ଯଦି କରନ୍ତି ଏହିସବୁ କାମ – ତେବେ କେବେବି ହେବ ନାହିଁ ମଧୁମେହ ଭଳି ରୋଗ

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ହୋଇଗଲାଣି । ତେବେ ଅନେକ ଲୋକ ଏହି ରୋଗରେ ପିଡିତ ହେଉଛନ୍ତି ସତ କିନ୍ତୁ ଏହି ରୋଗରୁ ମୁକ୍ତି ପାଇଁ କେବେବି ଚେଷ୍ଟା କରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ କହିବୁ ଯାହା କରିଲେ ଆପଣ ସବୁଦିନ ପାଇଁ ଏହି ରୋଗରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ଗୁଡିକ କଣ ? ଆପଣ ଜାଣିଥିବେ ଆପଣ ନିଜର ଦୈନନ୍ଦିନ ଜୀବନରେ ଯେଉଁ ସବୁ ରୋଷେଇ ସାମଗ୍ରୀ ବ୍ୟବହାର କରୁଛନ୍ତି । ତେବେ ସେଥି ମଧ୍ୟରୁ କିଛି ସାମଗ୍ରୀ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ କିଛି ଆମ ଦେହ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଜାଣନ୍ତୁ ସେହି ସାମଗ୍ରୀ ଗୁଡିକ ସବୁ କଣ ।

ଡାକ୍ତର ମାନଙ୍କ କହିବା ଅନୁସାରେ ରୋଷେଇଘରେ ଅଛି ୩ଟି ବିଷ । ସେହି ୫ଟି ବିଷକୁ ରୋଷେଇ ଘରୁ ବାହାର କରିଦେଲେ ଆପଣ କେବଳ ମଧୁମେହରୁ ନୁହେଁ ବରଂ ସମସ୍ତ ରୋଗ ଠିକ ହୋଇଯିବ । ତେବେ ପ୍ରଥମ ବିଷ ହେଉଛି ଚିନି । ଚିନି ବିଭିନ୍ନ ରୋଗର ମୂଳ କାରଣ ହୋଇଥାଏ, ତେଣୁ ଚିନିକୁ ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ । ଆପଣ ଯଦି ମିଠା ଖାଇବାକୁ ଭଲ ପାଉଛନ୍ତି ତେବେ ଆଜିଠୁ ଚିନି ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ ।

ଦ୍ୱିତୀୟ ବିଷ ହେଉଛି ରିଫାଇନ ତେଲ । ରିଫାଇନ ତେଲ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣାର କାରଣ ହୋଇଥାଏ । ତେବେ ଏସବୁକୁ ପରିତ୍ୟାଗ କରି ଆପଣ ସୋରିଷ ତେଲ, ରାଶି ତେଲ, ରାଇ ତେଲ, ବାଦାମ ତେଲ ଆଦି ବ୍ୟବହାର କରିପାରିବେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକର ।

ତୃତୀୟ ବିଷ ହେଉଛି  ଆୟୋଡିନ ଲୁଣ । ଏହାକୁ କେବେ ବି ପ୍ରାକୃତିକ ଲୁଣ ବୋଲି କୁହାଯାଇପାରିବ ନାହିଁ । ଯୁକ୍ତି ହେଉଛି ଏହା ଯେ, ଯାହା ବିଜ୍ଞାନାଗାରରେ ତିଆରି ହୋଇଛି ତାକୁ ପ୍ରାକୃତିକ କୁହାଯିବ କେମିତି । ଆୟୋଡିନ ଲୁଣ ପରିତ୍ୟାଗ କରି ଆପଣ କଳା ଲୁଣ, ବଡ଼/ଗୋଟା ଲୁଣ ବ୍ୟବହାର କରିପାରିବେ । ଏହା ହିଁ ହେଉଛି ଶୁଦ୍ଧ ଲୁଣ ।

ଏହା ବ୍ଯତୀତ ପ୍ରେସର କୁକରରେ ରନ୍ଧା ହୋଇଥିବା ଖାଦ୍ଯ ବା ଫ୍ରିଜରେ ରଖା ହୋଇଥିବା ଖାଦ୍ୟଦ୍ରବ୍ୟ ଖାଆନ୍ତୁ । ଯଦି ଆପଣ ଏହି ବସ୍ତୁ ସବୁ ନିଜ ରୋଷେଇ ଘରୁ ବାହାର କରିଦିଅନ୍ତି ତେବେ ଆପଣଙ୍କର ୫୦ ପ୍ରତିଶତ ଡାଇବେଟିସ ଠିକ୍ ହୋଇଯିବ । ଆଉ ବାକି ୫୦ ପ୍ରତିଶତ ପାଇଁ ଆପଣ ଗୋମୂତ୍ର ସହିତ ସପ୍ତରଂଗୀ ନାମକ ଆୟୁର୍ବେଦ ଔଷଧ ମିଶାଇ ୩ ବର୍ଷ ଯାଏଁ ସେବନ କଲେ ସଂପୂର୍ଣ୍ଣ ଭାବେ ଡାଇବେଟିସରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *