ମହିଳାଙ୍କ ପ୍ୟାଣ୍ଟ ରେ ପଶିଥିଲା ବିଛା, କେତେ ଥର ମାରିଲା ଚୋଟ ତା ପରେ ଯାଇ ସାମ୍ନାକୁ ଆସିଲା ସତ

ଉଡାଜାହାଜ ଭିତରେ ବହୁତ ବିଚିତ୍ର ବିଚିତ୍ର ଘଟଣା ଘଟି ଥାଏ, କେତେକ ଥର ବିମାନ ରେ ସାପ ମଧ୍ୟ ବାହାରି ଥାନ୍ତି ତେବେ କେତେକ ଥର ଲୋକଙ୍କ ଲଢେଇ ଝଗଡା କଥା ମଧ୍ୟ ବାହାରକୁ ଆସି ଥାଏ । ୟୁନାଇଟେଡ ଏୟରଲାଇନ୍ସ ରେ ଏମିତି କିଛି ଦେଖିବାକୁ ମିଳିଛି, ଯାହା ଆପଣ କେବେ ଭାବି ବି ନଥିବେ । ମହିଳାଙ୍କ ପ୍ୟାଣ୍ଟ ରେ ବିଛା ପଶିଥିଲା, ଓ ମହିଳାଙ୍କ ଗୋଡକୁ କେତେକ ଥର ଚୋଟ ମାରି ଥିଲା ।

ଯେତେବେଳେ ମହିଳାଙ୍କୁ ଗୋଡରେ କିଛି ଚୋଟ ଲାଗିଲା ଭଳି ଅନୁଭବ ହେଲା ତେବେ ସେ ରେଷ୍ଟରୁମ ଗଲେ ଏହା ପରେ ସେହି ମହିଳାଙ୍କ ପ୍ୟାଣ୍ଟରୁ ଗୋଟେ ବିଛା ବାହାରିଲା ।

ଏହି ଘଟଣା ଗତ ଗୁରୁବାର ର ଅଟେ, ମହିଳା ସେନ ଫ୍ରାନସିସ୍କୋ ଠାରୁ ଅଟ୍ଲାଣ୍ଟା ପାଇଁ ୟୁନାଇଟେଡ ଏୟରଲାଇନ୍ସ ରେ ବସି ଥିଲେ । ବିଛା ଚୋଟ ମାରିବାରୁ ସେହି ମହିଳାଙ୍କୁ ଭୟଙ୍କର ଦରଜ ହେଉଥିଲା, ଯେତେବେଳେ ମହିଳା ବିମାନରୁ ତଳକୁ ଓଲ୍ହେଇଲେ ତୁରନ୍ତ ତାଙ୍କର ପେରାମେଡିକ୍ସ ଦ୍ଵାରା ଚିକିତ୍ସା କରା ଗଲା ।

ପରେ ଭଲ ଚିକିତ୍ସା ପାଇଁ ପାଖ ହସ୍ପିଟଲ ରେ ଭର୍ତି କରା ଗଲା, ଏୟରଲାଇନ୍ସ ପ୍ରବକ୍ତାଙ୍କ ଅନୁଯାଇ କୃ ମେମ୍ବର୍ସ ମହିଳାଙ୍କୁ ବହୁତ ସାହାଯ୍ୟ କରି ଥିଲେ । ଏବେ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଏବେ ପର୍ଯ୍ୟନ୍ତ ଏହି କଥା ସ୍ପଷ୍ଟ ହୋଇ ନାହିଁ ଯେ ମହିଳାଙ୍କ ପ୍ୟାଣ୍ଟ ରେ ବିଛା ଆସିଲା କେଉଁଠୁ ।

ଏହା ଆଗରୁ ଡିସେମ୍ବର ରେ ଏମିତି ଗୋଟେ ଘଟଣା ଘଟି ଥିଲା, ଖବର ଅନୁଯାଇ ଇଣ୍ଡୋନେସିୟା ରେ ବେଟେନ ବିମାନ ରେ ଗୋଟେ ଯୁବକ ପାଖରେ ଗୋଟେ ବିଛା ପହଞ୍ଚି ଯାଇ ଥିଲା ଯାହା ଭିଡିଓ ମଧ୍ୟ ଭାଇରାଲ ହୋଇ ଥିଲା ।

ତେବେ ଏହିଭଳି ସବୁ ଘଟଣା ବିମାନ ରେ ଗହଟିବା କେତେ ଦୂର ଠିକ, କାହିଁକି ଉଡାଜାହାଜ ଉଡାଣ ପୂର୍ବରୁ ସବୁ କିଛି ଚେକ କରାଯାଉ ନାହିଁ ତିରେ କାହାର ଭୁଲ ? ତେବେ ସରକାରଙ୍କୁ ଏହି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନଚେତ ଏହି ଭଳି ବିଷକ୍ତ ଜନ୍ତୁଙ୍କ ପାଇଁ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇପାରେ । ଏହା ଉପରେ ଆପଣଙ୍କର ମତ ନିଶ୍ଚୟ କମେଣ୍ଟ କରନ୍ତୁ, ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *