Special Report: ମାଛ ଧରାଳିରୁ ରାତାରାତି ହେଲେ କୋଟିପତି, ଧରିଲେ ସୁନା ମାଛ…. ପଢନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟେ ଦିନରେ ମାକ ଧରାଳିର ଭାଗ୍ୟ ବଦଳି ଗଲା । ମାଛ ଧରାଳି ଜାଲରେ ସୁନା ମାଛ ପାଇଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ ଘଟଣା ଅଟେ । ମାଛ ଧରାଳି ଜଣକ ଚାହୁଁ ଚାହୁଁ କୋଟିପତି ହୋଇଗଲେ । ଏହି ଘଟଣା ଟି ଘଟିଛି ମହାରାଷ୍ଟ୍ର ପାଲଘଲ ଜିଲ୍ଲା ରେ । ଏହି ଜିଲ୍ଲା ର ମାଛ ଧରାଳି ଚନ୍ଦ୍ରକାନ୍ତ ତାରେ ଙ୍କୁ କୋଟିପତି କରି ଦେଇଛି ଘୋର ପ୍ରଜାତିର ବିରଳ ମାଛ । ସୂଚନା ଅନୁସାରେ ମୌସୁମ ଖରାପ ଥିବା ଯୋଗୁ ସମୁଦ୍ର ଭିତରକୁ ଯିବା ପାଇଁ ନିଷେଧ ଥିଲା ।

କିନ୍ତୁ ଏହି କଟକଣା ହଟିବା ପରେ ଗତ ୨୮ ତାରିଖ ଦିନ ଚନ୍ଦ୍ରକାନ୍ତ ଓ ତାଙ୍କ ସହଯୋଗୀ ମାନେ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ଏହା ପରେ ଚନ୍ଦ୍ରକାନ୍ତ କିଛି ବାଟ ଯିବା ପରେ ସମୁଦ୍ର ରେ ଜାଲ ପକାଇ ଥିଲେ । ଏହା ପରେ ଜାଲର ଓଜନ ଦରକାର ଠାରୁ ଅଧିକ ଓଜନ ହୋଇଥିବାରୁ ସେ ତାଙ୍କ ସହଯୋଗୀଙ୍କ ସାହାଜ୍ଯ ନେଇଥିଲେ । ଏହା ପରେ ଜାଲ କୁ ଉପରକୁ ଉଠାଇ ଆଣିଥିଲେ । ଜାଲ ଉପରକୁ ଉଠାଇବା ପରେ ଚନ୍ଦ୍ରକାନ୍ତ ଓ ତାଙ୍କ ସହ ଯୋଗୀ ମାନେ ଯାହା ଦେଖିଲେ ନିଜେ ବିଶ୍ଵାସ କରି ପାରିଲେ ନାହି । ସେହି ଜାଲରେ ଏକା ଥରକେ ପଡିଥିଲେ ୧୫୦ ଘୋଲ ବିରଳ ମାଛ ।

ଯାହାର ମୂଲ୍ୟ ହେଉଛି ସୁନା ଠାରୁ ଆହୁରି ଅଧିକ । ବିଦେଶରେ ଏହି ମାଛର ବିଶେଷ ଚାହିଦା ରହିଛି । ଏହି ମାଛ ରୁ ବିଭିନ୍ନ ପ୍ରକାର ର ଔଷଧ ତିଆରି ହେବା ସହ ଦାମୀ ଜିନିଷ ମଧ୍ୟ ତିଆରି କରାଯାଏ । ଏହି ମାଛ କୁ ବିଦେଶରେ THE FISH WITH GOLDEN HEART ବୋଲି କୁହାଯାଏ । ଏହି ଭଳି ବିରଳ ମାଛ କୁ ନିଜ ଆଖିରେ ଦେଖିବା ପରେ ସେଠାରେ ଥିବା ଧୀବର ମାନେ ଖୁସିରେ ନାଚିବା ସହ ନିଜ ନିଜ ମୋବାଇଲ ରେ ଏହାକୁ କ୍ୟାପଚାର କରିଥିଲେ । ଏହା ପରେ ଏହି ବିରଳ ମାଛ କୁ ନିଲାମ ଡକା ଯାଇଥିଲା ।

ନିଲାମ ଡକା ଯିବା ସମୟରେ ହଜାର ବା ଲକ୍ଷ ନୁହେଁ ବରଂ ୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରି କରା ଯାଇଛି । କଳା ଛିଟ ଥିବା ଏହି ମାଛ ର ଔଷଧୀୟ ଗୁଣ ଥିବାରୁ ବିଦେଶରେ ଅଧିକ ଚାହିଦା ରହିଛି । ଏହି ମାଛ କୁ ବୈଜ୍ଞାନିକ ଭାଷାରେ ପେଡୋନିବ୍ରିୟା ଡିକାନ୍ଥୋସ ଭାବେ ଜଣାଯାଏ । କେବଳ ଇଣ୍ଡୋ ଭ୍ୟାଶିଫିକ ଅଞ୍ଚଳରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *