ତାପମାତ୍ରା ବୁଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଗ୍ଲୋବାଲ ୱାର୍ମିଂ । ଏଥିପାଇଁ କେଉଁଠି ନା କେଉଁଠି ଆମେ ସମସ୍ତେ ହିଁ ଦାୟୀ । କାରଣ ବର୍ତ୍ତମାନ ମନୁଷ୍ୟ ନିଜକୁ ସୁରକ୍ଷିତ ଓ ସୁବିଧାରେ ରହିବା ପାଇଁ ପ୍ରକୃତିକୁ ନଷ୍ଟ କରି ଚାଲିଛି । ଉଦାହରଣ ସ୍ଵରପ ମନୁଷ୍ୟ ନିରନ୍ତର ଗଛ ଗୁଡିକ କାଟି ଚାଲିଛି ।
ଏମିତିରେ ସବୁଦିନ ଗଛ କାଟିବା ଇତ୍ୟାଦି କେତେକ କାରଣ ଯୋଗୁ ଧୀରେ ଧୀରେ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି । ଏମିତିରେ ଯଦି ଗ୍ଲୋବାଲ ୱାର୍ମିଂର ତାପମାତ୍ରା ବଢିଯାଏ ତେବେ କେଉଁ କେଉଁ ସ୍ଥାନରେ ମରୁଢି ହେବ ତ କେଉଁ କେଉଁ ସ୍ଥାନରେ ବନ୍ୟା ହେବ । କହିବାକୁ ଗଲେ ପୃଥିବୀର ତାପାମାତ୍ରା ବୁଦ୍ଧିକୁ ନେଇ ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସୁଛି । ଯେଉଁଥିରେ କୁହାଯାଉଛି କି ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ ବୁଦ୍ଧି ପାଇ ପାରେ । ଯଦି ଏହିଭଳି ତାପମାତ୍ରା ବୁଦ୍ଧି ହୁଏ ତେବେ ପାଣିପାଗରେ ଭୟଙ୍କର ରୂପରେ ପରିବର୍ତ୍ତନ ଆସିବ ।
ଏହିଭଳି ସ୍ଥିତିରେ କେଉଁଠି ବନ୍ୟାର ପରିସ୍ଥିତି ଆରମ୍ଭ ହୋଇଯିବ ତ କେଉଁଠି ମରୁଢି ଭଳି ସ୍ଥିତିର ସାମ୍ନା ବି କରିବାକୁ ପଡିବ । କେବଳ ଏତିକି ନୁହେଁ ସମୁଦ୍ରର ଜଳ ସ୍ତର ବି ଆହୁରି ଅଧିକ ବୁଦ୍ଧି ପାଇବ । ଜାତିସଂଘର ଏକ ରିପୋର୍ଟରେ ଏହା ଚେତାବନୀ ଦିଆଯାଇଛି କି ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ଅସ୍ଥାୟୀ ଭାବେ ୧.୫ ଡିଗ୍ରୀ ସେଲ୍ସିୟସ ବୁଦ୍ଧି ହେବ । ଏହାକୁ ନେଇ ବୁଧବାର ଦିନ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି କି ଆସନ୍ତା ୫ ବର୍ଷ ମଧ୍ୟରେ ଅସ୍ଥାୟୀ ଭାବେ ତାପମାତ୍ରା ବୁଦ୍ଧି ପାଇବାର ୪୦ ପ୍ରତିଶତ ଆଶଙ୍କା ଅଛି ।
ଏକ ରିପୋର୍ଟ ଅନୁସାରେ ୧.୫ ତାପମାତ୍ରା ବୁଦ୍ଧିକୁ ବର୍ତ୍ତମାନ ବିଶ୍ଵ ପାର କରିସାରିଛି । ଜଳବାୟୁରେ ଏହିଭଳି ପରିବର୍ତ୍ତନକୁ ନେଇ ବିଶେଷଜ୍ଞମାନେ ପୂର୍ବରୁ ହିଁ ଚେତାବନୀ ଦେଇସାରିଛନ୍ତି । ପ୍ୟାରିସ ଏଗ୍ରୀମେଣ୍ଟ ଏହି ତାପମାତ୍ରା ବୁଦ୍ଧିକୁ ୧ ବର୍ଷ ବଦଳରେ ପାଖାପାଖି ୩୦ ବର୍ଷ ମଧ୍ୟରେ ଦେଖିବାକୁ ଚାହୁଁ ଥିଲେ । ତାପମାତ୍ରା ଯେତେ ଅଧିକ ବୁଦ୍ଧି ପାଇବ ବାଷ୍ପିକରଣ ହାର ସେତିକି ଅଧିକା ବୁଦ୍ଧି ପାଇବ । ଜଳବାୟୁରେ ଏହିଭଳି ପରିବର୍ତ୍ତନ ପରିବେଶ ଓ ମହାସାଗରରେ ବହୁତ କିଛି ପରିବର୍ତ୍ତନ ନେଇ ଆସିପାରେ ।
ୱାଲ୍ଡ ମେଟରୋଲଜିକାଲ ଅର୍ଗାନାଇଜେସନ ବା WMOର ଏକ ରିପୋର୍ଟ ଅନୁସାରେ ଏହି ପରିବର୍ତ୍ତନ ଦ୍ଵାରା ଆଣ୍ଟାର୍ଟିକା ମହାସାଗରରେ ଉଷ୍ମକବନ୍ଧିୟ ଚକ୍ରବାତ ବୁଦ୍ଧି ହେବାର ଆଶଙ୍କା ରହିଛି । ଏହିଭଳି ହେବା ଦ୍ଵାରା ଉତ୍ତର ଆମେରିକାର ଦକ୍ଷିଣ ପଶ୍ଚିମ ଅଞ୍ଚଳ ମରୂଢି ଗସ୍ତ ହୋଇପାରେ । ସେହିଭଳି ଆଫ୍ରିକା ଓ ଅଷ୍ଟ୍ରେଲିୟାରେ ବନ୍ୟା ସ୍ଥିତି ବି ଦେଖାଯାଇ ପରେ । ଜାତିସଂଘର ସଚିବଙ୍କ କହିବା ଅନୁସାରେ ଆମେ ଏହି ବିନାଶକାରୀ ସମୟର ପାଖାପାଖି ପହଞ୍ଚି ସାରିଛୁ ।
ଆସନ୍ତା ବର୍ଷରେ ଆମେ ଏହି ବିପଦ ସଂକେତ ପାଖାପାଖି ଆହୁରି ପାଖାପାଖି ହୋଇଯିବୁ । ସେ ଆଗକୁ କହିଲେ କି ଗ୍ରୀନ ହାଉସ ନିଗମକୁ ହ୍ରାସ କରିବା ପାଇଁ ଏହି ଅଧ୍ୟୟନ ଆମକୁ ଆହୁରି ଅଧିକ ସତର୍କ କରି ଦେଇଛି । ରିସର୍ଚ ଅନୁସାରେ ୨୦୨୧ ରୁ ୨୦୨୫ ମଧ୍ୟରେ ଅତି କମରେ ୧ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ବଢିବ । ରିପୋର୍ଟରେ ଏହା ବି ଭବିଷ୍ୟ ବାଣୀ କରାଯାଇଛି । ଏହି ବର୍ଷ ମଧ୍ୟରୁ କୌଣସି ଗୋଟିଏ ବର୍ଷ ୨୦୧୬ ତୁଳନାରେ ସବୁଠୁ ଅଧିକ ଉତ୍ତପ ହେବାର ରେକର୍ଡକୁ ଭାଙ୍ଗି ପାରେ ।