ମାଳିକା ବଚନ ଅନୁସାରେ 2021 ଠାରୁ 2025 ଯାଏଁ କଣ ସବୁ ଘଟିବ ? ଲେଖି ରଖନ୍ତୁ ଖାତାରେ- Malika Bhabisyabani

ନମସ୍କାର ବନ୍ଧୁଗଣ । ୬୦୦ ବର୍ଷ ତଳର ଆଗତ ଭବିଷ୍ୟତ ମହାପୁରୁଷଙ୍କର ସେହି ମାଳିକା ଶାସ୍ତ୍ର ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଯେଉଁଥିରେ ୨୦୨୧ ଠାରୁ ୨୦୨୫ ଯାଏଁ କଣ ସବୁ ଘଟିବାକୁ ଯାଉଛି ତାହା ଆଲୋଚନା କରିବୁ । ମାଳିକାରେ ୨୦୨୦ କୁ ନେଇ ଯାହା ଲେଖା ଯାଇଛି ତାହା ଗୋଟି ଗୋଟି କରି ସତ୍ୟ ହୋଇଛି । ମହାପୁରୁଷ ଲେଖିଛନ୍ତି ବିଂଶକ ଠାରୁ ଓଡିଶା ଦେଶରେ ହୋଇବ ଫସଲ ହାନି, ଦିନକୁ ଦିନ ହୋଇବ ମୋହ ରୋଗ କଷଣ ଭୋଗିବେ ପ୍ରାଣୀ ।

ଏହି ପଦର ଅର୍ଥ ହେଉଛି କୃଷି ମାନଙ୍କ ଉପରେ ପ୍ରଭାବ ପଡିବ ଯାହା ଦ୍ଵାରା ଫସଲ ହାନି ହେବ । ଏହା ଛଡା ଆମେ ଯେତେ ଟଙ୍କା ନେଇ ଜିନିଷ କିଣିଲେ ମଧ୍ୟ ଆମ ବ୍ୟାଗ ପୁରୁ ନାହି ଯାହା ମାଲିକାରେ ଲେଖା ଯାଇଛି ତାହା ହିଁ ଘଟୁଛି ।

ପୁଣି ମହାପୁରୁଷ ଠାର ଗାରରେ ଲେଖିଛନ୍ତି ପଶ୍ଚିମ ଦେଶରେ ଶିଶିର ମାସରେ ଭୂମିକମ୍ପ ହେବ ଜାଣ, ଆଉ ୨୧ ଅଙ୍କେ ଏହା ହିଁ ଘଟିବ ଶୁଣ ବି ଆନନ୍ଦ । ଏହାର ଅର୍ଥ ହେଉଛି ଭୂମିକମ୍ପ ହୋଇ ଘର ସବୁ ଭାଙ୍ଗିଯିବ । ଦ୍ଵାଦଶ ଅଙ୍କରେ କୁହା ଯାଇଛି ୨୨ ଭାର ଠାରୁ ଦୀପ ଲିଭିଯିବ, ପୃଥି ହେବ ଘୋଳ ଗୁଣ୍ଡା, ହାତେ ଧରି ଖଣ୍ଡା ମଦନ ଭୁଶୁଣ୍ଡା ମାଟି ଯିବେ ଗଣ୍ଡା ଗଣ୍ଡା । ଏହାରା ଅର୍ଥ ହେଉଛି ୨୨ ଅଙ୍କରେ ଓଡିଶା ଦେଶ ଜ୍ଞାନ ଅନ୍ଧାକାର ହୋଇଯିବ ।

ତତ ସହିତ ଗୁଣ୍ଡା ଗର୍ଦି ଚୋରୀ ଡକାୟତ ଅଧିକ ମାତ୍ରାରେ ବଢିଯିବ । ଲୋକମାନେ ହାତରେ ଖଣ୍ଡା ଧରି ହଣାହଣି ହୋଇ ନିଜ ମୃ-ତ୍ୟୁର କାରଣ ହେବେ । ଏହା ପରେ ମହାପୁରୁଷ କହିଛନ୍ତି ୨୩ ଅଙ୍କରେ ଓଡିଶାରେ ହୋଇବ ଜଳ ବହଳ ହେବ । ୨୪ ଅଙ୍କରେ ଗୁପତ ମାରିଣୀ ଆଉ ଶୁଣ ବି ନତ ନନ୍ଦନ । ୨୪ ଅଙ୍କରେ ମଣିଷକୁ ଯେଉଁ ରୋଗ ତାହା ଚିହ୍ନା ପଡିବ ନାହି । ମଣିଷ ଯେତେବେଳେ ଅଜ୍ଞାତ ଅବସ୍ଥାରେ ଆସିବ ସେହି ସମୟରେ ତା ପାଖରେ କିଛି ବି ନ ଥିବ ।

ମାଳିକା ରେ ଯାହା ଲେଖା ଯାଇଛି ତାହା ଲୋକ ମାନଙ୍କୁ ଭୟଭୀତ କରାଇବା ପାଇଁ ନୁହେଁ ବରଂ କିଛି ମାତ୍ରାରେ ସତର୍କ କରାଇବା ପାଇଁ । ମଣିଷ ଅଜ୍ଞାନ ରାସ୍ତାରେ ଥିଲେ ତାର ଆୟୁଷ କ୍ଷୀଣ ହେଉଛି ବୋଲି ମାଳିକାରେ ଲେଖା ଯାଇଛି । ତେଣୁ ପ୍ରତେକ ମଣିଷ ଧର୍ମ ପଥରେ ଚାଲିବା ଉଚିତ । ଯେଉଁ ବ୍ୟକ୍ତି ଅଜ୍ଞାନୀ ସିଏ ଧର୍ମ ପଥରେ ଚାଲିଲେ ଜ୍ଞାନୀ ହେବା ସହ ସଠିକ ମାର୍ଗ ଦର୍ଶନ କରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *