ମାଡି ଆସୁଛି ବାତ୍ୟା, ଓଡିଶାରେ ବାରମ୍ବାର ବାତ୍ୟା ହେବାର ମୁଖ୍ୟ କାରଣ କଣ ? ଦେଖନ୍ତୁ Special Report

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ସୂଚନା ଅନୁଯାଇ ଓଡିଶାରେ ପୁଣି ଥରେ ବାତ୍ୟା ମାଡି ଆସୁଛି । ପ୍ରତି ବର୍ଷ ଅକ୍ଟୋବର ମାସରେ ବାତ୍ୟା ଓଡିଶାରେ ହେବାରେ ଲାଗିଛି ଯାହାକୁ ନେଇ ଉପକୂଳ ଅଞ୍ଚଳର ଲୋକ ମାନେ ଚିନ୍ତାରେ ପଡି ଯାଉଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ଏହି ବାତ୍ୟା ସ୍ଥଳଭାଗ ଛୁଇଁପାରେ । ୨୦୧୯ରେ ଫନି, ୨୦୨୦ରେ ଅମ୍ପନ ବାତ୍ୟା ହୋଇଥିବା ବେଳେ ଏହି ବର୍ଷ ମେ ୨୬ରେ ବାତ୍ୟା କୟାସ ଓଡିଶା ମୁହାଁ ହୋଇଥିଲା ।

ଓଡିଶା ଲଗାତର ଭାବେ ଗତ ୩ ବର୍ଷ ହେବ ସାମୁଦ୍ରିକ ଝଡକୁ ସାମନାକୁ କରୁଛି । କେବଳ ଏହି ୩ ବର୍ଷ ନୁହେଁ ବରଂ ଭାରତରେ ପ୍ରତି ବର୍ଷ ବାତ୍ୟା ସୃଷ୍ଟି ହେଉଛି ଯାହା ଭୀଷଣ ରୂପ ନେଉଛି । ଅକ୍ଟୋବରରେ ଆସିଥିବା ୧୯୯୯ ବାତ୍ୟା, ଫାଇଲିନ, ହୁଡ୍ହୁଡ, ଫନି, ଅମ୍ପନ ବାତ୍ୟା ଓଡ଼ିଶାକୁ ବହୁତ ପରିମାଣରେ ପ୍ରଭାବିତ କରିଛନ୍ତି । କେଉଁ କାରଣରୁ ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେଉଛି । କେଉଁ ବର୍ଷ ଗୋଟେ ତ କେଉଁ ବର୍ଷ ଏକାଧିକ ପ୍ରାକୃତିକ ବିପର୍ଜୟ ଦେଖା ଯାଉଛି । ଜଳବାୟୁ ପରିବର୍ତ୍ତନ ସହ ଟ୍ରେଣ୍ଡର ବୃଦ୍ଧିରେ କିଛି ପରିବର୍ତ୍ତନ ଆସିଛି କି ତାହା ପ୍ରଶ୍ନ ଉଠୁଛି ।

ବଙ୍ଗୋପସାଗରରେ ଭୀଷଣ ଅତି ଭୀଷଣ ବାତ୍ୟା ସଂଖ୍ଯାରେ କୌଣସି ପରିବର୍ତ୍ତନ ଆସି ନାହି । କିନ୍ତୁ ଆରବ ସାଗରରେ କିଛି ଦଶନ୍ଧି ହେବ ଭୀଷଣ ବାତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ତେବେ ସୂଚନା ଅନୁସାରେ ଯେପରି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି ସେହି କାରଣରୁ ଡୈବି ଦୁର୍ବିପାକ ଦୁର୍ଘଟଣା ହେଉଛି । ତେବେ ବଙ୍ଗୋପସାଗର ରୁ ଆରବ ସାଗରରେ ହେଉଥିବା ବାତ୍ୟା ସମୁଦ୍ର ତଟର ନିକଟବର୍ତ୍ତୀ ହେବା ବେଳକୁ ମନ୍ଥର ହେଇ ଯାଉଛି । ଏଠି ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା ପରିମାଣରେ ପରିବର୍ତ୍ତନ ଦେଖା ଯାଉଛି ।

ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକ ଦିନ ଯାଏଁ ବର୍ଷା ଓ କମ ଦିନ ମଧ୍ୟରେ ସ୍ୱଳ୍ପ ମାତ୍ରାରେ ବର୍ଷା ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ୟସ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ବନ୍ୟା ହେବା ପଛରେ ନିର୍ଦିଷ୍ଟ କାରଣ ରହିଛି । ଅତି ଭୀଷଣ ଘୂର୍ଣ୍ଣୀଝଡ ସମୁଦ୍ରରେ ଗତି କରିବା ବେଳେ ଅତ୍ୟଧିକ ଜଳିୟବାଷ୍ପ ସଂଗ୍ରହ କରିଥିଲା । ତେଣୁ ଉପକୂଳ ଅଞ୍ଚଳରେ ଅଧିକ ବର୍ଷା ହେଉଛି । ତେବେ ପୁଣି ଥରେ ଓଡିଶା ମୁହାଁ ହୋଇଥିବା ବାତ୍ୟା ବୁର୍ଲା ଗୋପାଳପୁର ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *