ମହିଳାଙ୍କ ୟୁଟ୍ରସ ରିମୁଭାଲ ପରେ କ’ଣ ହୁଏ ଏହାର ପରବର୍ତ୍ତୀ ପ୍ରତିକ୍ରିୟା ? ନିଶ୍ଚୟ ଜାଣନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ଦେବୁ । କଣ ଆପଣ କେବେ ଭାବିଛନ୍ତି ଗୋଟେ ମହିଳାର ୟୁଟ୍ରସ ବାହାରିବା ପରେ ସେମାନଙ୍କ ଶରୀରରେ କଣ ସବୁ ପରିବର୍ତନ ଆସେ । ତେବେ ଯଦି ଜାଣି ନାହାନ୍ତି ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଅବଗତ କରାଇବୁ । ଡାକ୍ତରୀ ଭାଷାରେ ହିଷ୍ଟରେକ୍ଟମି ଯାହାକି ସାଧାରଣ ଭାଷାରେ ହେଉଛି ମହିଳାଙ୍କ ୟୁଟ୍ରସ ରିମୁଭାଲ । ଏହା ଏକ ବହୁତ ବଡ ଅସ୍ତ୍ରୋପଚାର, ଯାହା ଗୋଟେ ନାରୀ ପାଇଁ ବହୁତ ଦୁଃଖର ବିଷୟ ।

ଏହା ବହୁତ ଜରୁରୀ କାଳୀନ ପରିସ୍ଥି ରେ ହିଁ ହୁଏ, ନ ଚେତ କେହି ବି ଡାକ୍ତର ଏହାର ପରାମର୍ଶ ଦିଅନ୍ତି ନାହିଁ ।

ତେବେ ଏହି କିଛି ଦିନ ତଳେ ମହାରାଷ୍ଟ୍ରରେ ଏକ ଜିଲ୍ଲାରେ ହୋଇଥିବା ଏହି ହିଷ୍ଟରେକ୍ଟମି ଘଟଣା ବହୁତ ଚର୍ଚ୍ଚାର ବିଷୟ ହୋଇଛି । କାହିଁକି ନା ଏଭଳି ଏକ ଅସ୍ତ୍ରୋପଚାର ବାର୍ଷିକ ମାତ୍ର ୩ ପ୍ରତିଶତ ଦେଖିବାକୁ ମିଳେ ସାରା ଦେଶରେ  । କିନ୍ତୁ ଏହି ଜିଲ୍ଲାର ୩୬ ପ୍ରତିଶତ ମହିଳାଙ୍କ ଗର୍ଭାଶୟ କାଢି ଦିଆ ଯାଇଛି । ତେବେ ଏହା ବହୁତ ଚର୍ଚ୍ଚାର ବିଷୟ ହୋଇଛି ସାରା ଦେଶ ପାଇଁ ।

ତେବେ ଏହି ଅପରେସନ ସେତେବେଳେ ହୁଏ ଯେବେ କି ଗୋଟେ ମହିଳାର ପିରିୟଡ ବେଳେ ଅଧିକ ରକ୍ତସ୍ରାବ ହୁଏ ଅଥବା ଯନ୍ତ୍ରଣା ହେଉଥାଏ ସେତେବେଳେ ଡାକ୍ତର ଏହାର ପରୀକ୍ଷା କରିବାକୁ କହି ଥାନ୍ତି । ଯଦି ଏହା କ୍ୟାନ୍ସର ଆଡକୁ ଗ୍ଗାତି କରୁଥାଏ ତେବେ ଏହାକୁ ଅପରେସନ କରି ବାହାର କରାଯାଏ , ନଚେତ ଔଷଧ ଦ୍ଵାରା ଏହାର ଚିକିତ୍ସା କରାଯାଏ ।

ତେବେ ଯେଉଁଠି  ଅପରେସନ ହେଉଛି ସେଠି ଅସ୍ତ୍ରୋପଚାର ଜନିତ ପାର୍ଶ୍ୱପ୍ରତିକ୍ରିୟା ତ ଦେଖାଦେବ । ତେବେ ଏହାର ପରବର୍ତ୍ତି ପ୍ରତିକ୍ରିୟା ବର୍ତ୍ତମାନ ଡାକ୍ତରଙ୍କର ଚିନ୍ତାର ବିଷୟ ପାଲଟିଛି । ତେବେ ଆମେରିକାରେ ହୋଇଥିବା ଏକ ଅନୁଧ୍ୟାନରୁ ହିଷ୍ଟରେକ୍ଟମି ପରେ ପ୍ରାୟ ୧୨ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ପେଲବିକ୍ ଅର୍ଗାନ ସର୍ଜରୀର ଆବଶ୍ୟକତା ପଡୁଥିବା କୁହାଯାଇଛି ।

ହେଲେ ହିଷ୍ଟରେକ୍ଟମିପରେ ଭାରତରେ ଉପୁଜୁଥିବା ସମସ୍ୟା ମଧ୍ୟରେ ସବୁଠୁ ବଡ ସମସ୍ୟାଟି ହେଉଛି ଏଷ୍ଟ୍ରୋଜନ ହର୍ମୋନ ସ୍ତର । କେବେ କେବେ ମହିଳାଙ୍କ ଏହି ହର୍ମୋନର ହ୍ରାସ ବୃଦ୍ଧି ଯୋଗୁ ସେମାନଙ୍କର ମାନସିକତାରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *