Makara Sankranti 2023, ମକର ସଂକ୍ରାନ୍ତିରେ ଏହି 1 ଜିନିଷ ଦାନ କରନ୍ତୁ, ଗୁପ୍ତ ଧନ ପ୍ରାପ୍ତ ହେବ

ବନ୍ଧୁଗଣ ଚଳିତ ବର୍ଷ ଜାନୁଆରୀ 14 ତାରିଖରେ ପଡିବାକୁ ଯାଉଛି ପବିତ୍ର ମକର ସଙ୍କ୍ରାନ୍ତି । ଯେବେ ପୌଷ ମାସରେ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରିଥାନ୍ତି ତାହାକୁ ମକର ସଙ୍କ୍ରାନ୍ତି ନାମରେ ଜଣାଯାଏ । ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି ଏହି ଦିନ । ଏହା ଏମିତି ଏକ ପର୍ବ ଯାହାକୁ ସଂପୂର୍ଣ୍ଣ ଭାରତ ବର୍ଷରେ ମକର ସଙ୍କ୍ରାନ୍ତି ନାମରେ ପାଳନ କରାଯାଏ । ଏହି ପର୍ବକୁ ଅଲଗା ଅଲଗା ନାଁ ରେ ଜଣା ଯାଇଥାଏ ।

ଏହି ଦିନ ଏମିତି କିଛି ଜିନିଷ ଦାନ କରିବା ଦ୍ଵାରା ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମକର ସଙ୍କ୍ରାନ୍ତି ଦିନ କଳା ଖସା ଓ ଗୁଡରେ ତିଆରି ଲଡୁ ଖାଇବା ଉଚିତ । ଏହା ଆପଣ ନିଜର ପରିବାରକୁ ବି ଖାଇବାକୁ ଦିଅନ୍ତୁ । ଏମିତିକି ଅସହାୟ ଲୋକଙ୍କୁ ବି ଖାଇବାକୁ ଦିଅନ୍ତୁ । ଏହି ଦିନ ଖସା ଦାନ କରିଲେ ସୂର୍ଯ୍ୟ ଓ ଶନିଦେବ ଙ୍କ କୃପା ମିଳିଥାଏ ।

ଯଦି ଆପଣଙ୍କର ଉପରେ ସୂର୍ଯ୍ୟଙ୍କ ଦୋଷ ଲାଗିଛି ବା ଶନିଙ୍କର ସାଢେଷାତି ଚଳାଇଛି ତାହା ସଂପୂର୍ଣ୍ଣ ଭାବେ ଦୂରେଇ ଯାଏ । ମକର ସଙ୍କ୍ରାନ୍ତି ଦିନ କଳା ଖସା, ଲଡୁ, ଗୁଡ, ଫଳ, ଖେଚେଡି, ପନିପରିବା ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଗୁଡରେ ତିଆରି ମିଠା ଦାନ କରିଲେ ଯେ କୌଣସି କଷ୍ଟ ଦୂର ହୁଏ । ଆପଣ ଏହି ଦିନରେ ଗରିବ ଲୋକଙ୍କୁ ଦାନ କରିଲେ ହଜାର ଗୁଣରେ ପୂଣ୍ୟ ବଢିଯାଏ ।

ଏହି ଦିନ କମ୍ବଳ, ଖସାରେ ତିଆରି ଲଡୁ, ଖେଚେଡି ଦାନ କରିଲେ ଶନି ଓ ସୂର୍ଯ୍ୟଙ୍କ ସାକ୍ଷାତ କୃପା ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ପରିବାରରେ ସୁଖ ଶାନ୍ତି ସୌଭାଗ୍ୟ ପ୍ରାପ୍ତ ହେବ । ଏହି ଦିନ ବିଶେଷ ରୂପରେ ଗାଈ ଙ୍କୁ ସବୁଜ ଘାସ ବା ଚାରା ଖାଇବାକୁ ଦିଅନ୍ତୁ । ଏମିତି କରିଲେ ଚନ୍ଦ୍ର, ଶୁକ୍ର ଦୋଷ ଦୂର ହୁଏ । ଯଦି ଜୀବନରେ ଚନ୍ଦ୍ର ବା ଶୁକ୍ରଙ୍କ ଦୋଷ ଲାଗିଥାଏ ତେବେ ଜୀବନରେ ଟଙ୍କାର ସମସ୍ୟାର ସାମନା କରିବାକୁ ପଡିଥାଏ ।

ଧନର ଅଭାବ ଦେଖାଯାଏ । ଯଦି ଆପଣ ଏହି ଦିନରେ ଗାଈ କୁ ସବୁଜ ଘାସ ବା ଚାରା ଖାଇବାକୁ ଦିଅନ୍ତି ଗୋ-ମାତା ପ୍ରସନ୍ନ ହୋଇଥାନ୍ତି ଓ ଗୃହରେ ଧନର ବୃଦ୍ଧି ହୁଏ । ଏହି ଦିନ ଗୋମାତା ଙ୍କୁ ଖସାରେ ତିଆରି ଲଡୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରହିବ ନାହି ।

ଯଦି ଆପଣଙ୍କର କୌଣସି ଇଚ୍ଛା ରହିଛି ତେବେ ଏହି ଦିନ ଗୋମାତା ଙ୍କୁ 5ଟି ଖସା ଲଡୁ ଖାଇବାକୁ ଦିଅନ୍ତି ତାହା ବହୁତ ଜଲ୍ଦି ପୂରଣ ହୋଇଥାଏ । ଏଥିରେ କୌଣସି ସନ୍ଦେହ ନାହି । କାରଣ ଗୋମାତା ଙ୍କ ଠାରେ 33 କୋଟି ଦେବୀ ଦେବତା ରହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *