ଏକ ଆଶ୍ଚର୍ଯ୍ୟ କଲା ଭଳି ମଇଁଷି, ଯାହାର ଦାମ୍ ୨୧ କୋଟି ଟଙ୍କା ଅଟେ- ଜାଣନ୍ତୁ କଣ ପାଇଁ ତାର ମୂଲ୍ୟ ଏତେ ଅଟେ?

ନମସ୍କାର ଫ୍ରେଣ୍ଡ୍ସ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହାକୁ ପାଢୀ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଜ୍ଞା ହଁ, ଆପଣ ମାନେ କେବଳ ମଣିଷ ମାନେ ମଦ ପିବାର ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ମଇଁଷି ବିଷୟରେ କହିବାକୁ ଯାଉଛି ଯିଏ ସବୁଦିନ ମଦ ପିଏ । ତେବେ ଏହି ଘଟଣାଟି ହେଉଛି ହରିୟାଣା ରେ ଏପରି ଏକ ମଇଁଷି ଅଛି ଯାହାର ଦାମ ୨୧ କୋଟି ଟଙ୍କା, କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମଇଁଷି କୁ ଦେଖିବା ପାଇଁ ଲୋକମାନେ ବହୁତ ଦୂରରୁ ଆସିଥାନ୍ତି ।

ତେବେ ଏହାର କାରଣ ହେଉଛି ଯେ ଏହି ମଇଁଷିଟି ସବୁଦିନ ମଦ ପିଇଥାଏ ଓ ବର୍ଷକୁ ୯୦ ଲକ୍ଷ ଟଙ୍କା ଆୟ କରିଥାଏ । ତେବେ ହରିୟାଣାରେ ରହୁଥିବା ସେହି ମଇଁଷିଟିର ନାମ ସୁଲତାନ ଅଟେ । ତେବେ ସେହି ମଇଁଷି ସୁଲତାନ ର ମାଲିକ ରାମ ନରେଶ ବେନୀବଲଙ୍କ କହିବା ଅନୁସାରେ ତାଙ୍କ ମଇଁଷି ଦୁନିଆର ସବୁଠାରୁ ବଡ ମଇଁଷି ଅଟେ, ଯାହାର ଲମ୍ବା ୬ ଫୁଟ ରୁ ଅଧିକ ଏବଂ ତାର ଉଚତା ମଧ୍ୟ ଅଧିକ ବୋଲି ଦାବି କରିଛନ୍ତି ସେ । ଏହି ଆଶ୍ଚର୍ଯ୍ୟ କରୁଥିବା ମଇଁଷି ସୁଲତାନର ଓଜନ ୧ ଟନରୁ ଉର୍ଦ୍ଧ ଓ ବୟସ ୮ ବର୍ଷ ଅଟେ ।

ସୁଲତାନ କୁ ସବୁଦିନ ୧୦ କିଲୋ ପର୍ଯ୍ୟନ୍ତ ଦାନା ଦିଆଯାଏ ଖାଇବା ପାଇଁ । ୩୫ କିଲୋ ଶୁଖିଲା ଓ କଞ୍ଚା ଘାସ ମଧ୍ୟ ଦିଆଯାଏ, କେବଳ ସେତିକି ନୁହେଁ ସେ ସେଓ ଓ ଗାଜର ମଧ୍ୟ ଖାଇଥାଏ ।  ବର୍ଷା ଦିନେ ୧୫ କିଲୋ ସେଉ ଓ ଖରା ଦିନେ ୨୦ କିଲୋ ଗାଜର ଖାଏ । ତାଙ୍କ କହିବା କଥା ଏ ମଇଁଷି ପ୍ରତିଦିନ ୨୫୦୦ ଟଙ୍କାର ଘାସ ଖାଇଯାଏ ।

ସୁଲତାନ ର ଦାମ ସେଇଥିପାଇଁ ଏତେ ରଖାଯାଇଛି । ସେ ତାରା ଶୂକ୍ରାଣୁ (ସିମେନ) ବିକ୍ରି କରି ବର୍ଷକୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ସେ ବର୍ଷକୁ ପ୍ରାୟ ୯୦ ଲକ୍ଷର ଶୂକ୍ରାଣୁ ବିକିଥାନ୍ତି । ତାଙ୍କ ମାଲିକ କହିବା ଅନୁସାରେ ସେ ଅନେକ ଗୁଡିଏ ପଶୁ ପ୍ରତିଯୋଗିତାରେ ଏହି ମଇଁଷି ପାଇଁ ବିଜୟୀ ହେଇ ପୁରସ୍କାର ଜିତିଛନ୍ତି ।

Leave a Reply

Your email address will not be published. Required fields are marked *