ମହିଳା ମାନଙ୍କ କେଶ ଧରି ଅପମାନ କରିବା ଲୋକର ହୋଇଥାଏ ବଂଶ ନାଶ, ଜାଣନ୍ତୁ ଏହା ପଛର ରହସ୍ୟ ।

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଲେଖା ହୋଇଛି ଯେ କେବେ ବି କୌଣସି ସ୍ତ୍ରୀ ର କେଶ କୁ ଧରିବ ନାହିଁ କାରଣ ଏଥିରେ ନିଜ ବଂଶର ନାଶ ହୋଇଥାଏ । ଲମ୍ବା ଆଉ ସୁନ୍ଦର କେଶ ମହିଳା ମାନଙ୍କ ସୁନ୍ଦରତା ବଢାଇବା ପାଇଁ ହୋଇଥାଏ ସେମାନଙ୍କୁ ଦଣ୍ଡ ଦେବା ପାଇଁ ନୁହେଁ । ଏମିତିକି ମହିଳା ମାନେ ନିଜ କେଶ ସବୁବେଳେ ବାନ୍ଧି ରଖିବା ଉଚିତ୍ । ଆଜି ଆମେ ଏହି ବିଷୟରେ ଅପାଣମାନଙ୍କୁ କିଛି କହିବାକୁ ଯାଉଛୁ ।

ଆଜି ଆମେ ଜାଣିବା ଧର୍ମ ଶାସ୍ତ୍ର ରେ କାହିଁକି ସ୍ତ୍ରୀ ଙ୍କର କେଶ ନଧରିବା ଏବଂ ମହିଳା ନିଜ କେଶ ଖୋଲା ନରଖବା କଥା କୁହାଯାଇଛି ।

ଶାସ୍ତ୍ର ଅନୁସାରେ ପୁରୁଣା କାଳରେ ମହିଳା ମାନେ ଯେବେ କାହା ପାଇଁ ଶୋକ କରନ୍ତି ସେତେବେଳେ କେଶ ଖୋଲା ରଖନ୍ତି । ରାମାୟଣ ରେ ସିତା ରାମ ଙ୍କ ବିବାହ ସମୟରେ ସିତା ଙ୍କ ମା କହିଥିଲେ କେବେ ବି ନିଜ କେଶ ଖୋଲା ରଖିବନି । ବନ୍ଧା ହୋଇଥିବା କେଶ ସଂପର୍କକୁ ବାନ୍ଧି ରଖିଥାଏ । ଆଜିକାଲି ଲୋକ ଏକଥା କୁ ମାନୁ ନାହାଁନ୍ତି ଏବଂ ମହିଳା ମାନେ ଫେସନ୍ କରି ନିଜ କେଶ ଖୋଲା ଛାଡି ବୁଲୁଛନ୍ତି । କେଶ ଖୋଲା ରଖିଲେ ଘରେ ଅଶାନ୍ତି ମଧ୍ୟ ବଢେ । ପୁରୁଣା ଯୁଗରେ ଘର ର ମହିଳା କେଶ ସବୁବେଳେ ବାନ୍ଧି ରଖିଥାନ୍ତି ।

ଅଧିକାଂଶ ମହିଳା ରାତି ରେ କେଶ ଖୋଲି ଶୁଅନ୍ତି ହେଲେ ଶାସ୍ତ୍ର ରେ ଲେଖା ଅଛି କେବେ ବି କେଶ ରାତି ରେ ଖୋଲି ଶୋଇବନି କାରଣ ଏହାଦ୍ବାରା ମହିଳା ମାନଙ୍କ ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ପଡ଼ିଥାଏ ।  ରାତି ରେ କେଶ ବାନ୍ଧି ଶୋଇବା ଉଚିତ୍ । ଶାସ୍ତ୍ର ରେ ଏମିତି ବି ଲେଖା ଅଛି ସ୍ତ୍ରୀ ମାନଙ୍କ କେଶ ଧରିବା ଦ୍ବାରା ବଂଶ ର ନାଶ ହୋଇଥାଏ । ଏହି କଥା ର ପ୍ରମାଣ ହେଉଛି ରାମାୟଣ ସମୟରେ ରାବଣ ଦେବୀ ସିତା ଙ୍କୁ ହରଣ କଲା ବେଳେ ତାଙ୍କ କେଶ କୁ ଧରି ପୁଷ୍ପକ ବିମାନ ରେ ନେଇଥିଲେ ଏଥିପାଇଁ ରାବଣ ର ଅନ୍ତ ହେବା ସହ ତାର ସଂପୂର୍ଣ୍ଣ ବଂଶ ର ବିନାଶ ହୋଇଥିଲା ।

ସେହିପରି ମହାଭାରତ ସମୟରେ ଦୁର୍ଯ୍ୟୋଧନ ବି ସମସ୍ତଙ୍କ ସାମ୍ନା ରେ ଦୌପଦୀ ଙ୍କ କେଶ ଧରି ତାଙ୍କୁ ଅପମାନିତ କରିଥିଲେ ଏବଂ ଏହା ଫଳ ସଂପୂର୍ଣ୍ଣ କୌରବ ମାନେ ଭୋଗିଥିଲେ । ଏମିତିକି କଂସ, ଦେବକୀଙ୍କର ସନ୍ତାନ ମହାମାୟା ଙ୍କ କେଶ ଧରି ତାଙ୍କୁ ମାରିଥିବାରୁ ତା ବଂଶ ଶେଷ ହୋଇଯାଇଥିଲା । ଏଥିପାଇଁ କୁହାଯାଏ କେବେ ବି କୌଣସି ପୁରୁଷ ସ୍ତ୍ରୀମାନଙ୍କ କେଶ ଧରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *