ଏହି ମାର୍ଗଶିର ମାସ ଗୁରୁବାର ଭୁଲରେବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ…

ଏହି ଲେଖାରେ ଆଜି ଆମେ ଜାଣିବା ଗୁରୁବାର ଦିନ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବା ଗୁରୁ ବୃହସ୍ପତିଙ୍କୁ ପୂଜା ଅର୍ଚନା କରାଯାଇଥାଏ । ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରକୁ ସାଧୁ ସନ୍ଥ ମାନଙ୍କ ଦିନ ବୋଲି କୁହାଯାଏ ।  ଆମ ଜୀବନର ସବୁ ସୁଖର ଚାବି କାଠି ବୃହସ୍ପତିଙ୍କ ପାଖରେ ଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛିଜେ ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତି କୃପା ଦ୍ରୁଷ୍ଟି ରଖିଥାନ୍ତି, ସେହି ବ୍ୟକ୍ତିଙ୍କ ଜୀବନରେ କେବେବି ଦୁଃଖ ପ୍ରବେଶ କରେ ନାହିଁ ।

ତେଣୁ ବୃହସ୍ପତି ବାର ମାନେ ଗୁରୁବାରରେ କଣ କାଲେ ଶୁଭ ଫଳ ମିଳିଥାଏ ଆସନ୍ତୁ ଜାଣିବା । ଗୁରୁବାରରେ ବେସୀ ଡେରି ପର୍ଯ୍ୟନ୍ତ ସୋଇ ରୁହନ୍ତୁ ନାହିଁ । ଏହିଦିନ ସଖାଳୁ ଉଠି ଘର ଦ୍ଵାରା ସଫା କରିବା ଉଚିତ। ସକାଳୁ ଉଠିଲା ପରେ ବାସୀ ବିଛଣା ପକାଇ ପୂଜା କରନ୍ତୁ ନାହିଁ ।

ପ୍ରଥମେ ବାସୀ ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ ତାପରେ ଘର ପୋଛିବା ପରେ ସ୍ନାନ କରି ପୂଜା ପାଠ ଆରମ୍ଭ କରନ୍ତୁ । ଗୁରୁବାର ଦିନ ତୁଲସୀ ଚଉରା ମୂଳେ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ । ଏହା ପରେ ଆପଣଙ୍କ ଠାକୁର ଘରେ ପୂଜା କରିପାରିବେ । ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ଦେବଗୁରୁଙ୍କର ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ନୁଙ୍କର ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ହୋଇଥାଏ । ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗ ଅର୍ପଣ କରନ୍ତୁ । ଗୁରୁବାରରେ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ଶୁଭ ବୋଲି କୁହାଯାଏ ।

ଏହି ଦିନ ହଳଦୀ, ଚଣା ଡାଲି କିମ୍ବା କଦଳୀ ଆଦି ଦାନ କରନ୍ତୁ । ଏହାଛଡା ବୃହସ୍ପତିଙ୍କ ନାମ ସହେ ଆଠ ଥର ଜପ କରନ୍ତୁ ନିଶ୍ଚିତ ଶୁଭ ଫଳ ମିଳିବ । ଗୁରୁବାର ମା ଲକ୍ଷ୍ମୀଙ୍କର ବାର ହୋଇଥାଏ ତେଣୁ ଏହି ଦିନ ଲାଲ ରଙ୍ଗର କପଡା ଉପରେ କିଛି ଧାନ ବିଛାଇ ଲକ୍ଷ୍ମୀ ମାନକ ଫୋଟ ରଖୀ ପୂଜା କରନ୍ତୁ । କିଛି ଶ୍ଵେତ ପୁଷ୍ପ ମଧ୍ୟ ମାତାଙ୍କୁ ଅର୍ପଣ କରନ୍ତୁ । ଗୁରୁବାରରେ ଭୁଲରେବି ଆମିଷ ରୋଷେଇ କରନ୍ତୁ ନାହିଁ କି ଏହି ଦିନ କେବେ ହେଲେ ଆମିଷ ଖାଆନ୍ତୁ ନାହିଁ ।

ଗୁରୁବାର ଦିନ ବାରଟା ପରେ କାହାକୁ କିଛି ଭିକ୍ଷା ଦିଅନ୍ତୁ ନାହିଁ, ଏହିବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ ।  ଏପରି କଲେ ଘରୁ ଲକ୍ଷ୍ମୀ ଛାଡି ଚାଲି ଜାଆନ୍ତି । ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ ଅଟେ । ଏମିତି କାଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ପକାଇବେ । ସନ୍ଧ୍ୟା ସମୟରେ ଝୁଣା ଜଳେଇ ଘର ସାରା ବୁଲାନ୍ତୁ, ଏହାଦ୍ଵାରା ଆଖପାଖର ବାତାବରଣ ଶୁଦ୍ଧ ହେବ ଓ ନକରାତ୍ମକ ଶକ୍ତି ଘରୁ ଦୂରେଇ ଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *