ବନ୍ଧୁଗଣ, ଆପଣ ମାନଙ୍କ ପାଖରେ ସବୁକିଛି ଥାଇପାରେ, ଘର, ଗାଡି, ବ୍ଯାଙ୍କବାଲାନ୍ସ,, ସୁନା ରୂପା ଆଦି ଆପଣ ସାଇତି କି ରଖିଥାନ୍ତି । ମାତ୍ର ସେ ସବୁ ଏବେ ମୂଲ୍ୟହିନ ପାଲଟି ଯାଇଛି । ନିଜ ଜୀବନ ସହିତ ସଂଘର୍ଷ କରି କରି କେତେଯେ ଅସହାୟ ହୋଇଯାଏ ମଣିଷ ଏହିସବୁ ଚିତ୍ର ତାହାର ଛୋଟ ଛୋଟ ନମୁନା କହିଲେ ଅତ୍ଯୁକ୍ତି ହେବ ନାହିଁ । ବନ୍ଧୁଗଣ ଦେଶ ପାଇନ ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ମୂଲ୍ଯବାନ ପାଲଟି ଯାଇଛି ଅମ୍ଳଜାନ । ବନ୍ଧୁଗଣ ଲୋକମାନେ ବର୍ତ୍ତମାନ ଗଳି ଗଳି ଧରି ଘୁରି ବୁଲୁଛନ୍ତି ଟିକିଏ ଅମ୍ଳଜାନ ନିମନ୍ତେ ।
ବନ୍ଧୁଗଣ ନିଶ୍ଵାସ ପ୍ରଶ୍ବାସରେ ଅମ୍ଳଜାନ ର ବିଶେଷ ଭୂମିକା ରହିଅଛି ଏହା ସମସ୍ତଙ୍କୁ ଜଣା । ମାତ୍ର ଏହି ମହାମାରୀ ସମୟରେ ପରିସ୍ଥିତି ଏତେ ଜଟିଳ ହୋଇଅଛି ଯେ, ଲୋକ ମାନେ ଅମ୍ଲଜାନ ପାଇଁ ଘୁରି ବୁଲୁଛନ୍ତି । ବନ୍ଧୁଗଣ ଗୁରୁତ୍ଵର କୋରନା ରୋଗୀ ବଞ୍ଚିବାକୁ ଏହାର ଆବଶ୍ୟକ ବହୁଳ ଭାବରେ ରହିଛି ।
ବନ୍ଧୁଗଣ ମିଡିଆ ସାମ୍ନା ରେ ଏଭଳି ଏକ ମହିଳାଙ୍କୁ ଆମ୍ଭେ ଦେଖିଲୁ ଯେ କି ଅକ୍ଶିଜେନ ପାଇଁ ବହୁତ ବିକଳ ହୋଇ ଧାଉଞ୍ଚନ୍ତି । ଏହି ମହିଳା ଜଣଙ୍କୁ ଦେଖିଲେ କେହି କହିବେ ନାହିଁ ଯେ, ତାଙ୍କର କୌଣସି ପ୍ରକାରର ଅଭାବ ଅନାଟନା ରହିଛି ବୋଲି । ଦେଖିବାକୁ ତାଙ୍କର ବହୁତ ଧନସମ୍ପତ୍ତି ଥିବା ଜଣାଯାଉଛି । ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଟିକିଏ ଅକ୍ଶିଜେନ ପାଇଁ ସେ ଘୁରି ବୁଲୁଛନ୍ତି ।
ବନ୍ଧୁଗଣ ସେ ଏହି ଅକ୍ସିଜେନ ନେଇ ଗଲେ ତାଙ୍କର ପ୍ରିୟ ପରିଜନ ଙ୍କ ଜୀବନ ବଞ୍ଚାଇ ପାରିବେ ଏଥିପାଇଁ ପ୍ରୟାସ କରି ଅକ୍ସିଜେନ ନେଇ ଘରକୁ ଯାଉଛନ୍ତି । ସେହିଭଳି ଆଉ ଜଣେ ବ୍ୟକ୍ତି ବିକଳ ହୋଇ କହୁଛନ୍ତି ଯେ, ମୁଁ ସକାଳୁ ଅକ୍ସିଜେନ ପାଇଁ ଘୁରି ବୁଲୁଛି କିନ୍ତୁ ମତେ ମିଳୁନାହିଁ । ଅନୁଷ୍ଠାନର କହିବା ଅନୁଯାୟୀ ସେମାନେ ଆନଉନ୍ସ କରିଥିଲେ ଯେ, ଯେଉଁ ବ୍ୟକ୍ତି ଙ୍କୁ ଅତ୍ୟନ୍ତ ଆବଶ୍ୟକ ସେମାନଙ୍କୁ ବିନାମୂଲ୍ୟ ରେ ଅକ୍ସିଜେନ ଭର୍ତ୍ତି କରି ଦେବେ ବୋଲି, ମାତ୍ର ଏହି କଥାକୁ ସମସ୍ତେ ବହୁତ ଭାଇରଲ କରିଦେଲେ ।
ସେହି କାରଣରୁ ଏଠାରେ ଅତ୍ୟଧିକ ଭିଡ ହୋଇଗଲା ବୋଲି ସେ କହିଲେ । ତାଙ୍କ କହିବା ଅନୁଯାୟୀ ତାଙ୍କୁ ଗୋଟିଏ ଦିନରେ ୧୮୦୦ ଫୋନ ଆସିଛି, ସେଥିରୁ କେବଳ ୩ ଜଣ ଲୋକଙ୍କୁ ଡାକ୍ତର କହିଥିଲେ ଯେ, ଆପଣଙ୍କୁ ଅକ୍ସିଜେନ ର ଆବଶ୍ୟକ ରହିଅଛି । ବନ୍ଧୁଗଣ ବର୍ତ୍ତମାନ ପରିସ୍ଥିତିରେ ମେଡିକାଲ ରେ ଯେଉଁ କରୋନା ରୋଗୀ ମାନେ ରହିଛନ୍ତି ସେମାନଙ୍କୁ ଅକ୍ସିଜେନର ଘୋର ଅଭାବ ହେଉଅଛି । ସଠିକ ସମୟରେ ଅମ୍ଳଜାନ ନ ମିଳିବାରୁ ଅଧିକାଂଶ ରୋଗୀ ଜୀବନ ହରାଉଛନ୍ତି ।
ବନ୍ଧୁଗଣ ଯେଉଁ ମନୁଷ୍ୟ ଦିନେ ଅକ୍ସିଜେନ କେଉଁଠାରୁ ଆସୁଛି ଜାଣି ନଥିଲା ସେହି ମନୁଷ୍ୟ ବର୍ତ୍ତମାନ ପରିସ୍ଥିତିରେ ଡାଳିଚାଉଳ କିଣିବା ଭଳି ଅକ୍ସିଜେନ କିଣୁଅଛି । ବନ୍ଧୁଗଣ ଏହି ଜଟିଳ ପରିସ୍ଥିତି ବର୍ତ୍ତମାନ ଦିଲ୍ଲୀ ର । ସେଠାକାର ଲୋକମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଘରେ ଘରେ ଲୋକ ଜୀବନ ହରାଉଛନ୍ତି । କେବଳ ଅଲ୍ସିଜେନ ଅଭାବରୁ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।