦ୍ଵିତୀୟ ଲହରୀ ଜାରି ଅଛି, ଏହା ସହିତ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ ଆଶଙ୍କା କରାଯାଉଛି । କିନ୍ତୁ ସବୁଠୁ ବଡ ଆଶ୍ଵସ୍ତି କର ଖବର ଏହା ଅଟେ କି ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ତୃତୀୟ ଲହରର କୌଣସି ବି ଚିହ୍ନ ବିହ୍ନ ନାହିଁ । କିନ୍ତୁ ଆସନ୍ତା ସମୟରେ ବିପଦ ଆଶଙ୍କାକୁ ନେଇ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ବି କରିସାରିଛନ୍ତି ।

ଅନ୍ୟ ପଟେ ତୃତୀୟ ଲହର ଆସିବା ପୂର୍ବରୁ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଭାରିଏଣ୍ଟ ଦେଖାଦେଉଛି । ଏମିତିରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ସରକାର କରେଣ୍ଟଟାଇନରେ ରଖିବା ପାଇଁ ସରକାର ବଡ ନିଷ୍ପତି ନେଇଛନ୍ତି । ଲୋକମାନେ ବି ପ୍ରସ୍ତୁତ ଅଛନ୍ତି ଓ ସରକାର ବି ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ତୃତୀୟ ଲହରର ମୁକବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *