ମାର୍ଗଶିର ଗୁରୁବାର:ଆଜି କରନ୍ତୁ ଏହି 5ଟି କାମ ଘରେ ହେବ ଧନର ବର୍ଷା-Jyotisha Shastra

ଓଡିଶାରେ ମାର୍ଗଶିର ମାସରେ ଗୁରୁବାରକୁ ମାଣଓଷା ଭାବେ ପାଳନ କରାଯାଏ । ଗୁରବାର ଓଷା ହେଉଛି ପ୍ରଧାନ ପର୍ବ । ଓଡିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ, ଆନନ୍ଦ ଉଶ୍ଚବ ଓ ସରଳ ବିଶ୍ବାସର ଶ୍ରେଷ୍ଠ ଉଦାହରଣ । ମାଣଓଷାର ୪ ବା ୫ ପାଳି ମାଣ ବସା ଯାଇଥାଏ । ଏହି ଓଷାର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ ଯିଏ ଧନଧାନ୍ୟରେ ପରିପୂର୍ଣ୍ଣ । ମା ଲକ୍ଷ୍ମୀଙ୍କ ମାଣଓଷାରେ ଧାନକୁ ପୂଜା କରାଯାଏ ।

ମାସ ମଧ୍ୟରେ ଶ୍ରେଷ୍ଠ ମାସ ହେଉଛି ମାର୍ଗଶିର ମାସ । ଏହି ଓଷା ଚଣ୍ଡାଳ ଠାରୁ ଆରମ୍ଭ କରି ସମସ୍ତେ ପାଳନ କରିଥାନ୍ତି । ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିଲେ ସମସ୍ତ କାମ ପୁରା ହୋଇଥାଏ । ଗୁରୁବାର ଦିନ କେଉଁ କାମ କରିଲେ ଧନ ବୃଦ୍ଧି ହୋଇଥାଏ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- ଗୁରୁବାର ଦିନ ପ୍ରାତ କାଳରେ ଉଠି ସନା କରିବା ଉଚିତ । ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିଲେ ଭଲ ହୋଇଥାଏ । ଏହା ସହ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଟହାଏ ।

୨- ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ନାରାୟଣଙ୍କ ପୂଜା କରିବା ଦ୍ଵାରା ଆର୍ଥିକ ଅଭାବ ଦୂର ହୋଇଥାଏ । ଏହା ସହ ଜୀବନରେ ଚାଲିଥିବା ସବୁ ସମସ୍ୟାର ମଧ୍ୟ ନିବାରଣ ହୋଇଥାଏ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୩- ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରିବା ଉଚିତ । ଗୋଟିଏ କଦଳୀ ଗଛ ମୂଳରେ ଏହି ହଳଦୀ ପାଣି ଅର୍ପଣ କରିବା ଦ୍ଵାରା ଧାନ ବୃଦ୍ଧି ହୋଇଥାଏ । ଏହା ସହ ଧନ ବୃଦ୍ଧି କରିବା ପାଇଁ ଗୁରୁବାର ଦିନ ବ୍ରତ ରଖି ଗରିବ ଲୋକଙ୍କୁ ଦାନ ଧର୍ମ କରନ୍ତୁ ।

୪- ଗୁରୁବାର ଦିନ ତୁଳସୀ ଗଛ ପୂଜା କରିବା ସମୟରେ ତୁଳସୀ ଗଛରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ଦ୍ଵାରା ସବୁ ଖରାପ ପ୍ରଭାବ ଦୂର ହୋଇଥାଏ । ଗୁରୁବାର ଦିନ ସକାଳେ ଓସ୍ତ ଗଛର ପୂଜା କରି ପରିକ୍ରମା କରି ସୂତା ବାନ୍ଧି ନିଜର ମନସ୍କାମନା କହିବା ଦ୍ଵାରା ତାହା ପୁରା ହୋଇଥାଏ ।

ଗୁରୁବାର ଦିନ ଏହି ସବୁ କାମ କରିଲେ ଅଶୁଭ ହୋଇଥାଏ । ଏହି ଦିନ ମହିଳା ମାନେ କେଶ ଧୋଇଲେ ବା ପୁରୁଷ ମାନେ ନଖ ବା ଦାଢି ବା ଚୁଟି କାଟିବା ଅନୁଚିତ । ଏହି ଦିନ ଆପଣ ଅନ୍ୟକୁ ଉଧାର ଦିଅନ୍ତୁ ନାହି କି କରଜ କରନ୍ତୁ ନାହି ।

ଏହି ଦିନ ଘରେ ପୋଛା ଲଗାଇବା ଦ୍ଵାରା ଘରେ ଖରାପ ପ୍ରଭାବ ପଡିଥାଏ । ଯଦି ଗୁରୁବାର ଦିନ ଘରେ ପୋଛା ଲଗାଇବେ ତେବେ ପାଣିରେ ଲୁଣ ପକାଇ ପୋଛା ଲଗାନ୍ତୁ । ଗୁରୁବାର ଦିନ ହଳଦୀ ପାଣିରେ ପକାଇ ସ୍ନାନ କରିଲେ ଘରେ ସୁଖଶାନ୍ତି ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *