ମାନିଲେ ସତ ନ ମାନିଲେ ମିଛ ! ରାତି ହେଲେ ବୁଢୀ ରୂପରେ ବାହାରୁଛନ୍ତି ମା’ବାଟ ମଙ୍ଗଳା… ବିଶ୍ଵାସ ନହେଲେ ବି ସତ, ଦେଖନ୍ତୁ Video

ବାଟ ମଙ୍ଗଳା ମା ବାଟରେ ବସି ବିପଦ ପଡିଲେ ଦୂର କରୁଛି । ମନେ ପଡେ ସେଦିନର ସେହି ଛାତି ଥରା କାହାଣୀ ମା ପାଇଁ ବଞ୍ଚି ଗଲା ପାଞ୍ଚ ଜୀବନ । ଶୁଣିଲେ ଚମକି ପଡିବେ ଆଉ ଭକ୍ତିରେ ମୁଣ୍ଡ ନୂଆଁଇବେ । କାହିଁକି ମା ଙ୍କ ନାଁ ହେଲା ବାଟ ମଙ୍ଗଳା, ବାଟରେ କାହିଁକି ବସିଛନ୍ତି ମା ? ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ କେମିତି ସାହାର୍ଯ୍ୟ କରିଥିଲେ ମା । ଜାଣନ୍ତୁ ମା ବାଟ ମଙ୍ଗଳାଙ୍କ ଅଲୌକିକ ଲୀଳା ଏବଂ ରହସ୍ୟ ।

ଏଇ କିଛି ଦିନ ତଳର କଥା ପାଞ୍ଚ ଜଣ ଭୁବନେଶ୍ବରରୁ ପୁରୀ ଯାଇ ଥିଲେ । ରାତି ପ୍ରାୟ 2 ଟାରେ ବାହାରି ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ପାଞ୍ଚ ଜଣ ଭୁବନେଶ୍ବରରୁ ଅଫିସ କାରରେ ବାହାରି ଥିଲେ । ହସ ଖୁସିରେ କଥା ବାର୍ତ୍ତା ହୋଇ ଆଗକୁ ଯାଉଥିଲୁ ଆଉ ପୁରୀ ମାତ୍ର ଅଳ୍ପ କିଛି ବାଟ ଥିବା ବେଳେ ପରିସ୍ଥିତି ଟିକେ ବଦଳି ଗଲା । ଅନ୍ଧାର ଆକାଶର ଛାତି ଚିରି ମାଡି ଆସିଲା ଘନ କୁହୁଡି ।

ଆକାଶରେ ଖେଳି ଗଲା ବିଜୁଳିର ଚମକ ମଝିରେ ମଝିରେ ଗର୍ଜନ କରୁଥିଲା କଳା ହାଣ୍ଡିଆ ମେଘ । ଗୋଟିଏ କାରରେ ଥାଇ ବି ମୁହଁ କୁ ମୁହଁ ଦିଶୁ ନଥିଲା ଆଉ କାହା ପାଟିରୁ ବି କଥା ବାହାରୁ ନଥିଲା । ପରିବେଶକୁ ପୁରା ଗମ୍ଭୀର କରିଦେଲା କୁହୁଡି ଆଗରେ ଗାଡିର ଲାଇଟ ହାର ମାନି ଥିଲା । ଆଗକୁ ଆଉ ଗାଡି ଗଡିବା ସମ୍ଭବ ନଥିଲା । ଯୁଆଡେ ଚାହିଁଲେ କେବଳ କୁହୁଡି ହିଁ କୁହୁଡି ।

ଆଗକୁ ଗଲେ ଖାଲ ଅଛି ଆଉ ରାସ୍ତା କଡରେ ପଡି ଦୁର୍ଘଟଣା ହେବାର ବି ସମ୍ଭାବନା ଅଛି । ଗାଡିକୁ ସେଇଠି ରଖିଦେଲେ ପଛରୁ ଅନ୍ୟ ଗାଡି ଆସି ଧକ୍କା ଦେବାର ଭୟ ବି ଅଛି । ଗାଡିରେ ବସିଥିବା ପାଞ୍ଚ ଜଣଯାକ ଭୟରେ ଥଋ ଗଲେ । ସମସ୍ତେ ଭୟରେ କେବଳ ଜୟ ଜଗନ୍ନାଥଙ୍କ ନାମ ନେଲୁ । ଏମିତି କିଛି ସମୟ ବୀତି ଗଲା ହେଲେ କୁହୁଡି କମିଲା ନାହିଁ ଗାଡିଟି ବି ହଠାତ ବନ୍ଦ ହେଇଗଲା ଆଉ ଷ୍ଟାର୍ଟ ହେଲା ନାହିଁ ।

ଠିକ ଏତିକି ବେଳେ ଶୁଣାଗଲା ଜଣେ ନାରୀଙ୍କ ପାଉଁଜିର ଶବ୍ଦ ଆଉ ସମସ୍ତେ ଚମକି ପଡିଲେ । ଏତେ ଅନ୍ଧାର ଆଉ କୁହୁଡି ମଧ୍ୟରେ ନାରୀଟି କେଉଁଠୁ ଆସିଲା । ଜଣେ ବୁଢୀ ମା ଆସି ଆମ ଗାଡିରେ ହାତ ମାରିଲା ଆଉ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ସେ ବୋଧେ ସେମାନଙ୍କ ମୁହଁ ଦେଖି ସବୁ ଜାଣିପାରିଲେ । ମା ଜଣକ କହିଲେ ଫୁଲ ତୋଳିବାକୁ ଆସିଛନ୍ତି ଭୟ କର ନାହି ।

ଏଇ ଆଗ ଛକରେ ମୋର ଘର ମାଙ୍କ ପାଇଁ ଫୁଲ ତୋଳେ ଆଉ ବାଟୋଇ ମାନଙ୍କୁ ବାଟ ଦେଖାଏ । ତମେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉଛ ହେଲେ ବାଟରେ ବାଟ ମଙ୍ଗଳାଙ୍କ ମନ୍ଦିର ପଡିବ କିନ୍ତୁ ବାଟ ମଙ୍ଗଳାଙ୍କୁ ଡାକିନ । ଡାକିନ ଯଦି ଏବେ ଡାକି ଦିଅ । ଏହା ପରେ ବୁଢୀ ମା କୁହୁଡି ଭିତରେ ହଜିଗଲେ ଆଉ ସମସ୍ତେ ବାଟ ମଙ୍ଗଳାଙ୍କୁ ଡାକିଲେ ।

କିଛି ସମୟ ମଧ୍ୟରେ କୁହୁଡି ହଟିଗଲା ଆଉ ମେଘର ଗର୍ଜନ ବି କମି ଗଲା । ଆଉ ଗାଡି ବି ଷ୍ଟାର୍ଟ ହୋଇଗଲା । ଶେଷରେ ସେହି 5 ଜଣ ବାଟ ମଙ୍ଗଳାଙ୍କ ଦର୍ଶନ କରି ପୁରୀରେ ପହଞ୍ଚିଗଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *