ଚଣ୍ଡାଳ ବଞ୍ଚିଥିଲେ ସେକେଣ୍ଡ Mihir Das ହୋଇଥାନ୍ତା, କିନ୍ତୁ ସେ ନିଜକୁ ନିଜେ ନଷ୍ଟ କରିଦେଲା… ଦେଖନ୍ତୁ Pintuଙ୍କୁ ନେଇ କଣ କହୁଛନ୍ତି Namrata Das

ଦର୍ଶକ ବନ୍ଧୁ ବର୍ତ୍ତମାନ ସାରା ଓଡିଶାରେ ଖାଲି ଗୋଟେ ଚର୍ଚ୍ଚା ଓଡିଆ ଜଗତର ଲୋକପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ କୁ ନେଇ । ତାଙ୍କ ମୃ-ତ୍ୟୁ ପାଇଁ ଏବେ ପୁରା ଓଡିଆ ଇଣ୍ଡଷ୍ଟ୍ରି ରେ ଦୁଖଡ ବାଦଲ ଦେଖା ଯାଇଛି । କାରଣ ଦିନକୁ ଦିନ ଅନେକ ବଡ ବଡ କଳାକାର ଏମାନେ ଏ ଦୁନିଆରୁ ବିଦାୟ ନେଉଛନ୍ତି । ଯାହା ପାଇଁ ଓଡିଆ ଇଣ୍ଡଷ୍ଟ୍ରି ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।

ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ପରେ ସମସ୍ତେ ଦୁଖରେ ଭାଙ୍ଗି ପଡିଛନ୍ତି । ତେବେ ପିଣ୍ଟୁ ଙ୍କ ମୃ-ତ୍ୟୁ ପରେ ଅନେକ କଳାକାର ମାନେ ସାମନା କୁ ଆସି ତାଙ୍କ ସପକ୍ଷରେ ଅନେକ କଥା କଉଛନ୍ତି ଯାହା ଗଣମାଧ୍ୟମ ରେ ଦେଖା ଯାଉଛି । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ନମ୍ରତା ଦାସ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଅଭିନେତ୍ରୀ ନମ୍ରତା ଦାସ କହିଛନ୍ତି ଯେ “ମୁଁ ତାକୁ ସେକେଣ୍ଡ ମିହିର ଦାସ ଭଳି ଭାବେ । ସେ ଯଦି ବଞ୍ଚିକି ଥାନ୍ତା କିଛି ଦିନ ପରେ ମିହିର ଦାସ ଭଳି କଳାକାର ହୋଇ ପାରିଥାନ୍ତା । କିନ୍ତୁ ଚଣ୍ଡାଳ ନିଜେ ନିଜକୁ ନଷ୍ଟ କରି ଦେଲା । ନିଜର କେୟାର ନେଲା ନାହି । କେବେ ବି ବୁଝିଲା ନାହି । ସବୁ କଥା ଥଟ୍ଟା ରେ ଉଡାଇ ଦିଏ । ସବୁବେଳେ ଗା-ଳି ଦିଏ । ତା ସହ ବହୁତ ସିନେମା କରିଛି ସିରିଏଲ ବି କରିଛି ।

ପିଣ୍ଟୁ ନନ୍ଦକୁ ଯେବେ ଲୋକ ଚିହ୍ନିଲେ ସେତେବେଳ ଗୌରା ନାଁ ରୁ ଜାଣିଥିଲେ । ତା ପରେ “ସମାନ୍ତର” ସିରିଏଲର ସେ ମୋ ସହ ପୁଅ ଚରିତ୍ରରେ ଅଭିନୟ କରିଥିଲା । ଯାହା ବି ପିଲା ଖଡ଼ାପ ହେଉ ଦୁଷ୍ଟ ହେଉ ଭଲ କଳାକାର ଥିଲା । ଯାହା ହେବାର କଥା ହେଇଗଲା ଆଉ ଏବେ ପିଣ୍ଟୁ ଙ୍କୁ କେହି ଗା-ଳି ଦିଅ ନାହି । ଗୋଟେ ଲୋକ ମ-ରି-ଗ-ଲା ପରେ ତାକୁ ଭଲ ପାଇବା ଉଚିତ ।

ଭଲ ପାଅ ସେଟା ସମସ୍ତଙ୍କର ବଡପଣ ହେବ । ଭଲ କାମ କଣ କରିଥିଲା ପିଣ୍ଟୁ ନନ୍ଦ ତାହା ମନେ ପକାଇବା ଉଚିତ । ହଠାତ ଏମିତି ଚାଲିଯିବ ବୋଲି ଆମେ ଆଶା କରି ନ ଥିଲି । ଆମେ ଏତେ ବଡ ବଡ ହୋଇ ବଞ୍ଚିଛୁ ହେଲେ ଛୁଆ ଟା ଆମ ଆଖିରେ ଆସି ଏମିତି ଚାଲିଗଲା ଏଟା ଦୁଖ ଲାଗୁଛି । ଭଗବାନଙ୍କ ନିକଟରେ ତାର ଆ-ତ୍ମା-ର ଶାନ୍ତି ନିମନ୍ତେ ଆମେ ପ୍ରାର୍ଥନା କରୁଛୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *