ଆନ୍ଧ୍ର ଓ ଓଡ଼ିଶା ରେ ବାତ୍ୟା ବୁଲବୁଲ ର ବିପଦ, ଆସନ୍ତା ୨୪ଘଣ୍ଟା ରେ ଓଡିଶା ଛୁଇଁବ- ସଚେତନତା ପାଇଁ ଶେୟାର କରନ୍ତୁ

ଯଦି ଏହି ବାତ୍ୟା ଭୟଙ୍କର ରୂପ ନିଏ ତାହେଲେ ମହାରାଷ୍ଟ୍ର, ଗୁଜରାତ, ପଶ୍ଚିମ ବଙ୍ଗାଲ, ଆନ୍ଧ୍ର ଓ ଓଡ଼ିଶା ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିବ । ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ର ବଙ୍ଗାଲ ରୁ ଉଠିଥିବା ଏହି ବୁଲବୁଲ ବାତ୍ୟାରୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ପାଣିପାଗ ଭବିଷ୍ୟବାଣୀ କରୁଥିବା ଏଜେନ୍ସି ଅନୁଯାଇ ଏହି ବର୍ଷର ଏହା ୭ ନମ୍ବର ବାତ୍ୟା ଯାହା ଭାରତର ଜଳ ତଟ ଉପରେ ଆସି ମାଡ ହୋଇଛି ।

ଓଡ଼ିଶା ର ପନ୍ଦରଟି ଜିଲ୍ଲା ବାଲେଶୋର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା ଏବଂ ମାଲକାନଗିରି  ଜିଲ୍ଲା ଉପରେ ଭୟଙ୍କର ବିପଦ ବୁଲୁଅଛି ।

ଏହା ଛଡା ଆରବ ସାଗରରେ ଚକ୍ରବାତ ବାତ୍ୟା ମହା ଭୟଙ୍କର ରୂପ ନେଇ ଅଛି ଯାହା ଆଗରୁ ଉପସ୍ଥିତ ଅଛି । ପାଣିପାଗ ଅନୁଯାଇ ଯଦି ଏହି ଦୁଇଟି ଚକ୍ରବାତ ଭୟଙ୍କର ରୂପ ନେବେ ତାହେଲେ ମହାରାଷ୍ଟ୍ର, ଗୁଜୁରାତ, ପଶ୍ଚିମ ବଙ୍ଗାଲ, ଆନ୍ଧ୍ର ଓ ଓଡ଼ିଶା ଏହାର ପ୍ରଭାବ ଦେଖିବାକୁ ପାଇବେ ।

ଏହି ସମୟରେ ଜୋର ବର୍ଷା ଓ ପବନର ଆଶଙ୍କା ଅଛି । ଭାରତ ପାଣିପାଗ ବିଜ୍ଞାନ ବିଭାଗ ର ଭୁବନେଶ୍ଵର ନିର୍ଦେଶକ ଏଚଆର ବିଶ୍ଵାସ କହିଛନ୍ତି କି ଚକ୍ରବାତ ୮ ବା ୯ ନଭେମ୍ବର ରେ ତଟ ରେ ମାଡ ହବାର ସମ୍ଭାବନା ଅଛି । ଫନି ପରେ ଏହି ବର୍ଷ, ଓଡ଼ିଶାକୁ ପଶୁଥିବା ଏହି ଚକ୍ରବାତ ବୁଲବୁଲ ଦ୍ଵିତୀୟ ବାତ୍ୟା ଅଟେ ।

ଏହି ନିମ୍ନ ଦବାବ କ୍ଷତ୍ରରୁ ପଶ୍ଚିମ ଉତ୍ତର ଆଡୁକୁ ବଢି ଚାଲିଛି ଯାହା ପଶ୍ଚିମ ବଙ୍ଗାଲ ଖାଡି ରେ ଏବେ ଏକ ଭୟଙ୍କର ବାତ୍ୟାର ରୂପ ନବାର ସମ୍ଭାବନା ଅଛି । ଆସନ୍ତା ୨୪ଘଣ୍ଟା ରେ ଏହା ଏକ ଚକ୍ରବାତ ରୁ ଏକ ବାତ୍ୟାର ରୂପ ଧାରଣ କରିବ ବୋଲି କୁହାଯାଉଛି । ଏହା କାରଣରୁ ପଶ୍ଚିମ ବଙ୍ଗାଲ, ଓଡ଼ିଶା, ଆଣ୍ଡାମାନ ଓ ଉତ୍ତର ପୂର୍ବ ରାଜ୍ୟମାନଙ୍କ ରେ ବହୁତ ଜୋର ବର୍ଷା ହୋଇପାରେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *