ଗୋଟିଏ ଥାଳିରେ ଖାଇଲେ ଶ୍ରୀ ଜଗନ୍ନାଥ ଓ ପଦ୍ମାବତୀ- Malika Bhabisyabani

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ମାଳିକା ସହ ଜଡିତ କିଛି ଜରୁରୀ ସୂଚନା ନେଇ ଆସିଛୁ । ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟଦେବ ପଞ୍ଚାଯତ କେନ୍ଦୁବିଲ ଗାଁ ରେ ଭକ୍ତକବି ଜୟଦେବ ଦ୍ଵାଦଶ ଶପ୍ତାଦୀରେ ଜନ୍ମଗ୍ରହଣ କରିଥିଲେ ଯେଉଁଠାରେ ତାଙ୍କର ପୀଠ ରହିଛି । ଜୟଦେବ ରାଧା ମାଧବଙ୍କ ପ୍ରେମରେ ମୁଗ୍ଧ ହୋଇ ଯେଉଁ କାବ୍ଯ ରଚନା କରିଥିଲେ ତାହା ହେଉଛି ମହାକାବ୍ୟ ଶ୍ରୀ ଗୀତଗୋବିନ୍ଦ । ଏହି ମହାକାବ୍ଯ ର ୧୨ଟି ଭାଗ ରହିଛି । ଏହା ସଂସ୍କୃତ ଭାଷାରେ ଲେଖା ଯାଇଛି । ଏଥିରେ ଲେଖାଥିବା ପ୍ରତେକଟି ପଦ ଜୟଦେବ ରାଧା ମାଧବଙ୍କ ପ୍ରେମ କାହାଣୀ ଏତେ ସୁନ୍ଦର ହୋଇଛି ଯେ ତାହା ବର୍ଣ୍ଣନା କରିହେବ ନାହି ।

ଏହି ମହାକାବ୍ୟ ରେ ଜୟଦେବ ଲେଖିଛନ୍ତି ଯେତେବେଳେ ଭଗବାନ କୃଷ୍ଣ ରାଧା ଙ୍କ ସହ ବନରେ ଲୀଳା କରିବାକୁ ଇଚ୍ଛା କରୁଛନ୍ତି ସେହି ସମୟରେ ରାଧା ରାଣୀ ଆସିବାକୁ ବିଳମ୍ବ ଅକରୁଛନ୍ତି । ଏହି ସମୟ ମଧ୍ୟରେ ଭଗବାନ କୃଷ୍ଣ ବହୁତ ରାଗି ଯାଇଛନ୍ତି । ରାଧା ରାଣୀ ଆସିବା ପରେ ଗୋବିନ୍ଦ ତାଙ୍କର କ୍ରୋଧ ଶାନ୍ତ କରିବା ପାଇଁ ରାଦ୍ଧାଙ୍କୁ ତାଙ୍କ ପାଦ ମଥାରେ ରଖିବାକୁ କହିଛନ୍ତି ଯାହା ଜୟଦେବ ନିଜ କାବ୍ୟରେ ଲେଖିଛନ୍ତି । ଏହା ପରେ ଜୟଦେବ ଆଗକୁ କଣ ଲେଖିବେ ବୋଲି ଭାବି ସ୍ନାନ କରିବାକୁ ପଳାଇଛନ୍ତି ।

ଜୟଦେବ ଯେଉଁ ବାକି ପଦାକୁ ଲେଖି ନ ଥିଲା ତାହା ଲେଖିବା ପାଇଁ ଭକ୍ତର ମନକୁ ଜାଣିପାରି ସ୍ଵୟଂ ଗୋବିନ୍ଦ ତାଙ୍କ ବେଶ ଧରି ଆସି ଜୟଦେବଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ଠାରୁ ଲେଖନୀ ଓ ପୋଥି ନେଇ ସେହି ପଦ ଟି ଲେଖିଛନ୍ତି । ଏହା ପରେ ଜୟଦେବ ବେଶ ଧରି ଭଗବାନ କୃଷ୍ଣ ପଦ୍ମାବତୀ ଦେଇଥିବା ଭୋଜନ ଗ୍ରହଣ କରି ଶୟନ କକ୍ଷରେ ବିଶ୍ରାମ ନେବାକୁ ଚାଲି ଯାଇଛନ୍ତି । ଏହା ପରେ ପଦ୍ମାବତୀ ଭଗବାନ ହଋଙ୍କୁ ନିଜ ସ୍ଵାମୀ ଭାବି ତାଙ୍କ ଥାଳିରେ ଖାଦ୍ୟ ଖାଉଛନ୍ତି । ଠିକ ସେହି ସମୟରେ ନିଜେ ଜୟଦେବ ଆସି ପହଞ୍ଚି ପଦ୍ମାବତୀଙ୍କୁ କହୁଛନ୍ତି ଯେ ଆଗରୁ ଏମିତି କେବେ ହୋଇ ନ ଥିଲା ଯେ “ତୁମେ ମୁଁ ଖାଇବା ପୂର୍ବରୁ ଭୋଜନ କରିଛ ଆଜି ଏ ନୟନ କଣ ଦେଖିଲା” ।

ଏହା ପରେ ଜୟଦେବ ଓ ପଦ୍ମାବତୀ ଶୟନ କକ୍ଷକୁ ଯାଇ ଦେଖିଲେ ସେଠାରେ କେହି ନାହାନ୍ତି । ଏଥିରୁ ଜୟଦେବ ବୁଝି ପାରିଲେ ଯେ ସ୍ଵୟଂ ଭଗବାନ କୃଷ୍ଣ ଆସି ତାଙ୍କ କାବ୍ୟକୁ ଲେଖିବା ସହ ତାଙ୍କ ଘରେ ଅତିଥି ସତ୍କାର ପାଇ ଯାଇଛନ୍ତି । ଏହା ପରେ ଜୟଦେବ ଭଗବାନ ଖାଇଥିବା ଥାଳିରେ ମହା ପ୍ରସାଦ ଭାବି ଭୋଜନ କରିଥିଲେ । ସେହି ଦିନ ଠାରୁ ଜୟଦେବଙ୍କୁ ଭକ୍ତକବି ଭାବେ ଆଖ୍ୟା ମିଳିଥିଲା । ଏହା ପରେ ଜୟଦେବ ଲେଖିଥିବା ଶ୍ରୀ ଗୀତଗୋବିନ୍ଦ ଅନେକ ଦେଶରେ ଭିନ୍ନ ଭିନ୍ନ ଭାଷାରେ ପ୍ରଚାର ହେବାକୁ ଲାଗିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *