ଦର୍ଶକ ବନ୍ଧୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ-ସ୍ତ୍ରୀ ଓ ଯୁବତୀ-ଯୁବକ ଦୃଢ ବ୍ରତ ଭାବେ ପ୍ରାତଃ ସ୍ନାନ ସହ ୫ ଦିନ ବ୍ୟାପୀ ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ ବାସୁଦେବ ଙ୍କ କୃଷ୍ଣଙ୍କ ଠାରୁ ପ୍ରତି ବର୍ଷ କାର୍ତ୍ତିକ ମାସର ଶେଷ ୫ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାର କହିଥିଲେ । ସେହି ଅନୁଯାୟୀ ବ୍ରତର ନାମକରଣ ଭୀଷ୍ମ ପଞ୍ଚୁକ ବୋଲି ହୋଇଛି । ତେବେ ଯଦି ଆପଣ ନିଜର ସବୁ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି ତେବେ ପଞ୍ଚୁକ ୫ ଦିନରେ କରନ୍ତୁ ଏହି ୫ଟି କାମ । ଧନର ଅଭାବ କେବେ ରହିବ ନାହି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧- କାର୍ତ୍ତିକ ମାସ ପଞ୍ଚୁକରେ ଭଗବାନ ରାଧାକୃଷ୍ଣଙ୍କର ପୂଜା ଅର୍ଚ୍ଚନା କରନ୍ତୁ । ପୂଜା କରିଲା ବେଳେ ଭଗବାନଙ୍କୁ ତୁଳସୀ କାଠରେ ଚନ୍ଦନ ଲେପ ଦିଅନ୍ତୁ । ଏହା ଦ୍ଵାରା ପ୍ରଭୁ ରାଧାକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ।
୨- ମହାପଞ୍ଚୁକ ୫ ଦିନ ଯାକ ସୂର୍ଯ୍ୟ ଉଦୟ ହେବ ଅପୂର୍ବରୁ ସକାଳୁ ପ୍ରାତଃରେ ଉଠି ଘର ସଫା କରନ୍ତୁ । ଏହା ପରେ ଘର ବାହାର ଚାରିପଟେ ସବୁ କିଛି ସଫା କରନ୍ତୁ । ସବୁଆଡେ ଝାଡୁରେ ଓଳାଇ ପରିସ୍ରା ରଖିଲେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କାରଣ ମା ଲକ୍ଷ୍ମୀ ସ୍ଵଚ୍ଛ ସ୍ଥାନରେ ରହିବାକୁ ଇଚ୍ଛା କରିଥାନ୍ତି ।
୩- ଏହି ପଞ୍ଚୁକରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ କରି ଚଉରା ପୂଜା ବା ତୁଳସୀ ପୂଜା କରନ୍ତୁ । ପୂଜା କରିବା ପରେ ତୁଳସୀ ଚଉରା ମୂଳେ ମୁରୁଜର କିଛି ରଙ୍ଗୋଲି କରି ସେଥିରେ ପଞ୍ଚୁକ ଲେଖନ୍ତୁ । ଏମିତି ଆପଣ ୫ ଦିନ ଯାକ କରନ୍ତୁ । ଏହା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ ।
୪- କାର୍ତ୍ତିକ ମାସ ପଞ୍ଚୁକ ୫ ଦିନରେ ଭଗବାନ ଜଗନ୍ନାଥଙ୍କ ନିକଟରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରିଲେ ମହାପ୍ରଭୁଙ୍କ ମହିମା ଓ ଆଶୀର୍ବାଦ ପ୍ରାପ୍ତ ହେବ । କାରଣ ଏହି ଫୁଲ ମହାପ୍ରଭୁଙ୍କ ପ୍ରତୀକ ହୋଇଥାଏ । ପ୍ରଭୁ ଜଗନ୍ନାଥ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।
୫- ପଞ୍ଚୁକ ୫ ଦିନ ଶେଷ ଦିନ ଡଙ୍ଗା ଭସା ହୋଇଥାଏ । ଏହି ଦିନ ଛୋଟରୁ ବଡ ଡଙ୍ଗା କିଣି ତାକୁ ପୂଜା କରି ନଦୀରେ ଭସାଇଥାନ୍ତି । ଯଦି ଏହି ଦିନ କଦଳୀ ପାତୁଆରେ ଡଙ୍ଗା ଭାସନ୍ତି ତେବେ ସବୁ ମନସ୍କାମନା ପୂରଣ ହୋଇଥାଏ । କଦଳୀ ପାତୁଆରେ ଦାନଗ ଭସାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଯଦି ଆପଣ କାଗଜ ଡଙ୍ଗା ଭସାଇଛନ୍ତି ତେବେ ଧ୍ୟାନ ରଖିବେ ସେଥିରେ ଥିବା ଦୀପ ବା ମହମବତୀ ଯେପରି ଜଳି ନ ଯାଏ । ଏମିତି ହେଲ ଆପଣଙ୍କର ମନସ୍କାମନା ଅଧୁରା ହୋଇ ରାହିଜାଏ । କାରଣ ଡଙ୍ଗା ଜଳିଯିବା ଏକ ଅଶୁଭ ସଂକେତ ଦେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।