ମହାଭାରତର ସାକ୍ଷୀ ଯାହା ଆଜିବି ରହସ୍ୟ ଘେରରେ

ବିଜ୍ଞାନ ଅନୁସାରେ ଆଜିକୁ ଚାରିଶହ ବର୍ଷ ତଳେ ପୃଥିବୀ ଆକାର ନେବା ପରେ ଏହା ଉପରେ ଧୁମ କେତୁର ବର୍ଷା ହୋଇଥିଲା । ହଜାର ହଜାର ଲକ୍ଷ ଲକ୍ଷ କିଲୋମିଟର ଉପରୁ ଆସୁଥିବା ଉଲ୍କା ପିଣ୍ଡ ପୃଥିବୀ ସହ ବହୁତ ଜୋରରେ ଧକା ହୋଇଥିଲେ । କ୍ରମାଗତ ଭାବରେ ଏହା ବହୁତ ଦିନ ଚାଲିଲା ଏବଂ ବଡ ବଡ ଉଲ୍କା ପିଣ୍ଡ ପୃଥିବୀ ଉପରେ ପଡିଲା ପରେ ପୃଥିବୀର ବିଭିନ ସ୍ଥାନରେ ଜଳର ଉତ୍ପତି ହେଲା । ପୃଥିବୀକୁ ଜଳ ଆସିଲା ପରେ କିଛି ଦିନ ପରେ ବର୍ଷା ମଧ୍ୟ ହେଲା ।

ବର୍ଷା ହେବା ଦ୍ଵାରା ସବୁ ଅଞ୍ଚଳକୁ ପାଣି ମିଳିଲା ଓ ପୃଥିବୀ ପୃଷ୍ଠରେ ଜଣ ଜୀବନ ସହଜ ହେଲା । ସେହି ସମୟରେ ପୃଥିବୀ ପୃଷ୍ଠରେ ଅନେକ କୁଣ୍ଡ ତିଆରି ହୋଇଥିଲା, ଏମିତି କୁଣ୍ଡ ଭାରତ ବର୍ଷରେ ଅଛି ଯେଉଁଠୁ ଗରମ ପାଣି ମଧ୍ୟ ବାହାରେ । ଅନେକ କୁଣ୍ଡ ମଧ୍ୟ ରହିଛି ଯାହା ପ୍ରକୃତିକ ଉପାୟରେ ତିଆରି ହୋଇଛି । ପ୍ରତେକ କୁଣ୍ଡର ଉତ୍ପତି ପଛରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚିକି ରହିଛି । ଭାରତ ଗୋଟେ ଏମିତି ଦେଶ ତାର କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଓ ଭୌଗୋଳିକ ସ୍ଥିତି ପାଇଁ  ବିଶ୍ଵ ପ୍ରସିଦ୍ଧ । ଏହାର ଐତିହାସରେ ରହିଛି ଅନେକ ରହସ୍ୟ, ଯାହା ଭିତରୁ ଗୋଟିଏ ହେଉଛି ଭୀମକୁଣ୍ଡ ।

ଏହା ଏମିତି ଗୋଟେ କୁଣ୍ଡ ଏହାର ଗଭୀରତାର ଆକଳନ କେହି କରି ପାରି ନାହାନ୍ତି । ବଡ ବଡ ବୈଜ୍ଞାନିକ ମଧ୍ୟ ଏହାର ରହସ୍ୟକୁ ବୁଝିବାକୁ ଅସମର୍ଥ ଅଟନ୍ତି । ଏହି କୁଣ୍ଡର ଐତିହାସିକ ରହସ୍ୟ କଣ ଆସନ୍ତୁ ଜାଣିବା । ପୌରଣିକ କଥାନୁସାରେ ଭୀମକୁଣ୍ଡର ଗୋଟେ କାହାଣୀ ମହାଭାରତ ସହିତ ଜଡିତ । କୁହାଯାଏକି କଉରବଙ୍କ ଠାରୁ ହାରିବା ପରେ ପାଣ୍ଡବ ମାନେ ଅଜ୍ଞାତ ବାସ ଯାଇଥିଲେ । ଜଙ୍ଗଲ ରାସ୍ତାରେ ଯାଉଥିଲା ବେଳେ ଦ୍ରୌପଦୀଙ୍କୁ ଶୋଷ ହେଲା, ପାଞ୍ଚ ଭାଇ ମିଶି ପଣି ଖୋଜିଲେ । ଆଉ କିଛି ବାଟ ଚାଲିଲା ପରେ ଦ୍ରୌପଦୀଙ୍କୁ ଆହୁରି ଅଧିକା ଶୋଷ ହେଲା ଓ ଦ୍ରୌପଦୀଙ୍କ ସହିତ ସବୁ ପାଣ୍ଡବଙ୍କ ଅବସ୍ଥା ଖରାପ ହୋଇଗଲା ।

ଜଙ୍ଗଲରେ ପାଣି କେଉଁଠୁ ଆସିବ, ବହୁଚେଷ୍ଟା କରିବା ପରେ ଯେବେ କାହାକୁ କିଛି ଉପାୟ ମିଳିନଥିଲା । ସେତେବେଳେ ଭୀମ ରାଗିଜାଇ ନିଜ ଗଡରେ ଭୂମି ଉପରେ ଜୋରରେ ପ୍ରହାର କରିଥିଲେ । ତାପରେ ସେଠାରେ ମାଟି ଫାଟି ପାଣି ବାହାରିଲା । ଦ୍ରୌପଦୀଙ୍କ ସହ ପାଞ୍ଚ ଭାଇ ପାଣି ପିଇ ଶୋଷ ମେଣ୍ଟାଇଲେ । ସେବେ ଠାରୁ ଭୀମଙ୍କ ନାମ ଅନୁସାରେ ଭୀମ କୁଣ୍ଡ ରହିଛି । ଭୀମ କୁଣ୍ଡ ଗୋଟେ ପାହାଡ ଭିତରେ ରହିଛି ଏହାର ପାଣି ବହୁତ ସ୍ଵଛ ଓ ନିର୍ମଳ । ଯେତେବେଳେ ସୂର୍ଯ୍ୟ କିରଣ ଜଳ ଉପରେ ପଡେ ସେତେବେଳେ ପାଣିରେ ବହୁତ ପ୍ରକାର ରଙ୍ଗ ଦେଖିବାକୁ ମିଳିଥାଏ ।

ଭୀମ କୁଣ୍ଡ ଗୋଟେ ଅଦ୍ଭୁତ କୁଣ୍ଡ, ଯାହା ନିଜ ଭିତରେ ଅନେକ ରହସ୍ୟ ଲୁଚାଇ ରଖିଛି । ଭୀମ କୁଣ୍ଡର ସବୁଠୁ ବଡ ରହସ୍ୟ ହେଉଛି ଆଜି ପର୍ଯ୍ୟନ୍ତ ଏହାର ଗଭୀରତାକୁ କେହି ମାପି ପାରି ନାହାନ୍ତି । ବହୁତଥର ଏମିତି ହୁଏ ଯଦି କେହି ଲୋକ ନଦୀ ବା ପୋଖରୀରେ ବୁଡି ଜାଆନ୍ତି  ତେବେ ତାଙ୍କରମ ରଶରୀର ଉପରକୁ ଉଠି ଆସିଥାଏ । କିନ୍ତୁ ଭୀମ କୁଣ୍ଡରେ ଏପରି ହୁଏ ନାହିଁ, ଯଦି କୌଣସି ବ୍ୟକ୍ତି ଭୀମ କୁଣ୍ଡରେ ବୁଡି ଜାଆନ୍ତି ତାଙ୍କରମ ରଶରୀର କେବେବି ପାଣି ଉପରକୁ ଉଠେନୀ । ତାହା ଅଦୃଶ୍ୟ ହୋଇଯାଏ କି କେଉଁଠି ହଜିଯାଏ । ତେବେ ଏମିତି ଅନେକ ରହସ୍ୟ ରହିଛି ଯାହା ଆଗକୁ ମଧ୍ୟ ଲୋକ ଲୋଚନକୁ ଆସିପାରେ ।

Leave a Reply

Your email address will not be published. Required fields are marked *