ମହାନଦୀରୁ ମିଳିଥିବା ମୃତଦେହ ODRF କର୍ମୀଚାରୀଙ୍କ ନୁହେଁ, ଦେଖନ୍ତୁ କଣ କହୁଛନ୍ତି IAS Pradeep Jena

ଗତକାଲି ଯେଉଁ ଅଘଟଣ ଘଟିଗଲା ତାହା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ହାତୀକୁ ବଞ୍ଚାଇବା ପାଇଁ ODRF ଟିମର ୫ ଜଣ ସଦସ୍ୟଙ୍କ ସହ ଦୁଇ ଜଣ ମିଡିଆ କର୍ମୀ ଏକ ବୋର୍ଟ ନେଇ ନଦୀର ବନ୍ୟା ପାଣି ମଧ୍ୟକୁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ମୁଣ୍ଡୁଳି ବ୍ରିଜ ପାଖରେ ପାଣିର ଅତ୍ୟଧିକ ଶ୍ରୋତ କାରଣରୁ ସେମାନଙ୍କର ବୋର୍ଟଟି ଓଲଟି ଯାଇଥିଲା । ବୋର୍ଟରେ ଥିବା ୭ ଜଣ ବ୍ୟକ୍ତି ସିଧା ପାଣି ଭିତରକୁ ଚାଲିଗଲେ ।

ସେଥି ମଧ୍ୟରୁ ସେହି ସ୍ଥାନରୁ ଦୌଡି ମଧ୍ୟମରେ ୪ ଜଣ ODRF ସଦସ୍ୟ ଓ ଜଣେ ମିଡିଆ କର୍ମୀଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଜଣେ ମିଡିଆ କର୍ମୀ ଭାସି ଯାଇ ଥିଲେ ଓ ଏକ ମାଛ ଧରା ଡଙ୍ଗା ମାଧ୍ୟମରେ ତାଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କର ମୃ-ତ୍ୟୁ ହୋଇ ସାରି ଥିଲା ।

ଯାହା ପରେ ପୁରା ଓଡିଶା ତ୍ତରଫରୁ ମୃ-ତକ ଅରବିନ୍ଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜଣେ ODRF ଟିମର ସଦସ୍ୟ ବି ନିଖୋଜ ଥିଲେ ଓ ତାଙ୍କର ନାଁ ଥିଲା ସୀତାରାମ । କିନ୍ତୁ ଆଜି ସକାଳେ ଏକ ମୃ-ତ ଦେହ ମିଳିଥିଲା ଓ ଏହା ସୀତାରାମଙ୍କ ମୃ-ତ ଦେହ ବୋଲି କୁହାଯାଉ ଥିଲା । କିନ୍ତୁ ODRF ଟିମର ସଦସ୍ୟମାନେ ସେହି ସ୍ଥାନରେ ପହଞ୍ଚି ଯେତେବେଳେ ଦେଖିଲେ ତେବେ ସେମାନେ ସ୍ପଷ୍ଟ କରିଲେ କି ଏହା ସୀତାରାମଙ୍କ ମୃ-ତ ଦେହ ନୁହେଁ ।

କିନ୍ତୁ ଏହା ପୂର୍ବରୁ ହିଁ SSRCଙ୍କ କାର୍ଯ୍ୟଳୟରୁ ଟ୍ଵିଟ ବି ଆସିସାରିଥିଲା କି ମହାନଦୀରେ ଆଜି ସକାଳେ ଯେଉଁ ମୃ-ତ ଦେହ ମିଳିଛି ତାହା ସୀତାରାମଙ୍କ ଅଟେ । କିନ୍ତୁ ପୁଣି କିଛି ସମୟ ପରେ ପୁଣି ଥରେ ଏକ ଟ୍ଵିଟ ସାମ୍ନାକୁ ଆସିଲା ଯେଉଁଥିରେ କୁହାଯାଇଛି କି ଯେଉଁ ବ୍ୟକ୍ତିଙ୍କ ମୃ-ତ ଦେହ ମିଳିଛି ତାହା ନିଖୋଜ କର୍ମଚାରୀ ସୀତାରାମ ମୁର୍ମୁଙ୍କ ନୁହନ୍ତି । ତାହା ଏକ ଗଳିତ ଶବ ଅଟେ, ଯାହାକୁ ଇଦ୍ଧାର କରାଯାଇଛି ।

ଉଦ୍ଧାର କରାଯାଇଥିବା ଶବ ସୀତାରାମଙ୍କ ନୁହେଁ ବୋଲି ପରିବାର ତରଫରୁ ମଧ୍ୟ କୁହାଯାଇଛି । କହିଦେଉଛୁ କି SSRCଙ୍କ ତରଫରୁ ଦୁଃଖ ପ୍ରକାଶ କରାଯାଇଛି କି ପୂର୍ବ ଟ୍ଵିଟ ପାଇଁ । SSRCଙ୍କ ତରଫରୁ ନିଖୋଜ ODRF ଟିମର ସଦସ୍ୟ ଓ ନିଖୋଜ ସୀତାରାମଙ୍କୁ ଖୋଜା ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର କୌଣସି ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *