ଭୁବନେଶ୍ବର 60 ଫୁଟ ଉପରେ ଚାଲିବ ପାଣି- Malika Bachana

ଛଅସହ ବର୍ଷ ତଳର ମାଳିକା ଯାହା ମାଳ ମାଳ କରି ଆମ ପାଇ ରଚନା କରିଯାଇଥିଲେ ଆଗତ ଭବିଷ୍ୟତ ପାଇଁ । ଲେଖିଯାଇଛନ୍ତି ସେ ଠାର ଗାରର ରହସ୍ୟ ଅକାଟ୍ୟ ବଚନକୁ , ଅଚ୍ୟୁତ କହିଛନ୍ତି ସଂସାର ବିଷୟରେ ପର୍ବତ ଶିକ୍ଷାରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ ।

ଆଜି ସେଇପଦକୁ ଆମେ ଜାଣିବା ଯାହା ଛଅ ସହ ବର୍ଷ ତଳେ ଅଚ୍ୟୁତ କହିଯାଇଥିଲେକି ” ସମ୍ବଲ ପୁରରେ ସମଲାଇଙ୍କ ପାଖରେ ବଜ୍ର ପାତ ହେବ ଓ ଖଣ୍ଡ ଗିରିରେ ବରଫ ପଡି ଭୁବନେଶ୍ବର ବରଫ ବୃତ ହେବ ।

ମା ସମଲାଇଙ୍କ ପାଖରେ ବିଶାଳ ବଜ୍ରପାତ ହେବ, ଏହି ବଜ୍ର ପାତ ଆଗରୁ ଏତେ ହେଉନଥିଲା କିନ୍ତୁ ଏବେ ଏତେ ପାପର ଭାର ବଢି ଗଲାଣିଯେ ବହୁତ କିଛି ପ୍ରକୃତିକ ଦୁର୍ବିପାକ ହେବା ସହିତ ବହୁତ ପ୍ରକାର ଜିନିଷ ଘଟୁଛି ଏହି ଦୁନିଆରେ । ଏମିତି ଗୋଟେ ସମୟ ଆସିବା ଯେଉଁଠି ପାପାର ଭାର ଅଧିକ ହୋଇଯିବ ସେତେବେଳେ ଏହି ପୃଥିବୀର ବିଲୟ ଘଟିବ । ଏତେ ପାପ ବଢିଯିବଯେ ଶମ୍ବଲାଇଙ୍କ ପାଖରେ ବଜ୍ର ପାତ ହେବ ଓ ସେଠାରେ ବହୁତ ଲୋକ ମୃତ୍ୟୁ ବରଣ କରିବେ । ତା ପରେ ବିରାଟ ଶିଳା ଖଣ୍ଡ ଖଣ୍ଡ ଗିରିରେ ପଡି ପୁରା ଭୁବନେଶ୍ବରକୁ ଜଳ ପ୍ଲାବନ କରିବ ।

ଶୀତଳ ଜଳରେ ପ୍ଲାବନ ହୋଇଯିବ ଭୁବନେଶ୍ବର, ମହାପୁରୁଷଙ୍କର ଏହି ବାକ୍ୟ ଛଅ ସହ ବର୍ଷ ପୂର୍ବରୁ ଏହା ଲେଖାଯାଇଥିଲା । ଏହିସବୁ ଘଟନା କଳିର ଶେଷରେ ଘଟିବ । ମଣିଷର ପାପ ଅତ୍ୟଧିକ ହୋଇଗଲେ ସୃଷ୍ଟିର ବିଲୟ ଘଟିବ । ଖାଲି ସେତିକି ନୁହେଁ ମହାପୁରୁଷ କହୁଛନ୍ତି କଳିଯୁଗରେ ମାଲିକକୁ ଯେ ବୁଝିଛି ତାକୁ ବୁଝାଇବାର ଆବଶ୍ୟକ ରହିଛି । ଅର୍ଥାତ ଯେଉଁ ଜିନିଷ ହଜମ ହେଉ ନାହିଁ ତାକୁ ଖାଅ ନାହିଁ ଓ ଯିଏ ବୁଝୁ ନାହିଁ ତାକୁ ବିଲକୁଲ ବୁଝାଅ ନାହିଁ, ସମୟ ଆସିଲେ ସେ ବଳେ ବୁଝି ଜୀବ ।

କଲି ଯୁଗ ଏବେ କରାଳ ଗତିରେ ଚାଲିଛି, ଯେଉଁମାନେ ମହାପୁରୁଷଙ୍କୁ ବିଶ୍ଵାସ କରନ୍ତି ବା ମାଳିକକୁ ବିଶ୍ବାସ କରନ୍ତି ଓ ଧର୍ମକୁ ଜଗି ଥିବା ଲୋକ, ସାଧୁ ମନର କେବେ ଭୟଭୀତ ହେବା କଥା ନୁହେଁ । ଯିଏ ଧର୍ମକୁ ଜଗିଥାଏ ତାର କିଛି କ୍ଷତି ହୋଇନଥାଏ । ଭଗବାନ ସବୁବେଳେ ଭକ୍ତ ପ୍ରେମୀ ହୋଇଥାନ୍ତି ଭକ୍ତଙ୍କୁ ଟିକେବି ଅପମାନ ହେଲେକି ଦୁଃଖ ହେଲେ ସେ ସହି ପାରନ୍ତି ନାହିଁ । ସେଥିପାଇଁ ଧର୍ମ ପଥରେ ଯିବା ଉଚିତ ଓ ସମସ୍ତଙ୍କୁ ଭଲ ବ୍ୟବହାର କରିବା ଓ ପାପରୁ ଦୂରେଇ ଭଗବାନଙ୍କ ଜପ କରିବା ଉଚିତ । ଭଗବଙ୍କ ପଥରେ ଗଲେ ଦୁନିଆର କେଉଁ ଶକ୍ତିବି ତୁମକୁ ଛୁଇଁ ପାରିବ ନାହିଁ, ଭଗବାନ ଠାରୁ ଦୁନିଆରେ ଆଉ କିଛି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *