ମହିଳାମାନେ ଏହି ଦିନ ଧୁଅନ୍ତୁ ନାହିଁ ନିଜର ବାଳ, ଘରକୁ ଆସିଥାଏ ଦରିଦ୍ରତା- Astro Tips

ବନ୍ଧୁଗଣ ଭାରତରେ କେତେ ଏମିତି ଧାରଣା ପ୍ରଚଳିତ ଅଛି ଯାହାର ସମ୍ବନ୍ଧ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସହିତ ରହିଅଛି । ଏହି ପରମ୍ପରା ଅନୁସାରେ କିଛି ଏଭଳି କାର୍ଯ୍ୟ ଅଛି ଯାହାକୁ କରିବାକୁ ମନା କରାଯାଇଅଛି । କାରଣ ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନର ମହତ୍ଵ ରହିଥାଏ । ବନ୍ଧୁଗଣ ଏହିସବୁ ଦିନର ରହସ୍ୟ ଗ୍ରହମାନଙ୍କ ସହିତ ଜଡିତ ହୋଇ ରହିଥାଏ । ଆମ ପ୍ରାଚୀନ ହିନ୍ଦୁ ଧର୍ମରେ ସମୟର ପରିଣାମ ଦେବତା ଏବଂ ମନୁଷ୍ୟ ପାଇଁ ଅଲଗା ଅଲଗା ହୋଇଥାଏ । ଦେବତା ମାନଙ୍କର ଗୋଟିଏ ଦିନ ମନୁଷ୍ୟର ହଜାରେ ଦିନ ସହିତ ସମାନ ହେଇଥାଏ ।

ଏହି ପ୍ରକାରରେ ଦେବତାଙ୍କ ଆୟୁ ଲମ୍ବା ହୋଇଥାଏ । ଏବଂ ମନୁଷ୍ୟଙ୍କ ଆୟୁ କମ ହୋଇଥାଏ । ଏହି ପ୍ରକାରରେ ସୃଷ୍ଟିର ସଂଚାଳନ ଚାଲିଥାଏ । ଏହା ସହିତ କେଉଁ ଦିନରେ କେଉଁ କାର୍ଯ୍ୟ କରିବା ଉଚିତ ଏହାର ମହତ୍ଵ ହିନ୍ଦୁ ଧର୍ମର ଶାସ୍ତ୍ରରେ ଦେଖିବାକୁ ମିଳିଥାଏ । ଆସନ୍ତୁ ଏବେ ଜାଣିବା କେଉଁ ଦିନରେ ମହିଳା ମାନଙ୍କୁ ନିଜର କେଶ ଧୋଇବା ନିଷେଧ କରାଯାଇଛି ଏବଂ କେଉଁ ଦିନରେ ବ୍ରତ ପାଳନ କରିବା ସମୟରେ ମଧ୍ୟ ଏହା କରିବା ଅନୁଚିତ ।

ବନ୍ଧୁଗଣ ଗୁରୁବାର ଦିନ ବାଳ କାଟିବା, ସେଭିଙ୍ଗ ହେବ, ଏବଂ ନଖ କାଟିବା ଆଦିକୁ ଅଶୁଭ ମାନାଯାଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ପୁତ୍ର ଉପରେ ସଙ୍କଟ ଆସିଥାଏ । ଆମର ହିନ୍ଦୁ ପଞ୍ଜାଙ୍ଗ ଅନୁସାରେ ଅମାବାସ୍ୟା, ଏକାଦଶୀ, ପୁର୍ଣିମା ତିଥିର ଦିନରେ ଚନ୍ଦ୍ରମା ନୀଚ୍ଚ ସ୍ଥିତିରେ ରହିଥାଏ । ଏହି ପରିସ୍ତିତିରେ ଯଦି କୌଣସି ସୁହାଗିନୀ ମହିଳା ନିଜର କେଶ ଧୋଇଥାଏ, ଏହାର ପରିଣାମ ନିଜକୁ ସ୍ଵୟଙ୍ଗ ଭୋଗିବାକୁ ପଡିଥାଏ । ସେମାନଙ୍କ ଘର ପରିବାରରେ ଅଶାନ୍ତି ଉତ୍ତପନ୍ନ ହୋଇପାରେ । ସୋମବାର ଦିନ ସୁହାଗିନୀ ସ୍ତ୍ରୀ ମାନେ ନିଜର କେଶ ଧୋଇପାରିବେ । ଯଦି ସୋମବାର ଦିନ ସୁହାଗିନୀ ସ୍ତ୍ରୀ ମାନେ ବ୍ରତ ରଖିଥାନ୍ତି ତେବେ କେଶ ନଧୋଇବା ଉଚିତ ।

ଏହା ବ୍ଯତୀତ ଯଦି ନିଜ ପିଲାର ଜନ୍ମ ସୋମବାର ଦିନ ହେଇଥାଏ ତେବେ ମଧ୍ୟ କେଶ ଧୋଇବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ନିଜ ପିଲାର ଅମଙ୍ଗଳ ହୋଇଥାଏ । ଏହା ବ୍ଯତୀତ ମଙ୍ଗଳବାର ଦିନ ସୁହାଗିନୀ ସ୍ତ୍ରୀ ମାନଙ୍କୁ ନିଜର କେଶ ଧୋଇବା ନିଷେଧ କରାଯାଇଛି । ଯଦି ଏହି ଦିନ ଆପଣ ନିଜର କେଶ ଧୋଇଥାନ୍ତି ତେବେ ନାନା ପ୍ରକାରର ଆର୍ଥିକ ସମସ୍ଯା ଆପଣଙ୍କ ଗୃହରେ ଲାଗିରହିବ । ଏହାଫଳରେ ପରିବାରରେ ଅଶାନ୍ତି ଲାଗିରହିବାର ସମ୍ଭାବନା ଉପୁଜିଥାଏ ।

ଯଦି କୌଣସି କାରଣ ବଶତ ଆପଣଙ୍କୁ ନିହାତି ମଙ୍ଗଳବାର ଦିନ କେଶ ଧୋଇବାକୁ ପଡିଥାଏ ତେବେ ନିଜ କେଶରେ ଅଂଳାର ପେଷ୍ଟ ବନାଇ ତାହାକୁ ଲଗାଇ ମୁଣ୍ଡ ଧୋଇପାରିବେ । ଯଦି ସ୍ତ୍ରୀ ଲୋକମାନଙ୍କର ଛୋଟ ଭାଇ ଅଛି ତେବେ ସେମାନେ ବୁଧବାର ଦିନ କେଶ ନଧୋଇବା ଉଚତ । କାରଣ ଏହିଦିନ କେଶ ଧୋଇବାର ଦୋଷ ସ୍ତ୍ରୀ ର ଛୋଟ ଭାଇକୁ ଲାଗିଥାଏ । ଏହାର ପ୍ରତିକାର ସ୍ଵୋରୂପ ବୁଧବାରର ସ୍ଵାମୀ ଶ୍ରୀ ଗଣେଶଙ୍କର ଆରାଧନା କରିପାରିବେ । ଗୁରୁବାର ଦିନ ନିଜର କେଶ ନଧୋଇବା ଉଚିତ କାରଣ ଏହିଦିନ କେଶ କିମ୍ବା ଘର ସଫା କାଲେ ସ୍ବାମୀଙ୍କର ହାନି ହୋଇଥାଏ ।

ତେଣୁ ଗୁରୁବାର ଦିନ କେଶ ଧୋଇବା ସମେତ ଘର ସଫା ମଧ୍ୟ ବାରଣ କରାଯାଇଛି । ଶୁକ୍ରବାର ଦିନ ସ୍ତ୍ରୀ ଲୋକମାନେ ନିଜର କେଶ ଧୋଇପାରିବେ । ମାତ୍ର ଯଦି ପୁତ୍ର ପାଇଁ କୌଣସି ମନୋସ୍କାମନା ଥାଏ ତେବେ ଏହିଦିନ ଆପଣ ନିଜର କେଶ ଧୋଇପାରିବେ ନାହି । ବନ୍ଧୁଗଣ ସନିଦେବଙ୍କ କୋପକୁ ସମସ୍ତେ ଭୟ କରିଥାନ୍ତି । ତେଣୁ ଶନିବାର ଦିନ ସୁହାଗିନୀ ମହିଳା ମାନେ ନିଜର କେଶ ଧୋଇବା ଅନୁଚିତ । ଯଦି ଆପଣଙ୍କର ନିହାତି ସେଦିନ କେଶ ଧୋଇବା ଆବଶ୍ୟକ ତେବେ କେଶରେ କିଛି କ୍ଷୀର ଲାଗାଇ ଧୁଅନ୍ତୁ ।

ବନ୍ଧୁଗଣ ଶାସ୍ତ୍ର ମାନଙ୍କରେ ଦର୍ଶାହୋଇଛି ଯେ ମଙ୍ଗଳବାର, ଗୁରବାର, ଏବଂ ଶନିବାର ସମସ୍ତ ଗ୍ରହ ନକ୍ଷତ୍ର ନିଜର ଦିଗ ପରିବର୍ତନ କରିଥାନ୍ତି । ତେଣୁ ଏହି ଦିନଗୁଡିକରେ କେଶ ଧୋଇବା ଅନୁଚିତ । ଏହି ବିବରଣୀଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *