ମନ୍ଦିରକୁ ଯିବା ସମୟରେ ଏହି ଗୋଟିଏ ଭୁଲ ଦେଇଥାଏ ଓଲଟା ଫଳ- Ajira Anuchinta

ମନ୍ଦିରକୁ ଯିବା ସମୟରେ ଏହି ଗୋଟିଏ ଭୁଲ କେବେବି କରିବେ ନାହିଁ, ତେଣୁ ଏହି ଭୁଲ ଯଦି ଆପଣ କରନ୍ତି  ଆପଣଙ୍କର କିଛିନା କିଛି କ୍ଷତି ହୋଇଥାଏ । ମନ୍ଦିରରେ ଯେବେ ଆପଣ ଦେବାଦେବୀଙ୍କର ଦର୍ଶନ କରିବାକୁ ଯାଉଛନ୍ତି ଯଦି ଆପଣ ମନ୍ଦିର ବେଧରେ ଆପଣ ବସିଛନ୍ତି ତେବେ ଦେବା ଦେବୀଙ୍କ ଆଡକୁ ପଛ କରିକି ବସିବେ ନହିଁ । ଯଦି ପ୍ରାର୍ଥନା କରିବାକୁ କେତେବେଳେ ବସନ୍ତି  ଉତ୍ତର ଦିଗକୁ ମୁହଁ କରି ବସିବେ । ଏପରି କାଲେ ଆପଣଙ୍କ  କାର୍ଯ୍ୟ ସଫଳ ହୋଇଥାଏ ।

ଯଦି କୌଣସି ମନ୍ଦିର ବୁଲୁବାକୁ ଯାଉଛନ୍ତି ତେବେ ତା ସହିତ ଆଉ ଗୋଟେ କାମ କରନ୍ତୁ, ମନ୍ଦିର ପରିକ୍ରମା ନିଶ୍ଚିତ ରୂପରେ କରନ୍ତୁ । ଏମିତି କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ ଓ ଆପଣ ମାନଙ୍କର ମନୋକାମନା ପୁରା ହେବାର ବହୁତ ସମ୍ଭାବନା ରହିଥାଏ ।

ଯେକୌଣସି ଦେବାଦେବୀଙ୍କୁ ଦର୍ଶନ କଲା ବେଳେ ଦୀପ ଦାନ କରି ଯଦି ଆପଣ ଦର୍ଶନ କରନ୍ତି ଆପଣଙ୍କ ମାନଙ୍କର ମନୋକାମନା ପୂର୍ଣ ହୋଇଥାଏ । କାରଣ ଦୀପ ହିଁ ସାକ୍ଷୀ ସ୍ୱରୂପକି ଆପଣ ଆସିଥିଲେ ଓ ଏହା ଆପଣ ଠାକୁରଙ୍କୁ ମାଗିଥିଲେ । ତେଣୁ ଦୀପକୁ ସାକ୍ଷୀ ରଖି ଆପଣ ଯାହାବି ଇଛା କରନ୍ତି ତାହା ନିଶ୍ଚିତ ରୂପେ ପୂର୍ଣ ହୋଇଥାଏ । ଯେତେବେଳେ ମନ୍ଦିରକୁ ଯାଉଛନ୍ତି  ଦେବାଦେବୀଙ୍କୁ ଦୀପ ଦାନ ନିଶ୍ଚିତ ରୂପେ କରନ୍ତୁ ।


ବୀନା ଦୀପ ଦାନରେ ମାଣ୍ଡୀରେ ଗଲେ କାର୍ଯ୍ୟ ନିଷ୍ଫଳ ହୋଇଥାଏ ଓ କାର୍ଯ୍ୟର କୌଣସି ଫଳ ମିଳିନଥାଏ । ପାଦ ନ ଧୋଇ କେବେବି ମନ୍ଦିର ଭିତରକୁ କେବେବି ଯିବେନି ।  ଏହା ଗୋଟେ ବଡ ଦୋଷ ବୋଲି ବିଚାର କରାଯାଇଥାଏ ଯଦି ଏପରି ଭୁଲ ଆପଣ କରନ୍ତି ଗୋଟେ ବର୍ଷ ଭିତରେ ଆପଣଙ୍କର ଶାରୀରିକ ହେଉ କି ଆର୍ଥିକ କୌଣସି ପ୍ରକାରର କ୍ଷତି ହୋଇଥାଏ । ଏହା ଛୋଟ ହୋଇପାରେ କିନ୍ତୁ ଏପରି ଭୁଲ କେବେ କରିବେ ନହିଁ । 

ଯଦି ମନ୍ଦିରରେ ଯିବା ସମୟରେ ଦେଖନ୍ତି ଗୋଡ ଧୋଇବା ପାଇଁ କିଛି ବ୍ୟବସ୍ଥା ନହିଁକି ସେମିତି କିଛି ଅସୁବିଧା ଆସି ଗୋଡ ଆପଣ ଧୋଇ ପାରୁ ନାହାନ୍ତି । ତେବେ ଗୋଟେ କାମ କରିବେ କାନର ତଳ ଭାଗକୁ ଦୁଇ ହାତରେ ସ୍ପର୍ଶ କରିବେ ।

ସ୍ପର୍ଶ କରି ଗଙ୍ଗା ମାତାଙ୍କୁ ସ୍ପର୍ଶ କରିବେ କାରଣ କାନରେ ଗଙ୍ଗା ମାତ ରହିଥାନ୍ତି, ଏହି ଉପାୟ କରି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । କିନ୍ତୁ ସବୁଠାରୁ ଉତ୍ତମ ହେଉଛି ଗୋଡ ଧୋଇକି ହିଁ ମନ୍ଦିର ଭିତରକୁ ଯିବେ ଓ ଦୀପ ଜାଳି ପରିକ୍ରମା କରିବା  ଦ୍ଵାରା ଆପଣଙ୍କର ସବୁ ମନସ୍କମାନା ପୂର୍ଣ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *