ସମସ୍ତଙ୍କ ହୃଦୟ ଜିତିଲେ Jagatsinghpur MP Rajashree, ମଝି ଆକାଶରେ ବଞ୍ଚାଇଲେ ଜୀବନ ! ଦେଖନ୍ତୁ ଏ ନେଇ କଣ କହୁଛନ୍ତି ସାଂସଦ

ନମସ୍କାର ବନ୍ଧୁଗଣ, ମଣିଷ ଆକାଶ ମାର୍ଗରେ ଉଡିବା ସମୟରେ ବହୁତ ଖୁସି ଥାଏ । ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଉତ୍ସାହ ମଧ୍ୟ ଥାଏ । ତେବେ ଖବର ଅନୁଯାୟୀ ଫ୍ଲାଇଟରେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇପଡିଲେ । ମଝି ଆକାଶରେ ତାଙ୍କୁ କିଏ ବା ସାହା ହେବ । ହେଲେ ତାଙ୍କ ପାଇଁ ଦେବ ଦୁତ ପାଲଟି ଗଲେ ଜଗତସିଂପୁର ସାଂସଦ ପ୍ରମିଳା ମଲ୍ଲିକ । ତେବେ ସାଂସଦ କିଭଳି ତାଙ୍କ ଜୀବନ ବଞ୍ଚାଇଲେ ଏବଂ କଣ ରହିଛି ସମ୍ପୂର୍ଣ ଖବର ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

Indigo Airline 6E2065 ବୁଧବାର ଦିନ ଯାତ୍ରୀ ମାନଙ୍କ ସହ ଉଡାଣ ଭରିଥିଲା । ଯାତ୍ରୀ ମାନେ ମଧ୍ୟ ବେସ ଖୁସି ଥିଲେ । ହେଲେ ଫ୍ଲାଇଟ ଲାଣ୍ଡିଙ୍ଗ ହେବାର ଠିକ ୨୦ ମିନିଟ ପୂର୍ବରୁ ହଠାତ ଜଣେ ଯାତ୍ରୀ ବହୁତ ଅସୁସ୍ଥ ହୋଇପଡିଲେ । ଏହାପରେ ସଙ୍ଗେ ସଙ୍ଗେ ପ୍ଳେନରେ ଆନାଉନ୍ସ କରାଗଲା କର୍ମଚାରୀ ମାନଙ୍କ ତରଫରୁ କି ଯଦି ଏହି ଫ୍ଲାଇଟରେ ଅଛନ୍ତି ଦୟାକରି କୁହନ୍ତୁ ।

ଆଉ ସେହି ଫ୍ଲାଇଟରେ ଥିଲେ ଆମ ଓଡିଶାର ଜଗସିଂପୁର ଜିଲ୍ଲାର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ । ଏହି ଖବର ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ ସିଟରୁ ଉଠିକି ଗଲେ । ଆଉ ଦେଖିବା ବେଳକୁ ସେହି ଲୋକ ଜଣଙ୍କ ପାଟିରୁ ଲାଳ ଗଡାଇ ସମ୍ପୂର୍ଣ ଅଚେତ ଅବସ୍ତାକୁ ଚାଲି ଯାଇଥିଲେ । ଏହା ଦେଖି ରାଜଶ୍ରୀ ଜାଣିଗଲେ କି ତାଙ୍କୁ ବାତ ବା fits ମାରିବାରୁ ସେ ଅଚେତ ହୋଇପଡିଛନ୍ତି ।

ତେଣୁ ସେଥିପାଇଁ ସେ ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଦେଲେ । ସମସ୍ତଙ୍କୁ ଅନୁରୋଧ କଲେ ତାଙ୍କ ପାଖରେ ଭିଡ ନ କରି ସମସ୍ତେ ନିଜ ସିଟକୁ ଯାଆନ୍ତୁ । ଏହାପରେ ସେହି ଯାତ୍ରୀ ଜଣଙ୍କୁ ସେ ଅକ୍ସିଜେନ ଦେଲେ । ତାଙ୍କ ହାତ ଗୋଡକୁ ମାଲିସ କରି ତାଙ୍କୁ ସାମାନ୍ୟ ସୁସ୍ଥ ଅବସ୍ତାକୁ ଆଣିଥିଲେ ରାଜଶ୍ରୀ । ଏହାରି ଭିତରେ ଫ୍ଲାଇଟ ଲ୍ୟାଣ୍ଡ କରିଗଲା ଆଉ ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ତାଙ୍କୁ ମେଡିକାଲ ନିଆଗଲା ।

ଅସୁସ୍ଥ ହୋଇପଡିଥିଲା ଲୋକ ଜଣଙ୍କ ଓଡିଶାର ଗଞ୍ଜାମ ଜିଲ୍ଲାର ଥିଲେ ସେମାନେ କିଛି ଲୋକ ମିଶି ଗୋଆ ଟ୍ରିପରେ ଯାଉଥିଲେ ଆଉ ମଝି ଆକାଶରେ ଘଟିଗଲା ଏହିଭଳି ଏକ ଘଟଣା । ତେବେ ଆପଣ ମାନେ ରାଜଶ୍ରୀ ମଲ୍ଲିକଙ୍କ ସାହାର୍ଯ୍ୟ ପାଇଁ ତାଙ୍କୁ କଣ କହିବା ପାଇଁ ଚାହିଁବେ ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *